sarah taylor
ଇଂଲଣ୍ଡର ପୂର୍ବତନ ୱିକେଟ କିପର ବ୍ୟାଟର ସାରା ଟେଲରଙ୍କ ପାର୍ଟନର ଗର୍ଭବତୀ ହୋଇଛନ୍ତି। ସେ ୨ ଦିନ ତଳେ ନିଜ ପାର୍ଟନରଙ୍କ ଗର୍ଭବତୀ ଖବର ସମସ୍ତଙ୍କୁ ଜଣାଇଥିଲେ। ଏଥିସହ ବେଶ ଭାବପ୍ରବଣ ମଧ୍ୟ ହୋଇଯାଇଥିଲେ। ହେଲେ ଏପରି ଘୋଷଣା ପରେ କିଛି ଲୋକ ତାଙ୍କୁ ସୋଶାଲ ମିଡିଆରେ ଟ୍ରୋଲ କରି ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ। ଏବେ ସାରା ଟେଲର ଏହାର ଜବାବ ଦେଇ “ହଁ, ମୁଁ ଜଣେ ଲେସବିୟନ” ବୋଲି କହିଛନ୍ତି।
୨୦୧୯ରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବା ସାରା ସ୍ପଷ୍ଟ ଭାବେ କହିଛନ୍ତି ଯେ ତାଙ୍କର ସମଲିଙ୍ଗୀ ପାର୍ଟନର ହେଉଛନ୍ତି ଡାଏନା। ଉଭୟ ଦୀର୍ଘ ସମୟ ଧରି ପରସ୍ପରକୁ ଭଲ ପାଇବା ସହ ଏକାଠି ରହୁଛନ୍ତି। ଏହାକୁ ସେମାନଙ୍କ ପରିବାର ଲୋକ ମଧ୍ୟ ଗ୍ରହଣ କରିଛନ୍ତି। ତେଣୁ ଏଥିରେ ଅନ୍ୟମାନେ ହସ୍ତକ୍ଷେପ ନ କରିବା ଭଲ ବୋଲି ସେ ସମସ୍ତଙ୍କୁ ଚେତାଇ ଦେଇଛନ୍ତି।
ଡାଏନା ଗର୍ଭଧାରଣ କରିଥିବାରୁ ଏସମ୍ପର୍କରେ ମଧ୍ୟ କିଛି ଲୋକ କମେଣ୍ଟ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ୩୩ ବର୍ଷୀୟ ସାରା କହିଛନ୍ତି, “ମୋ ପାର୍ଟନରଙ୍କ ଗର୍ଭଧାରଣ କଥା ଘୋଷଣା କରିବା ବେଳେ ମୋତେ ପ୍ରଶ୍ନ ଉତ୍ତରର ବ୍ୟବସ୍ଥା କରିବାକୁ ପଡ଼ିବ ବୋଲି ମୁଁ କେବେ ଭାବି ନଥିଲି। ତେବେ ଆଶା ଅଛି ଯେ ଏବେ କିଛି ପ୍ରଶ୍ନର ଉତ୍ତର ଦେଇପାରିବି। ଆଭିଏଫ: ଅଜଣା ବ୍ୟକ୍ତିଙ୍କ ଠାରୁ ଦାନରେ ମିଳିଥିବା ସ୍ପର୍ମ, ଯିଏ ଅନ୍ୟମାନଙ୍କୁ ବିରଳ ଉପହାର ଦେଇଥାଆନ୍ତି। ଆଭିଏଫ ଦ୍ୱାରା ମୋ ପାର୍ଟନର ଗର୍ଭବତୀ ହୋଇଛନ୍ତି।
ହଁ, ମୁଁ ଜଣେ ଲେସବିୟନ। ଆଉ ବହୁତ ବର୍ଷ ହେଲାଣି ମୁଁ ଲେସବିୟନ ଭାବେ ରହିଛି। ନା, ଏହା କୌଣସି ବିକଳ୍ପ ନୁହେଁ। ମୁଁ ପ୍ରେମ କରୁଛି ଓ ଖୁସିରେ ଅଛି। ଏହା ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ପ୍ରତି ପରିବାର ଅଲଗା ହୋଇଥାଏ.. କେଉଁ ପରିବାର କେମିତି ଦେଖାଯାଉଛି ଓ କ’ଣ କାମ କରୁଛି, ସେସବୁ ଭିନ୍ନ। ତେଣୁ ରାୟ ଶୁଣାଣିବା ପୂର୍ବରୁ ପ୍ରଥମେ ନିଜକୁ ଶିକ୍ଷିତ କରନ୍ତୁ। ଆସୁଥିବା ବେବୀକୁ ସବୁ ପ୍ରକାରର ଭଲ ପାଇବା ଓ ସମର୍ଥନ ମିଳିବ।”
ଏହାପୂର୍ବରୁ ଟେଲର ନିଜ ପାର୍ଟନରଙ୍କ ସହ ଗୋଟିଏ ଫଟୋ ପୋଷ୍ଟ କରି କହିଥିଲେ ଯେ ଏହି ଯାତ୍ରା ଆଦୌ ସହଜ ନଥିଲା। ସେ କହିଥିଲେ “ମା ହେବା ମୋ ପାର୍ଟନର ସବୁବେଳେ ସ୍ୱପ୍ନ ରହି ଆସିଛି। ଏହି ଯାତ୍ରା ଆଦୌ ସହଜ ନଥିଲା। କିନ୍ତୁ ଡାଏନା କେବେ ହାର ମାନି ନାହାନ୍ତି। ମୁଁ ଜାଣେ ସେ ସବୁଠାରୁ ଭଲ ମା ହୋଇପାରିବେ ଓ ମୁଁ ଏଥିରେ ଭାଗନେବାକୁ ଯାଉଥିବାରୁ ବହୁତ ଖୁସି। ୧୯ ସପ୍ତାହ ବାକି ଅଛି। ଏହାପରେ ଜୀବନ ଗୋଟିଏ ଭିନ୍ନ ରୂପ ନେବ। ମୁଁ ଡାଏନାଙ୍କ ପାଇଁ ବହୁତ ଗର୍ବିତ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1677210132.jpg)