Advertisment

ଇତିହାସ ରଚିଲେ ଯଶସ୍ୱୀ ଜୈସୱାଲ

ପୂର୍ବରୁ ସର୍ବକନିଷ୍ଠ ଭାରତୀୟ ଭାବେ ଦିଲୀପ ଭେଙ୍ଗସରକାର ୨୩ ବର୍ଷ ବୟସରେ ଏପରି ରେକର୍ଡର ଅଧିକାରୀ ହୋଇଥିଲା।

Yashasvi Jaiswal

Yashasvi Jaiswal

Advertisment

ଟିମ ଇଣ୍ଡିଆର ଓପନର ଯଶସ୍ୱୀ ଜୈସୱାଲ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ସେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବକନିଷ୍ଠ ଭାରତୀୟ ଖେଳାଳି ଭାବେ ଟେଷ୍ଟ କ୍ରିକେଟରେ ୧ ହଜାର ରନ ପୂରଣ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଜୈସୱାଲ ଏପରି ରେକର୍ଡର ଅଧିକାରୀ ହୋଇଛନ୍ତି।

Advertisment

ପୂର୍ବରୁ ସର୍ବକନିଷ୍ଠ ଭାରତୀୟ ଭାବେ ଦିଲୀପ ଭେଙ୍ଗସରକାର ୨୩ ବର୍ଷ ବୟସରେ ଏପରି ରେକର୍ଡର ଅଧିକାରୀ ହୋଇଥିଲା। ୧୯୭୯ ମସିହାରେ ଏପରି ଘଟଣା ଘଟିଥିଲା। ହେଲେ ଏହି ରେକର୍ଡକୁ ଯଶସ୍ୱୀ ୨୨ ବର୍ଷ ବୟସରେ ଭାଙ୍ଗି ଦେଇଛନ୍ତି।

ବର୍ତ୍ତମାନ ଯଶସ୍ୱୀ ୨୦୨୪ରେ ପୂରା ବିଶ୍ୱ ଟେଷ୍ଟ କ୍ରିକେଟରେ ଦ୍ୱିତୀୟ ସର୍ବାଧିକ ରନ ହାସଲକାରୀ କ୍ରିକେଟର। ତାଙ୍କ ଉପରେ ଇଂଲଣ୍ଡର ଜୋ ରୁଟ ରହିଛନ୍ତି। ରୁଟ ୧୪ଟି ମ୍ୟାଚ୍‌ରେ ୧୩୦୫ ରନ କରିଛନ୍ତି। ଯଶସ୍ୱୀ ୧୦ଟି ମ୍ୟାଚ୍‌ରେ ୫୯.୨୩ ହାରରେ ମୋଟ ୧୦୦୭ ରନ କରିଛନ୍ତି। ଏଥିରେ ୨ଟି ଶତକ ଓ ୬ଟି ଅର୍ଦ୍ଧଶତକ ରହିଛି।

Advertisment

୨୦୨୪ରେ ଆହୁରି ୩ଟି ଟେଷ୍ଟ ଥିବାରୁ ଯଶସ୍ୱୀ ଏକାଧିକ କିମ୍ବଦନ୍ତୀ କ୍ରିକେଟରଙ୍କ ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି।

ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସବୁଠାରୁ ଅଧିକ ରନ କରିବାର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାଁରେ ରହିଛି। ସେ ୨୦୧୦ରେ ମୋଟ ୧୪ଟି ମ୍ୟାଚ୍‌ ଖେଳି ୧୫୬୨ ରନ କରିଥିଲେ। ସେହିପରି ବୀରେନ୍ଦ୍ର ସେହୱାଗ ୨୦୦୮ରେ ୧୪୬୨ ରନ ଓପନର ଭାବେ ଗୋଟିଏ ବର୍ଷରେ ସର୍ବାଧିକ ରନ ହାସଲ କରିଥିବା ରେକର୍ଡ ନିଜ ନାଁରେ ରଖିଛନ୍ତି।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ କଥା ବିଚାରକୁ ନେଲେ, ଯଶସ୍ୱୀ ୩୦ ରନ କରି ପ୍ରଥମ ଇନିଂସରେ ଆଉଟ ହୋଇଯାଇଛନ୍ତି। ଭାରତ ମଧ୍ୟ ୧୫୬ ରନରେ ଅଲଆଉଟ ହୋଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।

Yashasvi Jaiswal Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe