Advertisment

ଆଇସିସି ରାଙ୍କିଙ୍ଗ: କ୍ୟାରିୟରର ଶ୍ରେଷ୍ଠ ସ୍ଥାନରେ ଭାରତର ‘ୟଙ୍ଗ ବ୍ରିଗେଡିୟର୍‌’

ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟରେ ଯଶସ୍ୱୀ ଜୈସୱାଲ, ଶୁବମନ ଗିଲ୍‌ ଓ ଧ୍ରୁବ ଜୁରେଲ ଅର୍ଦ୍ଧଶତକ ହାସଲ କରିଥିଲେ।

Test Cricket

Test Cricket

Advertisment

ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟରେ ଭାରତରକୁ ଚମତ୍କାର ଢଙ୍ଗରେ ବିଜୟ ଭେଟି ଦେଇଥିବା ଟିମ ଇଣ୍ଡିଆର ୩ ୟଙ୍ଗ ବ୍ୟାଟରଙ୍କୁ ମିଳିଛି ବଡ଼ ସଫଳତା। ଆଇସିସି ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗରେ ଟିମ ଇଣ୍ଡିଆର ୩ ୟଙ୍ଗ ବ୍ରିଗେଡିୟର କ୍ୟାରିୟରର ଶ୍ରେଷ୍ଠ ସ୍ଥାନରେ ପହଞ୍ଚି ଯାଇଛନ୍ତି।

Advertisment

ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟରେ ଯଶସ୍ୱୀ ଜୈସୱାଲ, ଶୁବମନ ଗିଲ୍‌ ଓ ଧ୍ରୁବ ଜୁରେଲ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ୩ ଯୁବ ବ୍ୟାଟରଙ୍କ କମାଲ ଯୋଗୁ ଭାରତ ୪ର୍ଥ ଟେଷ୍ଟ ଜିତିବା ସହ ସିରିଜ ମଧ୍ୟ କବଜା କରିଛି। ମ୍ୟାଚ୍‌ ବିଜୟ ଇନିଂସ ପରେ ଏହି ୩ ଖେଳାଳି ଆଇସିସି ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗରେ ପଦୋନ୍ନତି ପାଇଛନ୍ତି।

ନ୍ୟୁଜିଲ୍ୟାଣ୍ଡର କେନ ୱିଲିୟମସନ ପୂର୍ବ ଭଳି ରାଙ୍କିଙ୍ଗର ପ୍ରଥମ ସ୍ଥାନରେ ଥିବା ବେଳେ ଭାରତ ବିପକ୍ଷରେ ଶତକ ହାସଲ କରିଥିବା ଇଂଲିଶ ଟିମର ଜୋ ରୁଟ ତୃତୀୟ ସ୍ଥାନକୁ ଉଠିଛନ୍ତି। ସେହିପରି ଅଲରାଉଣ୍ଡର ରାଙ୍କିଙ୍ଗରେ ସେ ୩ଟି ସ୍ଥାନ ଉପରକୁ ଉଠି ୪ର୍ଥରେ ପହଞ୍ଚିଛନ୍ତି।

Advertisment

ବ୍ୟାଟିଂ ରାଙ୍କିଙ୍ଗରେ ଭାରତର ଯଶସ୍ୱୀ ଜୈସୱାଲ ୩ଟି ସ୍ଥାନ ଉପରକୁ ଉଠି ୧୨ତମ, ଗିଲ ୪ଟି ସ୍ଥାନ ଉପରକୁ ଉଠି ୩୧ତମ ଓ ଜୁରେଲ ୩୧ଟି ସ୍ଥାନ ଲମ୍ପ ମାରି ରାଙ୍କିଙ୍ଗର ୬୯ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଏହା ସେମାନଙ୍କର ଟେଷ୍ଟ କ୍ୟାରିୟରର ସର୍ବଶ୍ରେଷ୍ଠ ରାଙ୍କିଙ୍ଗ। 

ଇଂଲଣ୍ଡର ଓପନର ଜ୍ୟାକ କ୍ରାଉଲୀ ମଧ୍ୟ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ସ୍ଥାନ ଦଖଲ କରିଛନ୍ତି। ସେ ଭାରତ ବିପକ୍ଷ ୪ର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ସେ ରାଙ୍କିଙ୍ଗରେ ୧୦ଟି ସ୍ଥାନ ଉପରକୁ ଉଠିଛନ୍ତି। ଏବେ ସେ ୧୭ତମ ସ୍ଥାନରେ ଅଛନ୍ତି।

ବ୍ୟାଟିଂ ରାଙ୍କିଙ୍ଗର ଦ୍ୱିତୀୟ ସ୍ଥାନରେ ଷ୍ଟିଭ ସ୍ମଥ, ୪ର୍ଥରେ ଡାର୍ଲି ମିଚେଲ, ୫ମରେ ବାବର ଆଜମ, ୬ଷ୍ଠରେ ଉସମାନ ଖ୍ୱାଜା, ୭ମରେ ଦିମୁଥ କରୁଣାରତ୍ନେ, ୮ମରେ ମାର୍ନସ ଲାବୁଶେନ, ୯ମରେ ବିରାଟ କୋହଲି ଓ ୧୦ମ ସ୍ଥାନରେ ହ୍ୟାରୀ ବ୍ରୁକ ରହିଛନ୍ତି।

ଅନ୍ୟପକ୍ଷରେ ଆଇସିସି ଟେଷ୍ଟ ବୋଲିଂ ରାଙ୍କିଙ୍ଗର ପ୍ରଥମ ସ୍ଥାନରେ ପୂର୍ବଭଳି ଯଶପ୍ରୀତ ବୁମ୍ରା ରହିଛନ୍ତି। ସେ ୪ର୍ଥ ଟେଷ୍ଟ ଖେଳି ନଥିଲେ ମଧ୍ୟ ତାଙ୍କୁ କେହି ବି ଅତିକ୍ରମ କରି ପାରି ନାହାନ୍ତି। ୪ର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସରେ ୪ ୱିକେଟ ନେଇଥିବା କୁଲଦୀପ ଯାଦବ ୧୦ଟି ସ୍ଥାନ ଉପରକୁ ଉଠି ୩୧ତମ ସ୍ଥାନ ଦଖଲ କରିଛନ୍ତି। ଏହା ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ରାଙ୍କିଙ୍ଗ।

ICC Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe