Advertisment

୯୨ ବର୍ଷରେ ପ୍ରଥମ: ପୂର୍ବରୁ କେବେ ଘଟି ନଥିବା ରେକର୍ଡ କଲେ ଜୈସୱାଲ

ମ୍ୟାଚ୍‌ ଜିତିବା ପାଇଁ ୩୫୯ ରନର ଟାର୍ଗେଟକୁ ପିଛା କରୁଥିବା ଭାରତକୁ ଜୈସୱାଲ ଦମଦାର ଆରମ୍ଭ ଦେଇଥିଲେ। ସେ ୬୫ ବଲରେ ୭୭ ରନର ଇନିଂସ ଖେଳିଛନ୍ତି।

Yashasvi Jaiswal

Yashasvi Jaiswal

Advertisment

ଦୀର୍ଘ ୧୨ ବର୍ଷ ପରେ ଭାରତୀୟ ଟିମ ଆଜି ନ୍ୟୁଜିଲ୍ୟାଣ୍ଡ ଠାରୁ ଘରୋଇ ମାଟିରେ କୌଣସି ଟେଷ୍ଟ ସିରିଜ ହାରିଛି। ଭାରତ ପୁଣେରେ ଆୟୋଜିତ ଦ୍ୱିତୀୟ ଟେଷ୍ଟକୁ ୧୧୩ ରନରେ ହାରିଥିଲେ ହେଁ ଯଶସ୍ୱୀ ଜୈସୱାଲ ଏକମାତ୍ର ବ୍ୟାଟର ଭାବେ ଅର୍ଦ୍ଧଶତକ ହାସଲ କରିଛନ୍ତି।

Advertisment

ମ୍ୟାଚ୍‌ ଜିତିବା ପାଇଁ ୩୫୯ ରନର ଟାର୍ଗେଟକୁ ପିଛା କରୁଥିବା ଭାରତକୁ ଜୈସୱାଲ ଦମଦାର ଆରମ୍ଭ ଦେଇଥିଲେ। ସେ ୬୫ ବଲରେ ୭୭ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୯ଟି ଚୌକା ଓ ୩ଟି ଛକା ମାରିଛନ୍ତି। ଏହି ଇନିଂସ ବଳରେ ସେ ପ୍ରଥମ ଭାରତୀୟ ଭାବେ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି।

ଭାରତୀୟ ଟେଷ୍ଟ କ୍ରିକେଟର ୯୨ ବର୍ଷର ଇତିହାସ ମଧ୍ୟରେ ଜୈସୱାଲ ପ୍ରଥମ ବ୍ୟାଟର ଭାବେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୩୦ କିମ୍ବା ତା’ ଠାରୁ ଅଧିକ ଛକା ମାରିବାର କୀର୍ତ୍ତିମାନ ହାସଲ କରିଛନ୍ତି। ୨୦୨୪ ଜୈସୱାଲଙ୍କ ପାଇଁ ବେଶ ଚମତ୍କାର ରହିଛି। ସେ ଏହି ବର୍ଷ ୧ ହଜାରରୁ ଅଧିକ ରନ ମଧ୍ୟ କରିବାର ରେକର୍ଡ ହାସଲ କରିଛନ୍ତି।

Advertisment

ଜୈସୱାଲ ଆଜି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୩ଟି ଛକା ମାରି ଚଳିତ ବର୍ଷ ନିଜର ଛକା ସଂଖ୍ୟାକୁ ୩୨ରେ ପହଞ୍ଚାଇ ଦେଇଛନ୍ତି। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବାରେ ଜୈସୱାଲ ଏବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ଉପରେ ବିଶ୍ୱର ଏକମାତ୍ର ବ୍ୟାଟର ଭାବେ ନ୍ୟୁଜିଲ୍ୟାଣ୍ଡର ବ୍ରାଣ୍ଡନ ମ୍ୟାକକୁଲମ ରହିଛନ୍ତି।

ମ୍ୟାକକୁଲମ ୨୦୧୪ ବର୍ଷରେ ୩୩ଟି ଛକା ମାରିଥିଲେ। ଏହାକୁ ଅତିକ୍ରମ କରିବା ପାଇଁ ଜୈସୱାଲଙ୍କ ପାଖରେ ଯଥେଷ୍ଟ ସୁଯୋଗ ରହିଛି। କାରଣ ଚଳିତ ବର୍ଷ ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଆଉ ଗୋଟିଏ ଟେଷ୍ଟ ଖେଳିବେ।

ସେହିପରି ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ୪ଟି ଟେଷ୍ଟ ମଧ୍ୟ ଚଳିତ ବର୍ଷ ଖେଳାଯିବ। ଏଥିରେ ଯଦି ଜୈସୱାଲ ସୁଯୋଗ ପାଆନ୍ତି, ତା’ହେଲେ ସେ ନିଶ୍ଚିତ ମ୍ୟାକକୁଲମଙ୍କ ରେକର୍ଡ ଭାଙ୍ଗିବାକୁ ସକ୍ଷମ ହେବେ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଇନିଂସରେ ଜୈସୱାଲ ଦମଦାର ୭୭ ରନ କରିଥିଲେ ହେଁ ବାକି ବ୍ୟାଟର ତାଙ୍କୁ ସାଥ ଦେଇ ନଥିଲେ। ସେ ଆଉଟ ହେବା ପରେ ଭାରତୀୟ ଟିମ ଆଉ ୧୧୮ ରନରେ ୭ଟି ୱିକେଟ ହରାଇଥିଲା। ଏହା ମଧ୍ୟରୁ ରବୀନ୍ଦ୍ର ଜାଡେଜା ଏକାକୀ ୪୨ ରନ କରିଛନ୍ତି।

ନ୍ୟୁଜିଲ୍ୟାଣ୍ଡ ପାଇଁ ମିଚେଲ ସାଣ୍ଟନର ଜଲୱା ଦେଖାଇ ଏହି ମ୍ୟାଚ୍‌ରେ ୧୩ଟି ୱିକେଟ ଦଖଲ କରିଛନ୍ତି।

Test Match Test Cricket Yashasvi Jaiswal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe