Advertisment

ଦ୍ୱିତୀୟ ଟେଷ୍ଟ: ଯଶସ୍ୱୀ ମାରିଲେ ଶତକ

ଅଧିନାୟକ ରୋହିତ ଶର୍ମା, ଶୁବମନ ଗିଲ୍ ଓ ଶ୍ରେୟସ ଆୟର ବଡ଼ ସ୍କୋର କରିବାକୁ ବିଫଳ ହୋଇଥିବା ବେଳେ ଯଶସ୍ୱୀ ଜୈସ୍ୱାଲ ଏଥିରେ ସଫଳ ହୋଇଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Yashasvi

Yashasvi

ବିଶାଖାପାଟଣାରେ ଆଜିଠାରୁ ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳୁଛି ଭାରତ। ଟସ୍ ଜିତି ଦଳ ବ୍ୟାଟିଂ କରୁଛି। ଟି ବ୍ରେକ୍ ସୁଦ୍ଧା ଦଳ ୩ଟି ୱିକେଟ ହରାଇ ୨୨୫ ରନ୍ କରିଛି। ଏହା ମଧ୍ୟରେ ରହିଛି ଓପନର ଯଶସ୍ୱୀ ଜୈସ୍ୱାଲଙ୍କ ୧୨୫ ରନ୍‌। 

Advertisment

ଅଧିନାୟକ ରୋହିତ ଶର୍ମା, ଶୁବମନ ଗିଲ୍ ଓ ଶ୍ରେୟସ ଆୟର ବଡ଼ ସ୍କୋର କରିବାକୁ ବିଫଳ ହୋଇଥିବା ବେଳେ ଯଶସ୍ୱୀ ଜୈସ୍ୱାଲ ଏଥିରେ ସଫଳ ହୋଇଛନ୍ତି। ସେ ୧୨୫ ରନ୍ କରି ନଟ୍ ଆଉଟ୍ ଅଛନ୍ତି। ସେ ଛକା ମାରି ଶତକ ପୂରଣ କରିଥିଲେ। ୧୮୬ଟି ବଲ୍‌ରୁ ୧୪ଟି ଚୌକା ଓ ୩ଟି ଛକା ସହାୟତାରେ ସେ ୧୨୫ ରନ୍ କରିଛନ୍ତି। ଏହା ହେଉଛି ତାଙ୍କର ଦ୍ୱିତୀୟ ଶତକ। 

ଯଶସ୍ୱୀ ଜୈସ୍ୱାଲଙ୍କ ସହିତ କ୍ରିଜ୍‌ରେ ଅଛନ୍ତି ରଜତ ପଟିଦାର। ସେ ଆଜି ଡେବ୍ୟୁ କରିଥିବା ବେଳେ ୪୭ଟି ବଲ୍‌ରୁ ୨୫ ରନ୍ କରିଛନ୍ତି। ତା' ମଧ୍ୟରେ ୩ଟି ଚୌକା ରହିଛି।

Advertisment

ଅନ୍ୟପକ୍ଷରେ ଅଧିନାୟକ ରୋହିତ ଶର୍ମା ମାତ୍ର ୧୪ ରନ୍ କରି ଆଉଟ୍ ହୋଇଯାଇଛନ୍ତି। ଶୁବମନ ଗିଲ୍ କିଛି ଭଲ ଶଟ୍ ଖେଳି ୫ଟି ଚୌକା ମାରି ଥିଲେ ହେଁ ଆଶା ମୁତାବକ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ୪୬ଟି ବଲ୍‌ରୁ ୩୪ ରନ୍ କରି ଜେମ୍‌ସ ଆଣ୍ଡରସନ୍‌ଙ୍କ ବଲ୍‌ରେ ବେନ୍ ଫୋକ୍‌ସଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେହିପରି ୪ ନମ୍ବରରେ ଆସିଥିବା ଶ୍ରେୟସ ଆୟର ୫୯ଟି ବଲ୍‌ରେ ୩ଟି ଚୌକା ସହାୟତାରେ ୨୭ ରନ୍ କରିଥିବା ବେଳେ ଟମ୍ ହାର୍ଟଲୀଙ୍କ ବଲ୍‌ରେ ବେନ୍ ଫୋକ୍‌ସଙ୍କ ଦ୍ବାରା କ୍ୟାଚ୍ ଆଉଟ୍ ହୋଇଥିଲେ।

୫ଟି ମ୍ୟାଚ୍ ବିଶିଷ୍ଟ ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ପରାସ୍ତ ହୋଇଥିଲା। ତେଣୁ ଦଳ ଦ୍ୱିତୀୟ ମ୍ୟାଚ୍ ଜିତି ସିରିଜକୁ ବରାବର ସ୍ଥିତିକୁ ଆଣିବାକୁ ଲକ୍ଷ୍ୟ ରଖିଛି।   

INDvsENG Yashasvi Jaiswal