ଶତକ ପରେ ଯଶସ୍ୱୀ ଜୈସୱାଲ
ଭାରତୀୟ ଟେଷ୍ଟ ଟିମର ଓପନର ଯଶସ୍ୱୀ ଜୈସୱାଲ ବେଶ ଚମତ୍କାର ଢଙ୍ଗରେ ଶତକ ହାସଲ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଠାରୁ ଆରମ୍ଭ ହୋଇଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଜୈୱାଲଙ୍କ ବ୍ୟାଟରୁ ବାହାରିଛି ସେଞ୍ଚୁରୀ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୭ମ ଶତକ। ଆଜିର ଇନିଂସରେ ଯଶସ୍ୱୀ ନିଜର ଉଭୟ ସନ୍ତୁଳିତ ଧୈର୍ଯ୍ୟ ଓ ଆକ୍ରମଣାତ୍ମକ ଦକ୍ଷତାର ପରିଚୟ ଦେଇଛନ୍ତି।
ପ୍ରଥମେ ସେ ବେଶ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ। ଧିମା, ସତର୍କତାର ସହ ଇନିଂସ ଆରମ୍ଭ କରିଥିବା ଜୈସୱାଲ ପରବର୍ତ୍ତୀ ଅବସ୍ଥାରେ ଗିୟର ବଦଳାଇ ଖୋଲା ଶଟ ଖେଳିଥିଲେ। ଏଥିସହ ନିଜ ‘ଯାସ ବଲ’ର ଜଲୱା ଦେଖାଇଥିଲେ। ଏହାପରେ ୧୪୫ ବଲରେ ନିଜର ୭ମ ଶତକ ହାସଲ କରିଛନ୍ତି।
ଯାସ ବଲ ଅର୍ଥ ଜୈସୱାଲ ଖେଳୁଥିବା ଆଟାକିଂ ଟେଷ୍ଟ କ୍ରିକେଟ(Test Match)କୁ ଏଠାରେ ଦର୍ଶାଯାଇଛି। ଇଂଲଣ୍ଡ ବାଜ ବଲରେ ବିଶ୍ୱାସ କରୁଥିବା ବେଳେ କ୍ରିକେଟ ପଣ୍ଡିତମାନେ ଯଶସ୍ୱୀଙ୍କ ବ୍ୟାଟିଂ ଷ୍ଟାଇଲକୁ ଯାସ ବଲ ଭାବେ ଆଖ୍ୟା ଦେଇଛନ୍ତି।
ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ଯଶସ୍ୱୀଙ୍କ ବ୍ୟାଟ୍ ବେଶ ଚୁପ ରହିଥିଲା। ଅହମଦାବାଦ ଟେଷ୍ଟ(Test Cricket)ରେ କେଏଲ ରାହୁଲ, ରବୀନ୍ଦ୍ର ଜାଡେଜା ଓ ଧ୍ରୁବ ଜୁରେଲ ଶତକ ହାସଲ କରିଥିଲେ। ହେଲେ ଦେଶର ରାଜଧାନୀରେ ଯଶସ୍ୱୀ ପ୍ରଥମ ଦିନରେ ନିଜର ଛାପ ଛାଡ଼ିଛନ୍ତି। ଆଜି ସେ କେଏଲ ରାହୁଲଙ୍କ ସହ ମିଶି ଆରମ୍ଭରୁ ବେଶ ସତର୍କତାର ସହ ବ୍ୟାଟିଂ କରିଥିଲେ।
ଆରମ୍ଭରୁ ଇଣ୍ଡିଜ ବୋଲରଙ୍କୁ ମିଳୁଥିବା ସୁଇଂ ଓ ବାଉନ୍ସକୁ ସମ୍ମାନ ଦେଇଥିଲେ। ଭାରତ ପ୍ରଥମ ଏକ ଘଣ୍ଟାରେ ୨.୫ ହାରରେ ରନ ସଂଗ୍ରହ କରିଥିଲା। ଏହାପରେ କିନ୍ତୁ ଯଶସ୍ୱୀ ନିଜର ଆଟାକିଂ ଖେଳ ଦେଖାଇଛନ୍ତି।
ଭାରତ ଚା’ ପାନ ବିରତି ସୁଦ୍ଧା କେଏଲ ରାହୁଲ(୩୮)ଙ୍କୁ ହରାଇ ୨୧୧ ରନ କରି ନେଇଛି। ଜୈସୱାଲ ୧୧୧ ଓ ସାଈ ସୁଦର୍ଶନ ୭୧ ରନ କରି କ୍ରିଜରେ ରହିଛନ୍ତି।
ବିରଳ କ୍ଲବରେ ଯଶସ୍ୱୀ
ଆଜିର ଶତକ ପରେ ଯଶସ୍ୱୀ ଜୈୱାଲ(Yashasvi Jaiswal) ମହାନ କ୍ରିକେଟ ରହିଥିବା ବିରଳ କ୍ଲବରେ ନିଜକୁ ସାମିଲ କରିପାରିଛନ୍ତି। ବୟସ ୨୪ ହେବା ପୂର୍ବରୁ ତାଙ୍କ ତୁଳନାରେ କେବଳ ୩ ଜଣ କିମ୍ବଦନ୍ତୀ ଟେଷ୍ଟ କ୍ରିକେଟରେ ଅଧିକ ଶତକ ହାସଲ କରିପାରିଛନ୍ତି। ସେମାନେ ହେଲେ ଡନ ବ୍ରାଡମ୍ୟାନ(୧୨), ସଚିନ ତେନ୍ଦୁଲକର(୧୧) ଓ ଗାରଫିଲ୍ଡ ସୋଭର୍ସ(୯)।
ଜାଭେଦ ମିଆଁଦାଦ, ଗ୍ରେମ ସ୍ମିଥ, ଆଲିଷ୍ଟର କୁକ ଓ କେନ ୱିଲୟମସନଙ୍କ ଭଳି ଅନ୍ୟ ମହାନ କ୍ରିକେଟରଙ୍କ କ୍ଲବରେ ଯଶସ୍ୱୀ ସାମିଲ ହୋଇଛନ୍ତ। ଏମାନେ ଯୁବାବସ୍ଥାରେ ଟେଷ୍ଟ କ୍ରିକେଟରେ ୭ଟି ଶତକ ହାସଲ କରିଥିଲେ। ଏବେ ଯଶସ୍ୱୀ ମଧ୍ୟ ଟେଷ୍ଟ କ୍ୟାରିୟରରେ ନିଜର ୭ମ ଶତକ ମାରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/10/jas-2025-10-10-14-30-03.jpg)