Advertisment

ରାଞ୍ଚିରେ ଜୈସ୍ୱାଲଙ୍କ ରେକର୍ଡ, ଗାଙ୍ଗୁଲି-ଗମ୍ଭୀରଙ୍କୁ ପଛରେ ପକାଇଲେ

ବାମହାତୀ ବ୍ୟାଟ୍ସମ୍ୟାନ୍ ଭାବେ ଭାରତ ପାଇଁ ଗୋଟିଏ ଟେଷ୍ଟ ସିରିଜରେ ସର୍ବାଧିକ ରନ୍ ସଂଗ୍ରହ କରିବାର ରେକର୍ଡ କରିଛନ୍ତି ଯଶସ୍ୱୀ ଜୈସ୍ୱାଲ।

author-image
Debibandita Barick
Yashasvi Jaiswal

Yashasvi Jaiswal

ଇଂଲଣ୍ଡ ବିପକ୍ଷରେ ଖେଳା ଯାଉଥିବା ଟେଷ୍ଟ ସିରିଜରେ ଗୋଟିଏ ପରେ ଗୋଟିଏ ରେକର୍ଡ କରି ଚାଲିଛନ୍ତି ଯଶସ୍ୱୀ ଜୈସ୍ୱାଲ। ରାଞ୍ଚିରେ ଖେଳା ଯାଉଥିବା ଚତୁର୍ଥ ଟେଷ୍ଟରେ ୭୩ ରନ୍ ସହ ଯଶସ୍ୱୀ ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି ଏବଂ ଗୌତମ ଗମ୍ଭୀରଙ୍କୁ ପଛରେ ପକାଇ ଦେଇଛନ୍ତି। 

Advertisment

ସେ ବାମହାତୀ ବ୍ୟାଟ୍ସମ୍ୟାନ୍ ଭାବେ ଭାରତ ପାଇଁ ଗୋଟିଏ ଟେଷ୍ଟ ସିରିଜରେ ସର୍ବାଧିକ ରନ୍ ସଂଗ୍ରହ କରିବାର ରେକର୍ଡ କରିଛନ୍ତି। ଖବର ଲେଖା ହେବା ସୁଦ୍ଧା ଯଶସ୍ୱୀ ୪ଟି ଟେଷ୍ଟ ମ୍ୟାଚର ୭ ଇନିଂସରେ ୫୯୯ ରନ୍ ସଂଗ୍ରହ କରିଛନ୍ତି। ଏଥି ମଧ୍ୟରେ ଦୁଇଟି ଦ୍ୱିଶତକ ରହିଛି। 

୨୦୦୭ରେ ପାକିସ୍ତାନ ବିପକ୍ଷରେ ସୌରଭ ଗାଙ୍ଗୁଲି ୫୩୪ ରନ୍ ସଂଗ୍ରହ କରିଥିଲେ। ବର୍ତ୍ତମାନ ଯଶସ୍ୱୀ ଗାଙ୍ଗୁଲିଙ୍କୁ ଟପି ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ଦ୍ୱିତୀୟରେ ଥିବା ଗମ୍ଭୀର ତୃତୀୟ ସ୍ଥାନକୁ ଖସି ଆସିଛନ୍ତି। ୨୦୦୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଗମ୍ଭୀର ୪୬୩ ରନ୍ ସ୍କୋର କରିଥିଲେ। ସେ ୨୦୦୯ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୪୪୫ ରନ୍ ସ୍କୋର କରିଥିଲେ।

Advertisment

ସେହିପରି ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ଛକା ମାରିବାରେ ମଧ୍ୟ ରେକର୍ଡ କରିଛନ୍ତି ଯଶସ୍ୱୀ। ସେ ଏପର୍ଯ୍ୟନ୍ତ ୨୩ଟି ଛକା ମାରିଛନ୍ତି। ଗୋଟିଏ ଦଳ ବିପକ୍ଷରେ ସର୍ବାଧିକ ଛକା ମାରିବାରେ ଦ୍ୱିତୀୟରେ ଅଛନ୍ତି ଯଶସ୍ୱୀ। ପ୍ରଥମରେ ସଚିନ ତେନ୍ଦୁଲକର ଅଛନ୍ତି। ସେ ଅଷ୍ଟ୍ରେଲିଆ ବିପକ୍ଷରେ ୨୫ଟି ଛକା ମାରିଥିଲେ।

ଗୋଟିଏ ଦଳ ବିପକ୍ଷରେ ଟେଷ୍ଟରେ ସର୍ବାଧିକ ଛକା ମାରିଥିବା ଭାରତୀୟ
୨୫ - ସଚିନ୍ ତେନ୍ଦୁଲକର - ଅଷ୍ଟ୍ରେଲିଆ 
୨୩ - ଯଶସ୍ୱୀ ଜୈସ୍ୱାଲ - ଇଂଲଣ୍ଡ 
୨୨ - ରୋହିତ ଶର୍ମା - ଦକ୍ଷିଣ ଆଫ୍ରିକା 
୨୧ - କପିଲ ଦେବ - ଇଂଲଣ୍ଡ 
୨୧ - ଋଷଭ ପନ୍ତ -  ଇଂଲଣ୍ଡ

ଯଦି ଆମେ ଯଶସ୍ୱୀଙ୍କ କ୍ୟାରିଅର କଥା କହିବା, ତେବେ ସେ ୧୪ ଟେଷ୍ଟ ଇନିଂସରେ ୯୧୫ ରନ୍ ସଂଗ୍ରହ କରିଛନ୍ତି। ଏଥି ମଧ୍ୟରେ ୩ଟି ଶତକ ଏବଂ ୩ଟି ଅର୍ଦ୍ଧଶତକ ରହିଛି। ଏହା ସହିତ ସେ ଦୁଇଟି ଦ୍ୱିଶତକ ମଧ୍ୟ ହାସଲ କରିଛନ୍ତି। ଯଶସ୍ୱୀଙ୍କ ସର୍ବଶ୍ରେଷ୍ଟ ଟେଷ୍ଟ ସ୍କୋର ୨୧୪ ରନ୍। ଟି-୨୦ ଫର୍ମାଟରେ ମଧ୍ୟ ଯଶସ୍ୱୀଙ୍କର ଭଲ ପ୍ରଦର୍ଶନ ରହିଛି।

Test Match Sourav Ganguli Cricketers Records Yashasvi Record Goutam Gambhir Indian Cricketer Yashasvi Jaiswal