Advertisment

ଜୈସୱାଲ ଆଉଟ ନା ନଟ ଆଉଟ? ଚର୍ଚ୍ଚାରେ ବିବାଦୀୟ DRS

ଯଶସ୍ୱୀ ଜୈସୱାଲ ବିବାଦୀୟ ଢଙ୍ଗରେ ଆଉଟ ଘୋଷଣା ଯିବା ନିଷ୍ପତ୍ତି ବିଶ୍ୱ କ୍ରିକେଟରେ ଚହଳ ସୃଷ୍ଟି କରିଛି। ସ୍ନିକୋ ମିଟରରେ ବଲ ତାଙ୍କ ବ୍ୟାଟରେ ବାଜି ନଥିବା ଦେଖାଇଥିଲେ ହେଁ ତୃତୀୟ ଅମ୍ପାୟାର ତାଙ୍କୁ ଆଉଟ ଘୋଷଣା କରିଥିଲେ।

author-image
Hemant Lenka
ICC

ICC

ମେଲବର୍ଣ୍ଣରେ ଖେଳା ଯାଇଥିବା ବକ୍ସିଂ ଡେ ଟେଷ୍ଟର ଅନ୍ତିମ ଦିନରେ DRS ବିବାଦ ତୀବ୍ର ରୂପ ନେଇଛି। ଟିମ ଇଣ୍ଡିଆର ଯୁବ ଓପନର ଯଶସ୍ୱୀ ଜୈସୱାଲଙ୍କୁ ତୃତୀୟ ଅମ୍ପାୟାର ଆଉଟ ଦେବା ପରେ ବିବାଦ ସୃଷ୍ଟି ହୋଇଛି। ଶେଷରେ ଦିନରେ ମ୍ୟାଚ୍‌ ବଞ୍ଚାଇବାକୁ ଭାରତ ଚେଷ୍ଟା କରୁଥିବା ବେଳେ ଅଷ୍ଟ୍ରେଲିଆ ଆଗରେ ଜୈସୱାଲ ଖୁଣ୍ଟ ଭାବେ ଛିଡ଼ା ହୋଇଥିଲେ।

Advertisment

କିନ୍ତୁ ତାଙ୍କୁ ବିବାଦୀୟ ଢଙ୍ଗରେ ଆଉଟ ଘୋଷଣା ଯିବା ନିଷ୍ପତ୍ତି ବିଶ୍ୱ କ୍ରିକେଟରେ ଚହଳ ସୃଷ୍ଟି କରିଛି। ସ୍ନିକୋ ମିଟରରେ ବଲ ତାଙ୍କ ବ୍ୟାଟରେ ବାଜି ନଥିବା ଦେଖାଇଥିଲେ ହେଁ ତୃତୀୟ ଅମ୍ପାୟାର ତାଙ୍କୁ ଆଉଟ ଘୋଷଣା କରିଥିଲେ।

ପୂରା ବିବାଦ ୭୧ତମ ଓଭରରେ ଦେଖିବାକୁ ମିଳିଥିଲା। ଜୈସୱାଲ ୮୪ ରନରେ ବ୍ୟାଟିଂ କରୁଥିଲେ। ସେ ପାଟ କମିନ୍ସଙ୍କ ବଲକୁ ପୁଲ ମାରିବାକୁ ଚେଷ୍ଟା କରିଥିଲେ ହେଁ ଏହା ଲେଗ ସାଇଡରେ ଯାଇ ୱିକେଟ କିପର ଆଲେକ୍ସ କେରୀଙ୍କ ଗ୍ଲୋବ୍ସରେ ପଡ଼ିଥିଲା। ବଲ ଯଶସ୍ୱୀଙ୍କ ଗ୍ଲୋବ୍ସରେ ବାଜିଥିବା ଭାବି କେରୀ ଓ କମିନ୍ସ ଜୋରଦାର ଅପିଲ କରିଥିଲେ।

Advertisment

ଅନ ଫିଲ୍ଡ ଅମ୍ପାୟାର ଜୁଏଲ ୱିଲସନ କିନ୍ତୁ ଆଉଟ ଦେଇ ନଥିଲେ। ତେବେ ଏହା ବିରୋଧରେ କମିନ୍ସ ଡିଆରଏସର ବ୍ୟବହାର କରିଥିଲେ। ଏହି ଠାରୁ ଆରମ୍ଭ ହୋଇଥିଲା ବିବାଦ। ଡିଆରଏସ ବଳରେ ବେଶ କିଛି ସମୟ ତୃତୀୟ ଅମ୍ପାୟାର ଚେକ କରିଥିଲେ। ଅଲ୍ଟ୍ରା ଏଡେଜରେ ଦେଖିବାକୁ ମିଳିଥିଲା ଯେ ବଲ ବ୍ୟାଟକୁ ଅତିକ୍ରମ କରିବା ବେଳେ କୌଣସି ସ୍ପାଇକ ଦେଖାଯାଇ ନଥିଲା।

