Advertisment

କ୍ୟାଚ୍‌ ଛାଡ଼ିବା ମହଙ୍ଗା ପଡ଼ିଲା, ଲିଡ୍ସ ଟେଷ୍ଟରେ ଭାରତୀୟ ଟିମର ଲଜ୍ଜାଜନକ ରେକର୍ଡ

ଭାରତୀୟ ଟିମ କ୍ୟାଚ୍‌ ଗୁଡ଼ିକୁ ଧରିବାରେ ସକ୍ଷମ ହୋଇଥାଆନ୍ତା, ତା’ହେଲେ ଦଳ ୬ ବଦଳରେ ୧୫୦ ରନୀ ଲିଡ ହାସଲ କରିବାରେ ସକ୍ଷମ ହୋଇଥାଆନ୍ତା।

Yashasvi Jaiswal

Yashasvi Jaiswal

Advertisment

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଦମଦାର ବ୍ୟାଟିଂ କରିଥିବା ଭାରତୀୟ ଟିମ ଫିଲ୍ଡିଂରେ କିନ୍ତୁ ସମସ୍ତଙ୍କୁ ନିରାଶ କରିଛି। ବିଶେଷରେ ଶତକ ହାସଲ କରିଥିବା ଭାରତୀୟ ଟିମର ଓପନର ଯଶସ୍ୱୀ ଜୈସୱାଲ ଫିଲ୍ଡିଂ ବେଳେ ଏକାଧିକ କ୍ୟାଚ୍‌ ହାତ ଛଡ଼ା କରିଛନ୍ତି। କ୍ୟାଚ୍‌ ଛାଡ଼ିବା ଯୋଗୁ ଇଂଲଣ୍ଡ ଟିମ ଭାରତୀୟ ଟିମ ପ୍ରଥମ ଇନିଂସରେ କରିଥିବା ସ୍କୋରର ଅତି ନିକଟରେ ପହଞ୍ଚିବାକୁ ସକ୍ଷମ ମଧ୍ୟ ହୋଇ ଯାଇଛି।

Advertisment

ବଡ଼ ଲିଡ ଲକ୍ଷ୍ୟରେ ଥିବା ଟିମ ଇଣ୍ଡିଆ କେବଳ ୬ ରନର ଅଗ୍ରଣୀ ହାସଲ କରିପାରିଛି। ଭାରତୀୟ ଟିମ ପ୍ରଥମ ଇନିଂସରେ ୬ଟି କ୍ୟାଚ୍‌ ହାତ ଛଡ଼ା କରି ୫ ବର୍ଷ ମଧ୍ୟରେ ସବୁଠାରୁ ଲଜ୍ଜାଜନକ ରେକର୍ଡ ମୁଣ୍ଡାଇଛି। ୨୦୧୯ ପରେ ଭାରତୀୟ ଟିମ କୌଣସି ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ୫ କିମ୍ବା ତା’ ଠାରୁ ଅଧିକ କ୍ୟାଚ ଛାଡ଼ିଛି। ୫ ବର୍ଷ ମଧ୍ୟରେ ଭାରତୀୟ ଟିମ କେବେ ହେଲେ ଏମିତି ପ୍ରଦର୍ଶନ କରି ନଥିଲା।

ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ଯଶସ୍ୱୀ ଫିଲ୍ଡିଂ ବେଳେ ଯଶପ୍ରୀତ ବୁମ୍ରାଙ୍କ ବଲରେ ୩ଟି କ୍ୟାଚ୍‌ ହାତ ଛଡ଼ା କରିଛନ୍ତି। ପ୍ରଥମେ ସେ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ମାତ୍ର ୧୫ ରନ କରିଥିବା ଇଂଲିଶ ଓପନର ବେନ ଡକେଟଙ୍କ କ୍ୟାଚ୍‌ ହାତ ଛଡ଼ା କରିଥିଲେ। ଏହାପରେ ସେ ୬୨ ରନ କରିବାକୁ ସକ୍ଷମ ହୋଇଥିଲା। ଏହାପରେ ଓଲି ପୋପ୍‌ ୬୦ ରନ କରିଥିବା ବେଳେ ତାଙ୍କ କ୍ୟାଚ୍‌ ମଧ୍ୟ ଯଶସ୍ୱୀ ଛାଡ଼ି ଥିଲେ। ପରବର୍ତ୍ତୀ ସମୟରେ ସେ ୧୦୬ ରନ କରି ନେଇଥିଲେ।

Advertisment

ଦ୍ୱିତୀୟ ଦିନରେ ୨ଟି କ୍ୟାଚ୍‌ ଛାଡ଼ିଥିବା ଜୈସୱାଲ ତୃତୀୟ ଦିନରେ ମଧ୍ୟ ସମସ୍ତଙ୍କୁ ନିରାଶ କରିଥିଲେ। ୯୯ ରନର ଇନିଂସ ଖେଳିଥିବା ହ୍ୟାରୀ ବ୍ରୁକ ୮୩ ରନ କରିଥିବା ବେଳେ ଯଶସ୍ୱୀଙ୍କ ହାତକୁ ବୁମ୍ରାଙ୍କ ବଲରେ କ୍ୟାଚ୍‌ ଦେଇଥିଲେ। କିନ୍ତୁ ସେ ପୁଣି ଏହାକୁ ଧରିବାରେ ସକ୍ଷମ ହୋଇ ନଥିଲେ। ସମସ୍ତ ୩ଟି ଯାକ କ୍ୟାଚ ବୁମ୍ରାଙ୍କ ବଲରେ ଯଶ୍ୱସୀ ମିସ୍‌ କରିଥିଲେ। ପ୍ରଥମ କ୍ୟାଚ୍‌ ହାତ ଛଡ଼ା କରିବା ବେଳେ ବୁମ୍ରା ସ୍ମିତ ହାସ୍ୟ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ନିଜର ନିରାଶାଭାବ ପ୍ରକାଶ କରିଥିଲେ।

ଯଶସ୍ୱୀଙ୍କ ବ୍ୟତୀତ ରବୀନ୍ଦ୍ର ଜାଡେଜା ଓ ୱିକେଟ କିପର ଋଷଭ ପନ୍ତ ମଧ୍ୟ ଆଉ ୩ଟି କ୍ୟାଚ୍‌ ଛାଡ଼ିଛନ୍ତି। ମୋଟ ଉପରେ ଭାରତୀୟ ଟିମ ୬ଟି କ୍ୟାଚ୍‌ ଛାଡ଼ିଛି। ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ୍‌ କହିଛନ୍ତି ଯେ ଯଦି ଭାରତୀୟ ଟିମ କ୍ୟାଚ୍‌ ଗୁଡ଼ିକୁ ଧରିବାରେ ସକ୍ଷମ ହୋଇଥାଆନ୍ତା, ତା’ହେଲେ ଦଳ ୬ ବଦଳରେ ୧୫୦ ରନୀ ଲିଡ ହାସଲ କରିବାରେ ସକ୍ଷମ ହୋଇଥାଆନ୍ତା।

ବୁମ୍ରାଙ୍କ ବଲରେ ଏକାଧିକ କ୍ୟାଚ୍‌ ମିସ ହୋଇଥିଲେ ହେଁ ସେ ପ୍ରଥମ ଇନିଂସରେ ୫ ୱିକେଟ ଦଖଲ କରିଛନ୍ତି। ଏଥିସହ ଇଂଲଣ୍ଡ ଟିମ ପ୍ରଥମ ଇନିଂସରେ ୪୬୫ ରନରେ ଅଲଆଉଟ ହୋଇଯିବାରୁ ଭାରତୀୟ ଟିମକୁ ୬ ରନର ଲିଡ ମିଳିଛି। ବୁମ୍ରା ୧୨ମ ଥର ପାଇଁ ବିଦେଶୀ ମାଟିରେ ପଞ୍ଝା ହାସଲ କରି କିମ୍ବଦନ୍ତୀ କ୍ରିକେଟର କପିଲ ଦେବଙ୍କ ସମକକ୍ଷ ବି ହୋଇଛନ୍ତି।

India Vs England Yashasvi Jaiswal Test Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe