Advertisment

ସେହୱାଗଙ୍କୁ ଟପିଲେ, ବିରାଟ ଓ ଡ୍ରାଭିଡଙ୍କ ସମକକ୍ଷ ହେଲେ ଯଶସ୍ୱୀ ଜୈସୱାଲ

ଅନ୍ୟପକ୍ଷରେ ଯଶସ୍ୱୀ ଛକା ମାମଲାରେ ବୀରେନ୍ଦ୍ର ସେହୱାଗଙ୍କୁ ପଛରେ ପକାଇ ଦେଇଛନ୍ତି। ୧୬ ବର୍ଷ ଧରି ସେହୱାଗଙ୍କ ନାଁରେ ଥିବା ଛକା ରେକର୍ଡକୁ ଭାଙ୍ଗିଛନ୍ତି।

Yashasvi Jaiswal

Yashasvi Jaiswal

Advertisment

ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟରେ ଭାରତ ବିପର୍ଯ୍ୟୟ ମଧ୍ୟରେ ଫସିଛି। ଇଂଲଣ୍ଡ ପ୍ରଥମ ଇନିଂସରେ ୩୫୩ ରନ କରିଥିବା ବେଳେ ଭାରତ ୨୫୦ ରନ ଭିତରେ ୭ ୱିକେଟ ହରାଇ ସଂଘର୍ଷ କରୁଛି। ଏହି ଟେଷ୍ଟରେ ଅଧିକାଂଶ ବ୍ୟାଟର ଫେଲ ମାରିଥିଲେ ହେଁ ଯୁବ ତାରକା ଯଶସ୍ୱୀ ଜୈସୱାଲ ନିଜର ଜଲୱା ଦେଖାଇଛନ୍ତି। ସେ ୭୩ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୮ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି।

Advertisment

ତୃତୀୟ ଟେଷ୍ଟରେ ଡବଲ ଟନ୍‌ ହାସଲ କରିଥିବା ଯଶସ୍ୱୀ ଆଜି ୭୩ ରନ କରିବା ପରେ ନିଜକୁ ବିରଳ ରେକର୍ଡ କ୍ଲବରେ ସାମିଲ କରିଛନ୍ତି। ସେ ଛକା ମାରିବା ମାମଲାରେ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗଙ୍କୁ ଅତିକ୍ରମ କରି ଯାଇଛନ୍ତି। ସେହିପରି ରନ ମେସିନ ବିରାଟ କୋହଲି ଓ ବର୍ତ୍ତମାନ ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି।

ରାଞ୍ଚି ଟେଷ୍ଟର ଦ୍ୱିତୀୟ ଦିନରେ ଇଂଲଣ୍ଡର ଦମଦାର ବୋଲିଂକୁ ଯଶସ୍ୱୀ ବେଶ ଚମତ୍କାର ଢଙ୍ଗରେ ଖେଳିଥିଲେ। ଭାରତ ୪ ରନରେ ଅଧିନାୟକ ରୋହିତଙ୍କୁ ହରାଇଥିବା ବେଳେ ଯଶସ୍ୱୀ ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ଶୁବମନ ଗିଲଙ୍କ ସହ ମିଶି ସ୍ଥିତି ସମ୍ଭାଳିଥିଲେ। ଏଥିସହ ୮୯ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

Advertisment

ଏହି ଅର୍ଦ୍ଧଶତକ ପରେ ସେ ବିରାଟ କୋହଲି ଓ ରାହୁଲ ଡ୍ରାଭିଡଙ୍କ ବିରଳ କ୍ଲବରେ ନିଜକୁ ସାମିଲ କରିଛନ୍ତି। ଯଶସ୍ୱୀ ଟେଷ୍ଟ କ୍ରିକେଟ ଇତିହାସରେ ଭାରତର ତୃତୀୟ ବ୍ୟାଟର ଭାବେ ଇଂଲଣ୍ଡ ବିପକ୍ଷ ସିରିଜଜରେ ୬୦୦ କିମ୍ବା ତା’ ଠାରୁ ଅଧିକ ରନ କରିଛନ୍ତି। ୨୦୦୨ ମସିହାରେ ରାହୁଲ ଡ୍ରାଭିଡ ୬୦୦ ରନ କରିଥିଲେ। ୨୦୧୬/୧୭ ଘରୋଇ ପରିବେଶରେ ବିରାଟ ୬୦୦ ରନ ପୂରଣ କରିଥିଲେ।

ଅନ୍ୟପକ୍ଷରେ ଯଶସ୍ୱୀ ଛକା ମାମଲାରେ ବୀରେନ୍ଦ୍ର ସେହୱାଗଙ୍କୁ ପଛରେ ପକାଇ ଦେଇଛନ୍ତି। ୧୬ ବର୍ଷ ଧରି ସେହୱାଗଙ୍କ ନାଁରେ ଥିବା ଛକା ରେକର୍ଡକୁ ଭାଙ୍ଗିଛନ୍ତି।

ଇଂଲଣ୍ଡ ସ୍ପିନର ଶୋଏବ ବଶିରଙ୍କୁ ଲଗଅନରେ ଛକା ମାରି ଯଶସ୍ୱୀ ଦୀର୍ଘ ବର୍ଷ ଧରି ସେହୱାଗଙ୍କ ନାଁରେ ଥିବା ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସେହୱାଗ ଟେଷ୍ଟ କ୍ରିକେଟରେ ୨୨ଟି ଛକା ମାରିଥିଲେ। ଏଥିପାଇଁ ତାଙ୍କୁ ୨୭ଟି ଇନିଂସ ଖେଳିବାକୁ ପଡ଼ିଥିଲା। ୨୦୦୮ରେ ସେହୱାଗ ଏହି ରେକର୍ଡ କରିଥିଲେ। କିନ୍ତୁ ୨୦୨୪ର ମାତ୍ର ୫ଟି ଟେଷ୍ଟ ଖେଳି ଯଶସ୍ୱୀ ୨୩ଟି ଛକା ମାରି ସାରିଲେଣି।

ତୃତୀୟ ସ୍ଥାନରେ ଋଷଭ ପନ୍ତ(୨୧), ୪ର୍ଥରେ ରୋହିତ ଶର୍ମା(୨୦) ଓ ୫ମ ସ୍ଥାନରେ ମୟଙ୍କ ଅଗ୍ରୱାଲ(୧୮) ରହିଛନ୍ତି।

Virat Kohli Virender Sehwag Yashasvi Jaiswal Test Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe