Advertisment

ଯଶସ୍ୱୀଙ୍କୁ ମିଳିଲା ଆଇସିସିର ବଡ଼ ପୁରସ୍କାର

ମାସିକ ଶ୍ରେଷ୍ଠ ପୁରସ୍କାର ପାଇବା ଦୌଡ଼ରେ ନ୍ୟୁଜିଲ୍ୟାଣ୍ଡର କେନ ୱିଲିୟମସନ ଓ ଶ୍ରୀଲଙ୍କାର ପଥୁମ ନିଶାଙ୍କା ରହିଥିଲେ। ଉଭୟଙ୍କୁ ପଛରେ ପକାଇ ଯଶସ୍ୱୀ ବାଜି ମାରି ନେଇଛନ୍ତି।

Yashasvi Jaiswal

Yashasvi Jaiswal

Advertisment

ଟିମ ଇଣ୍ଡିଆର କ୍ରିକେଟର ଯଶସ୍ୱୀ ଜୈସୱାଲଙ୍କୁ ମିଳିଛି ଆଇସିସିର ବଡ଼ ପୁରସ୍କାର। ୨୨ ବର୍ଷୀୟ ଯଶସ୍ୱୀଙ୍କୁ ଆଇସିସି ପକ୍ଷରୁ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଦମଦାର ପ୍ରଦର୍ଶନ କରି ସେ ମ୍ୟାନ ଅଫ ଦି ସିରିଜ ପୁରସ୍କାର ଜିତିଥିଲେ।

Advertisment

ତେଣୁ ତାଙ୍କୁ ଫେବୃଆରୀ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାରରେ ଆଇସିସି ସମ୍ମାନୀତ କରିଛି। ମାସିକ ଶ୍ରେଷ୍ଠ ପୁରସ୍କାର ପାଇବା ଦୌଡ଼ରେ ନ୍ୟୁଜିଲ୍ୟାଣ୍ଡର କେନ ୱିଲିୟମସନ ଓ ଶ୍ରୀଲଙ୍କାର ପଥୁମ ନିଶାଙ୍କା ରହିଥିଲେ। ଉଭୟଙ୍କୁ ପଛରେ ପକାଇ ଯଶସ୍ୱୀ ବାଜି ମାରି ନେଇଛନ୍ତି।

ପୁରସ୍କାର ପାଇବା ପରେ ସେ ଆଇସିସିକୁ ସାକ୍ଷାତକାର ଦେଇଛନ୍ତି। ଏପରି ପୁରସ୍କାର ଜିତିବା ସମ୍ମାନର ବିଷୟ ଓ ଭବିଷ୍ୟତରେ ସେ ଏପରି ଆହୁରି ପୁରସ୍କାର ଜିତିବାକୁ ଆଶାବାଦୀ ବୋଲି କହିଛନ୍ତି।

Advertisment

ଯଶ୍ୱସୀ କହିଛନ୍ତି, “ଆଇସିସି ଆୱାର୍ଡ ପାଇ ମୁଁ ବହୁତ ଖୁସି। ଭବିଷ୍ୟତରେ ମୁଁ ଆହୁରି ପୁରସ୍କାର ଜିତିବି ବୋଲି ଆଶା। ଗତ ସିରିଜ ସବୁଠାରୁ ଶ୍ରେଷ୍ଠ ଥିଲା। ଏହା ମୋର ପ୍ରଥମ ୫ଟିକିଆ ସିରିଜ।”

ଇଂଲଣ୍ଡ ବିପକ୍ଷ ୫ଟିକିଆ ଟେଷ୍ଟ ସିରିଜରେ ଯଶସ୍ୱୀ ୨ଟି ଡବଲ ଟନ ସହ ୭୧୨ ରନ କରିଥିଲେ। ତାଙ୍କର ସର୍ବୋଚ୍ଚ ସ୍କୋର ଅପରାଜିତ ୨୧୪ ଥିଲା।

ICC Yashasvi Jaiswal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe