Advertisment

ଗୁପଚୁପ ବିକାଳିରୁ ଆଇପିଏଲ ଷ୍ଟାର: କେମିତି ଥିଲା ଯଶସ୍ୱୀ ଜୈସୱାଲଙ୍କ କ୍ରିକେଟ ଯାତ୍ରା

୨୧ ବର୍ଷୀୟ ଯଶସ୍ୱୀ ରବିବାର ଆଇପିଏଲର ୧୦୦୦ତମ ମ୍ୟାଚ୍‌ରେ ନିଜର ଜଲୱା ଦେଖାଇଛନ୍ତି। ସେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ନିଜ ଆଇପିଏଲ କ୍ୟାରିୟରର ପ୍ରଥମ ଶତକ ହାସଲ କରି ସମସ୍ତଙ୍କୁ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି।

Yashasvi Jaiswal

Yashasvi Jaiswal

Advertisment

ଏକଦା ସେ ଟେଣ୍ଟରେ ରହୁଥିଲେ ଓ ନିଜର କ୍ରିକେଟ ସ୍ୱପ୍ନ ପୂରଣ କରିବାକୁ ରାସ୍ତା କଡ଼ରେ ଗୁପଚୁପ ବିକୁଥିଲେ। କ୍ରିକେଟର ହେବାକୁ ସେ ଦେଖିଥିବା ସ୍ୱପ୍ନ କେବେ ହେଲେ ପ୍ରତିକୂଳ ପରିସ୍ଥିତି ଦ୍ୱାରା ପ୍ରଭାବିତ ହୋଇ ନଥିଲା। ଅନେକ ସଂଘର୍ଷ ଓ କଷ୍ଟ ସହି ଆଗକୁ ବଢ଼ିଥିବା ଯଶସ୍ୱୀ ଜୈସୱାଲ ଏବେ ଜଣେ ଚର୍ଚ୍ଚିତ କ୍ରିକେଟର ଭାବେ ନିଜକୁ ଗଢ଼ି ତୋଳିଛନ୍ତି।

Advertisment

୨୧ ବର୍ଷୀୟ ଯଶସ୍ୱୀ ରବିବାର ଆଇପିଏଲର ୧୦୦୦ତମ ମ୍ୟାଚ୍‌ରେ ନିଜର ଜଲୱା ଦେଖାଇଛନ୍ତି। ସେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ନିଜ ଆଇପିଏଲ କ୍ୟାରିୟରର ପ୍ରଥମ ଶତକ ହାସଲ କରି ସମସ୍ତଙ୍କୁ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି। ଯେଉଁ ମୁମ୍ବାଇରେ ସେ ଟେଣ୍ଟରେ ରହି ରାସ୍ତା କଡ଼ରେ ଗୁପଚୁପ ବିକୁ ଥିଲେ, ସେହି ମୁମ୍ବାଇବାସୀଙ୍କ ଆଗରେ ସେ ୬୨ ବଲରେ ୧୨୪ ରନର ଇନିଂସ ଖେଳିଛନ୍ତି।

ଆଇପିଏଲରେ ରାଜସ୍ଥାନ ପକ୍ଷରୁ ଖେଳୁଥିବା ଯଶସ୍ୱୀ ଉତ୍ତର ପ୍ରଦେଶର ଗୋଟିଏ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ଏହାପରେ ସେ ମୁମ୍ବାଇ ଆସି ସଂଘର୍ଷ କରିବା ସହ କ୍ରିକେଟର ବନିବାକୁ ଚେଷ୍ଟା କରିଥିଲେ।

Advertisment

ଯଶସ୍ୱୀଙ୍କ ସଂଘର୍ଷ ଓ ଗତକାଲିର ଇନିଂସ ପରେ ଚାରିଆଡ଼ୁ ତାଙ୍କୁ ପ୍ରଶଂସା କରାଯାଉଛି। ଟମ ମୁଡିଙ୍କ ଠାରୁ ଆରମ୍ଭ କରି ରୋହିତ ଶର୍ମାଙ୍କ ଯାଏ ଷ୍ଟାର କ୍ରିକେଟରମାନେ ଯଶସ୍ୱୀଙ୍କ ଇନିଂସକୁ ଭୂୟସୀ ପ୍ରଶଂସା କରିଛନ୍ତି।

ଯଶସ୍ୱୀ ମେଡେନ ଶତକ ସହ ନୂଆ ରେକର୍ଡ କରିଛନ୍ତି। ସେ ପ୍ରଥମ ଅନ କ୍ୟାପଡ ଖେଳାଳି ଭାବେ ଚଳିତ ସିଜିନରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଛନ୍ତି। ଏଥିସହ ୨୦୨୩ ଆଇପିଏଲରେ ସର୍ବାଧିକ ରନ ହାସଲକାରୀ ବ୍ୟାଟର ମଧ୍ୟ ହୋଇଯାଇଛନ୍ତି।

ବର୍ତ୍ତମାନ ସୁଦ୍ଧା ସେ ୧୫୯.୭୦ ଷ୍ଟ୍ରାଇକ ରେଟ୍‌ରେ ମୋଟ ୪୨୮ ରନ କରିଛନ୍ତି। ତାଙ୍କ ତଳକୁ ଆରସିବିର ଫାଫ ଡୁପ୍ଲେସିସ ୪୨୨ ରନ ଓ ନ୍ୟୁଜିଲ୍ୟାଣ୍ଡର ଡେଭୋନ କନୱେ ୪୧୪ ରନ ରହିଛନ୍ତି।

ଯଶ୍ୱସୀଙ୍କ ସଂଘର୍ଷ କଥା କହାକୁ ଅଛପା ନାହିଁ। ମାତ୍ର ୧୧ ବର୍ଷ ବୟସରେ ସେ ନିଜ ବାପା ମା’ଙ୍କୁ ଉତ୍ତର ପ୍ରଦେଶରେ ଛାଡ଼ି ମୁମ୍ବାଇ ଚାଲି ଆସିଥିଲେ। ସେ ପ୍ରଥମେ ଗୋଟିଏ କ୍ଷୀର ଦୋକାନରେ ଶୋଉଥିଲେ। ଏହାପରେ ସେ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ରହିବା ଆରମ୍ଭ କରିଥିଲେ। ହେଲେ ଉକ୍ତ ସ୍ଥାନଟି ବହୁତ ଛୋଟ ଥିବାରୁ ତାଙ୍କୁ ଅଲଗା ସ୍ଥାନ ଦେଖିବାକୁ ପଡ଼ିଥିଲା। 

ସେଠାରୁ ଆସିବା ପରେ ଆଜାଦ ମୈଦାନ ବାହାରେ ଥିବା ଗୋଟିଏ ଟେଣ୍ଟରେ ରହିବା ଆରମ୍ଭ କରିଥିଲେ ଯଶସ୍ୱୀ। ଏହି ସମୟରେ ଉକ୍ତ ଗ୍ରାଉଣ୍ଡରେ ସେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ଦିନ ବେଳା ସେ କ୍ରିକେଟ ଖେଳୁଥିଲେ ଓ ରାତିରେ ଗୁପଚୁପ ବିକ୍ରି କରି କିଛି ଟଙ୍କା ଖାଇବା ପାଇଁ ଯୋଗାଡ଼ କରୁଥିଲେ।

ତାଙ୍କ କ୍ରିକେଟ ଦକ୍ଷତାକୁ କୋଚ ଜ୍ୱାଲା ସିଂହ ଦେଖିବା ପୂର୍ବରୁ ଯଶସ୍ୱୀ ଟଙ୍କା ପାଇଁ ବିଭିନ୍ନ କ୍ଲବରେ ସ୍କୋରିଂ ସହ ବଲ ଗୋଟାଇବା କାମରେ ରହିଥିଲା। କିନ୍ତୁ ଜ୍ୱାଲା ସିଂହ ତାଙ୍କ ଦକ୍ଷତାକୁ ଚିହ୍ନବା ସହ ଆଇନଗତ ଅଭିଭାବକ ମଧ୍ୟ ବନିଥିଲେ।

୨୦୧୯ରେ ନିଜର ବ୍ୟାଟିଂ ଟ୍ୟାଲେଣ୍ଟ ବଳରେ ମୁମ୍ବାଇ ଟିମର ସଦସ୍ୟ ହୋଇଥିଲେ। ସେ ମାତ୍ର ୧୭ ବର୍ଷ ୨୯୨ ଦିନରେ ମୁମ୍ବାଇ ଟିମର ସବୁଠାରୁ କନିଷ୍ଠ ବ୍ୟାଟର ଭାବେ ଦିନିକିଆରେ ଦୁଇ ଶତକ ହାସଲ କରିଥିଲେ। ଘରୋଇ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିବା ସହ ସେ ଭାରତ ପାଇଁ ଅଣ୍ଡର ୧୯ ବିଶ୍ୱକପ ଖେଳିଥିଲେ।

ସେ ୨୦୨୦ ଅଣ୍ଡର ୧୯ ଟିମରେ ସର୍ବାଧିକ ରନ ହାସଲକାରୀ କ୍ରିକେଟରେ ହେବା ସହ ୨୦୨୦ ଅଣ୍ଡର ୧୯ ବିଶ୍ୱକପରେ ମ୍ୟାଚ୍‌ ଅଫ ଦି ସିରିଜ ପୁରସ୍କାର ଜିତିଥିଲେ। ୨୦୧୯ରେ ରାଜସ୍ଥାନ ତାଙ୍କୁ କିଣିଥିଲା।

ତେବେ ତାଙ୍କର ପ୍ରଥମ ଆଇପିଏଲ ସିଜିନ ସେତେଟା ଭଲ ନଥିଲା। ହେଲେ ଏଥର ସେ ଇଂଲିଶ ବ୍ୟାଟର ଜୋସ ବଟଲରଙ୍କ ସହ ଦମଦାର ଖେଳ ପ୍ରଦର୍ଶନ ଜାରି ରଖିଛନ୍ତି।

IPL Yashasvi Jaiswal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe