Advertisment

ବିରାଟ କୋହଲିଙ୍କୁ ପଛରେ ପକାଇ ଦେଲେ ଯଶସ୍ୱୀ ଜୈସୱାଲ

ବର୍ତ୍ତମାନ ସେ ଇଂଲଣ୍ଡ ବିପକ୍ଷ କୌଣସି ଗୋଟିଏ ଟେଷ୍ଟ ସିରିଜରେ ସର୍ବାଧିକ ରନ ହାସଲକାରୀ କ୍ରିକେଟର ବନି ଯାଇଛନ୍ତି।

Yashasvi Jaiswal

Yashasvi Jaiswal

Advertisment

ଟିମ ଇଣ୍ଡିଆର ଯୁବ ଓପନର ଯଶସ୍ୱୀ ଜୈସୱାଲ ପୁଣି ଏକ ସଫଳତା ହାସଲ କରିଛନ୍ତି। ସେ ଭାରତର ରନ ମେସିନ ବିରାଟ କୋହଲି ଓ ଅନ୍ୟ ଷ୍ଟାର ବ୍ୟାଟରମାନଙ୍କୁ ପଛରେ ପକାଇ ଦେଇଛନ୍ତି। ବର୍ତ୍ତମାନ ସେ ଇଂଲଣ୍ଡ ବିପକ୍ଷ କୌଣସି ଗୋଟିଏ ଟେଷ୍ଟ ସିରିଜରେ ସର୍ବାଧିକ ରନ ହାସଲକାରୀ କ୍ରିକେଟର ବନି ଯାଇଛନ୍ତି।

Advertisment

ଧର୍ମଶାଲାରେ ଖେଳା ଯାଉଥିବା ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟର ପ୍ରଥମ ଇନିଂସରେ ଯଶସ୍ୱୀଙ୍କୁ ଏପରି ସଫଳତା ମିଳିଛି। ପ୍ରଥମ ଦିନର ଶେଷ ସେସନ୍ସରେ ଯଶସ୍ୱୀ ଦମଦାର ଢଙ୍ଗରେ ବିରାଟ କୋହଲିଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

ବିରାଟ ୨୦୧୬ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ୬୫୫ ରନ କରିଥିଲେ। କିନ୍ତୁ ଯଶସ୍ୱୀ ଆଜି ୫୭ ରନ କରି ଆଉଟ ହେବା ପୂର୍ବରୁ ବିରାଟଙ୍କ ଏହି ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଏଥିସହ ସେ ଗୋଟିଏ ସିରିଜରେ ୭୦୦ରୁ ଅଧିକ ରନ କରିବାର ମାଇଲ ଖୁଣ୍ଟକୁ ମଧ୍ୟ ଅତିକ୍ରମ କରିଛନ୍ତି।

Advertisment

ଇଂଲଣ୍ଡ ବିପକ୍ଷ ପ୍ରଥମ ୪ଟି ଟେଷ୍ଟରେ ଯଶସ୍ୱୀ ୯୩.୫୭ ହାରରେ ୬୫୫ ରନ କରିଥିଲେ। ଏଥିରେ ୨ଟି ଅର୍ଦ୍ଧଶତକ ଓ ୨ଟି ଡବଲ ଟନ ରହିଥିଲା। ଏବେ ୫ମ ଟେଷ୍ଟର ପ୍ରଥମ ଇନିଂସରେ ସେ ୫୭ ରନ କରିଛନ୍ତି। ଏହାର ଅର୍ଥ ଏବେ ଯଶସ୍ୱୀଙ୍କ ସିରିଜ ରନ ୭୧୨ରେ ପହଞ୍ଚି ଯାଇଛି।

ଗାଭାସ୍କର ଗୋଟିଏ ଟେଷ୍ଟ ସିରିଜରେ ସର୍ବାଧିକ ୭୭୪ ରନ କରିଥିଲେ। ତେଣୁ ଏହାକୁ ଅତିକ୍ରମ କରିବା ପାଇଁ ଯଶସ୍ୱୀଙ୍କ ପାଖରେ ଦ୍ୱିତୀୟ ଇନିଂସରେ ସୁଯୋଗ ରହିବ।

ଇଂଲଣ୍ଡ ବିପକ୍ଷ ଗୋଟିଏ ସିରିଜରେ ସର୍ବାଧିକ ରନ ହାସଲ କରିବା ତାଲିକାରେ ଯଶସ୍ୱୀ ୧ନଂରେ ଥିବା ବେଳେ ବିରାଟ ଦ୍ୱିତୀୟରେ ରହିଛନ୍ତି। ସେହିପରି ୬୦୨ ରନ ସହ ରାହୁଲ ଡ୍ରାଭିଡ ତୃତୀୟ ସ୍ଥାନରେ ରହିଛନ୍ତି। ୨୦୦୨ ଭାରତର ଇଂଲଣ୍ଡ ଟୁର ସମୟରେ ଡ୍ରାଭିଡ ଏପରି ରନ କରିଥିଲେ। ୨୦୧୮ ଇଂଲଣ୍ଡ ଗସ୍ତ ବେଳେ ବିରାଟ ୫୯୩ ରନ କରି ତାଲିକାର ଦ୍ୱିତୀୟରେ ରହିଛନ୍ତି।

ଅନ୍ୟପକ୍ଷରେ ଯଶସ୍ୱୀ ଦ୍ୱିତୀୟ ଦ୍ରୁତତମ ଭାରତୀୟ ଭାବେ ଟେଷ୍ଟ କ୍ରିକେଟରେ ୧ ହଜାର ରନ ପୂରଣ କରିଛନ୍ତି। ୨୨ ବର୍ଷୀୟ ଯଶସ୍ୱୀ କେବଳ ୧୬ଟି ଇନିଂସରେ ୧ ହଜାର ରନ ମାଇଲ ଖୁଣ୍ଟ ଅତିକ୍ରମ କରିଛନ୍ତି।

ତାଲିକାର ୧ନଂ ସ୍ଥାନରେ ବିନୋଦ କାମ୍ବଲୀ ରହିଛନ୍ତି। ସେ ୧୪ଟି ଇନିଂସରେ ୧ ହଜାର ରନ ହାସଲ କରିଥିଲେ।

Yashasvi Jaiswal Yashasvi Jaiswal Test Debut Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe