Advertisment

ଛକା ସହ ଏକାଧିକ ବିଶ୍ୱ ରେକର୍ଡ କଲେ ଯଶସ୍ୱୀ ଜୈସୱାଲ

ଅପରାଜିତ ୨୧୪ ରନର ଇନିଂସ ଖେଳିଥିବା ଯଶ୍ୱସୀ ଦ୍ୱତୀୟ ଟେଷ୍ଟରେ ମଧ୍ୟ ୨୦୯ ରନ କରିଥିଲେ। ସେ କ୍ରମାଗତ ଦୁଇଟି ମ୍ୟାଚ୍‌ରେ ଦୁଇ ଶତକ ହାସଲ କରିଛନ୍ତି।

Yashasvi Jaiswal

Yashasvi Jaiswal

Advertisment

ଟିମ ଇଣ୍ଡିଆର ଓପନର ଯଶସ୍ୱୀ ଜୈସୱାଲ ବିଶ୍ୱ ରେକର୍ଡ କରିଛନ୍ତି। ସେ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଡବଲ ଟନ ହାସଲ କରି କେବଳ ଦଳକୁ ମ୍ୟାଚ୍‌ ଜିତାଇ ନାହାନ୍ତି ବରଂ ସମସ୍ତଙ୍କ ହୃଦୟ ମଧ୍ୟ ଜିତି ପାରିଛନ୍ତି।

Advertisment

ଶନିବାର ଶତକ ହାସଲ ପରେ ରିର୍ଟାର୍ଡ ହଟ୍‌ ହୋଇଥିବା ଯଶସ୍ୱୀ ଆଜି ପୁଣି ବ୍ୟାଟିଂ କରିବାକୁ ଆସିଥିଲେ। ଏହାପରେ ସେ ନିଜର ଶତକକୁ ଡବଲ ଟନ୍‌ରେ ପରିଣତ କରିଥିଲେ। ଅପରାଜିତ ୨୧୪ ରନର ଇନିଂସ ଖେଳିଥିବା ଯଶ୍ୱସୀ ଦ୍ୱତୀୟ ଟେଷ୍ଟରେ ମଧ୍ୟ ୨୦୯ ରନ କରିଥିଲେ। ସେ କ୍ରମାଗତ ଦୁଇଟି ମ୍ୟାଚ୍‌ରେ ଦୁଇ ଶତକ ହାସଲ କରିଛନ୍ତି।

ଆଜିର ଇନିଂସ ପରେ ଯଶସ୍ୱୀ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ଅପରାଜିତ ୨୧୪ ରନର ଇନିଂସରେ ସେ ୧୪ଟି ବାଉଣ୍ଡରୀ ଓ ୧୨ଟି ଛକା ମାରିଛନ୍ତି।

Advertisment

ତୃତୀୟ ଦିନରେ ଭାରତ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ଅଧିନାୟକ ରୋହିତ ଶର୍ମାଙ୍କୁ ଦଳ ସଅଳ ହରାଇଥିଲେ ହେଁ ୨୨ ବର୍ଷୀୟ ଯଶସ୍ୱୀ ସ୍ଥିତି ଅନୁସାରେ ବ୍ୟାଟିଂ କରିଥିଲେ। ଏକଦା ସେ ୭୩ ବଲରେ ମାତ୍ର ୩୫ କରିଥିଲେ। ପରବର୍ତ୍ତୀ ୬୫ ରନ ସେ ମାତ୍ର ୪୯ ବଲରୁ ହାସଲ କରି ନିଜ ଦକ୍ଷତାର ପରିଚୟ ଦେଇଥିଲେ।

ଶତକ ହାସଲ କରିବା ପରେ ସେ ଆହତ କାରଣରୁ ରିର୍ଟାର୍ଡ ହଟ ହୋଇଥିଲେ। କିନ୍ତୁ ଆଜି ଶୁବମନ ଗିଲ ୯୧ ରନ କରି ରନଆଉଟ ହେବା ପରେ ଜୈସୱାଲ ପୁଣି ବ୍ୟାଟିଂ କରିବାକୁ ଆସିଥିଲେ। ଭାରତ ଭଲ ସ୍ଥିତିରେ ଥିବାରୁ ସେ ମଧ୍ୟ ହାତ ଖୋଲା ଶଟ ଖେଳିବା ଆରମ୍ଭ କରିଥିଲେ।

ଜେମ୍ସ ଆଣ୍ଡରସନଙ୍କୁ ହ୍ୟାଟ୍ରିକ ଛକା ମାରି ସେ ନିଜର ବିସ୍ଫୋରକ ରୂପ ଦେଖାଇଥିଲେ। ସର୍ଫରାଜ ଖାନଙ୍କ ସହ ମିଶି ୨୬.୨ ଓଭରରେ ୧୭୨ ରନ ଯୋଡ଼ିଥିଲେ।

ଯଶସ୍ୱୀ କରିଥିବା ରେକର୍ଡ

ଯଶସ୍ୱୀ ଜୈସୱାଲ ପ୍ରଥମ ଭାରତୀୟ ଭାବେ ଇଂଲଣ୍ଡ ବିପକ୍ଷରେ ୨ଟି ଶତକ ମାରିଛନ୍ତି।

ବିନୋଦ କାମ୍ବଲି ଓ ବିରାଟ କୋହଲିଙ୍କ ପରେ ଯଶସ୍ୱୀ ତୃତୀୟ ଭାରତୀୟ ଭାବେ ଗୋଟିଏ ଟେଷ୍ଟ ସିରିଜରେ ୨ ଥର ଡବଲ ଟନ ହାସଲ କରିଛନ୍ତି।

ଟେଷ୍ଟ ମ୍ୟାଚ୍‌ର ଗୋଟିଏ ଇନିଂସରେ ୧୨ଟି ଛକା ମାରି ସେ ୱାସିମ ଆକ୍ରମଙ୍କ ବିଶ୍ୱ ରେକର୍ଡର ସମକକ୍ଷ ହୋଇଛନ୍ତି।

ଟେଷ୍ଟ ସିରିଜରେ ସର୍ବାଧିକ ଛକା ମାରିବାର ରେକର୍ଡ ମଧ୍ୟ ତାଙ୍କ ନାଁରେ ଯୋଡ଼ି ହୋଇଯାଇଛି। ସେ ଏଯାଏ ୨୨ଟି ଛକା ମାରି ସାରିଲେଣି। ପୂର୍ବରୁ ଏହି ରେକର୍ଡ ରୋହିତ ଶର୍ମାଙ୍କ ନାଁରେ ଥିଲା। ରୋହିତ ୨୦୧୯ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ୧୯ଟି ଛକା ମାରିଥିଲେ।

Yashasvi Jaiswal Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe