Advertisment

ପୁଣି ମିଚେଲ ଷ୍ଟାର୍କ ସାଜିଲେ କଣ୍ଟା, ଖାତା ଖୋଲିପାରିଲେନି ଯଶସ୍ୱୀ ଜୈସୱାଲ

ଭାରତକୁ ଲାଗିଛି ପ୍ରାରମ୍ଭିକ ଝଟକା। ପ୍ରଥମ ବଲରେ ଆଉଟ୍ ହୋଇଛନ୍ତି ଜୈସୱାଲ।

author-image
Jitendra Garnayak
ଅଦ୍ୟତନ ହୋଇଛି
Yashasvi Jaiswal

Yashasvi Jaiswal

ବର୍ଡର-ଗାଭାସ୍କର ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜିଠାରୁ ଆଡିଲେଡ୍‌ରେ ଆରମ୍ଭ ହୋଇଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି। ତେବେ ଦଳକୁ ଲାଗିଛି ପ୍ରାରମ୍ଭିକ ଝଟକା। ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ୧୬୧ ରନ୍‌ କରିଥିବା ଯୁବ ଓପନର ଯଶସ୍ୱୀ ଜୈସୱାଲ ଆଜି ଶୂନରେ ଆଉଟ ହୋଇଛନ୍ତି। ପ୍ରଥମ ବଲରେ ଆଉଟ ହୋଇଛନ୍ତି ଜୈସୱାଲ। ମିଚେଲ ଷ୍ଟାର୍କଙ୍କ ପ୍ରଥମ ବଲ୍‌ରେ ସେ ଏଲ୍‌ବିଡବ୍ଲ୍ୟୁ ହୋଇଛନ୍ତି। ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ମଧ୍ୟ ଶୂନରେ ଆଉଟ ହୋଇଥିଲେ ଜୈସୱାଲ। ସେତେବେଳେ ମଧ୍ୟ ମିଚେଲ ଷ୍ଟାର୍କ ନେଇଥିଲେ ତାଙ୍କ ୱିକେଟ। 

Advertisment

ଯଶସ୍ୱୀଙ୍କ ସହିତ କେଏଲ ରାହୁଲ ଇନିଂସ ଓପନ କରିବାକୁ ଆସିଥିଲେ। ଖବର ଲେଖାଯିବା ବେଳକୁ ସେ କ୍ରିଜ୍‌ରେ ଅଛନ୍ତି। ତାଙ୍କ ସହିତ ଅଛନ୍ତି ଶୁବମନ ଗିଲ। ସେ ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିଛନ୍ତି। ରୋହିତ ଶର୍ମା ଏହି ସିରିଜର ପ୍ରଥମ ଟେଷ୍ଟ ଖେଳି ନଥିଲେ। ସେଥିପାଇଁ ତାଙ୍କ ସ୍ଥାନରେ କେଏଲ ରାହୁଲ ଓପନିଂ କରିଥିଲେ। ପ୍ରଥମ ଟେଷ୍ଟରେ ଭଲ ପ୍ରଦର୍ଶନ କରିଥିବାରୁ ଅଧିନାୟକ ରୋହିତ ଶର୍ମା ଫେରିବା ସତ୍ତ୍ୱେ ରାହୁଲଙ୍କୁ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ସେହି ସ୍ଥାନରେ ବ୍ୟାଟିଂ କରିବାକୁ ପଠାଯାଇଛି। ରୋହିତ ଶର୍ମା ୬ ନମ୍ବରରେ ଖେଳିବାକୁ ଆସିବେ।

ଦ୍ୱିତୀୟ ଟେଷ୍ଟରେ ଭାରତର ଚୂଡ଼ାନ୍ତ ଏକାଦଶରେ କେଏଲ ରାହୁଲ, ଯଶସ୍ୱୀ ଜୈସୱାଲ, ଶୁବମନ ଗିଲ, ବିରାଟ କୋହଲି, ଋଷଭ ପନ୍ତ, ରୋହିତ ଶର୍ମା, ନୀତୀଶ କୁମାର ରେଡ୍ଡୀ,ରବିଚନ୍ଦ୍ରନ ଅଶ୍ୱିନ, ହର୍ଷିତ ରାଣା, ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜ ସ୍ଥାନ ପାଇଛନ୍ତି। ପ୍ରଥମ ଟେଷ୍ଟରେ ଚୂଡ଼ାନ୍ତ ଏକାଦଶରେ ଦେବଦତ୍ତ ପଡ଼ିକ୍କଲ, ଧୃବ ଜୁରେଲ ଓ ୱାଶିଂଟନ ସୁନ୍ଦର ଥିଲେ। କିନ୍ତୁ ଦ୍ୱିତୀୟ ଟେଷ୍ଟରେ ସେମାନଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦିଆଯାଇଛି।

Advertisment
INDvsAUS Yashasvi Jaiswal