ତଥାପି ତୃତୀୟ ଅମ୍ପାୟାର ଶର୍ଫୁଦୌଲା ସୈକତ ଭିଜୁଆଲ ପ୍ରମାଣ ଆଧାରରେ ଜୈସୱାଲଙ୍କୁ ଆଉଟ ଘୋଷଣା କରିଥିଲେ। ବଲ ବ୍ୟାଟ ଅତିକ୍ରମ କରିବା ବେଳେ ଡିଫ୍ଲେକ୍ଟ ବା ସାମାନ୍ୟ ଦିଗ ବଦଳାଇ ଥିବାରୁ, ସେହି ଆଧାରରେ ସୈକତ ନିଜର ନିଷ୍ପତ୍ତି ନେଇଥିଲେ।

ଏହି ନିଷ୍ପତ୍ତି ପରେ ଅଷ୍ଟ୍ରେଲିଆର ଖେଳାଳିମାନେ ଉତ୍ସାହିତ ହୋଇପଡ଼ିଥିବା ବେଳେ ଜୈସୱାଲ ପୂରା ସ୍ତବ୍ଧ ହୋଇଯାଇଥିଲେ। ଭାଷ୍ୟକାରମାନେ ମଧ୍ୟ ତୃତୀୟ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ଲାଇଭ ଟିଭି ଶୋ’ରେ ସମାଲୋଚନା କରିଛନ୍ତି।

ଅନ୍ୟପକ୍ଷରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ତୃତୀୟ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ତାଙ୍କ କହିବା କଥା ଯେ ସ୍ନିକୋ ମିଟରରେ ବଲ ବ୍ୟାଟରେ ବାଜିଥିବା ଜଣାପଡ଼ୁନି। କିନ୍ତୁ ଖାଲି ଆଖିରେ ଦେଖିଲେ ବଲ ଯଶସ୍ୱୀଙ୍କ ବ୍ୟାଟରେ ମାଡ଼ ହୋଇଥିବା ଭଳି ଲାଗୁଛି। କିନ୍ତୁ ସେ ଯାହା ବି ହେଉ ନିଷ୍ପତ୍ତିର ଭୁଲ ପକ୍ଷରେ ରହିଛୁ ବୋଲି ସେ କହିଛନ୍ତି।

ଏଠାରେ ପ୍ରଶ୍ନ ଉଠୁଛି ଭାରତ ଜିତିଥିବା ପର୍ଥ ଟେଷ୍ଟରେ ମଧ୍ୟ କେଏଲ ରାହୁଲ ବିବାଦୀୟ ଢଙ୍ଗରେ ଆଉଟ ହୋଇଥିଲେ। ଡିଆରଏସରେ ଏଡେଜ ଦେଖାଯିବାକୁ ତାଙ୍କୁ ଆଉଟ ଘୋଷଣା କରାଯାଇଥିଲେ। ସେତେବେଳେ ଭିଜୁଆଲ ପ୍ରମାଣକୁ ବିଚାରକୁ ନିଆଯାଇ ନଥିଲେ। ବଲ ରାହୁଲଙ୍କ ବ୍ୟାଟ ଅତିକ୍ରମ କରିବା ବେଳେ ଏହା ପ୍ୟାଡ୍‌ ପାଖରେ ଥିଲେ।

ରାହୁଲଙ୍କ କହିବା କଥା ଯେ ବଲ ବ୍ୟାଟକୁ ଅତିକ୍ରମ କରିବା ବେଳେ ଏହା ପ୍ୟାଡରେ ମାଡ଼ ହୋଇଥିଲା। ତେଣୁ ସ୍ନିକୋ ମିଟରରେ ଏଡଜ ଦେଖାଇଥିଲା। ତଥାପି ସ୍ନିକୋ ମିଟର ଆଧାରରେ ସେ ଆଉଟ ହୋଇଥିଲେ। ଏବେ ୪ର୍ଥ ଟେଷ୍ଟରେ ସ୍ନିକୋ ମିଟର ବଦଳରେ ଭିଜୁଆଲ ପ୍ରମାଣକୁ ବିଚାରକୁ ନିଆଯିବା ସମସ୍ତଙ୍କୁ ଚକିତ କରିଛି।  

ICC Border-Gavaskar Trophy Yashasvi Jaiswal