Advertisment

କାହିଁକି ସଚିନଙ୍କ ପୁଅଙ୍କୁ କୋଇଲା କହିଲେ ଯୁବରାଜ ସିଂହଙ୍କ ବାପା

ଯୁବରାଜ ଓ ଧୋନି ଗୋଟିଏ ଦଶନ୍ଧିରୁ ଅଧିକ ସମୟ ଧରି ଭାରତ ପାଇଁ କ୍ରିକେଟ ଖେଳିଛନ୍ତି। ଗୋଟିଏ ସମୟରେ ଯୁବରାଜ ଉପ ଅଧିନାୟକ ଥିବା ସମୟରେ ଧୋନି ମ୍ୟାଚ୍‌ ଖେଳିଥିଲେ।

Yograj Singh

Yograj Singh

Advertisment

ପୂର୍ବତନ କ୍ରିକେଟର ତଥା ଯୁବରାଜ ସିଂହଙ୍କ ବାପା ଯୁଗରାଜ ସିଂହ ନିଜର ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ନିକଟରେ ସେ କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ଓ ମହେନ୍ଦ୍ର ସିଂହ ଧୋନିଙ୍କ ସମ୍ପର୍କରେ ଦେଇଥିବା ବୟାନ ବେଶ ଭାଇରାଲ ହୋଇଥିଲା।

Advertisment

ସେ କହିଥିଲେ ଯେ “ମୁଁ କେବେ ହେଲେ ଏମଏସ୍‌ ଧୋନିଙ୍କୁ କ୍ଷମା କରିବି ନାହିଁ। ସେ ନିଜ ମୁହଁକୁ ଥରେ ଦର୍ପଣରେ ଦେଖନ୍ତୁ। ସେ ଜଣେ ବଡ଼ କ୍ରିକେଟର। କିନ୍ତୁ ସେ ମୋ ପୁଅ ବିରୋଧରେ ଯାହା ବି କରିଛନ୍ତି, ଏବେ ସବୁ କିଛି ସାମ୍ନାକୁ ଆସୁଛି। ଏହାକୁ ଜୀବନରେ କେବେ ହେଲେ କ୍ଷମା କରାଯାଇ ପାରିବ ନାହିଁ।”

ଯୁବରାଜ ଓ ଧୋନି ଗୋଟିଏ ଦଶନ୍ଧିରୁ ଅଧିକ ସମୟ ଧରି ଭାରତ ପାଇଁ କ୍ରିକେଟ ଖେଳିଛନ୍ତି। ଗୋଟିଏ ସମୟରେ ଯୁବରାଜ ଉପ ଅଧିନାୟକ ଥିବା ସମୟରେ ଧୋନି ମ୍ୟାଚ୍‌ ଖେଳିଥିଲେ। କିନ୍ତୁ ୨୦୦୭ରେ ରାହୁଲ ଡ୍ରାଭିଡଙ୍କ ପରେ ଧୋନି କ୍ୟାପ୍ଟେନ ହୋଇଥିଲେ। ଯୁବରାଜ ପୂର୍ବଭଳି ଉପ ଅଧିନାୟକ ପଦରେ ହିଁ ରହି ଯାଇଥିଲେ।

Advertisment

ଯୁଗରାଜ ହିଁ ପୁଅ ଯୁବରାଜଙ୍କୁ କ୍ରିକେଟ ଖେଳିବାର ତାଲିମ ଦେଇଥିଲେ। କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମଧ୍ୟ ଯୁଗରାଜଙ୍କ ଅଧୀନରେ ତାଲିମ ନେଇଛନ୍ତି। ହେଲେ ଯୁଗରାଜ ଏବେ ଅର୍ଜୁନ ତେନ୍ଦୁଲକରଙ୍କୁ କୋଇଲା କହିଛନ୍ତି।

ଅର୍ଜୁନ ତେନ୍ଦୁଲକର ଆପଣଙ୍କ ପାଖକୁ ଟ୍ରେନିଂ ପାଇଁ ଆସନ୍ତି। ତାଙ୍କ ଭବିଷ୍ୟତ କ’ଣ ବୋଲି ପ୍ରଶ୍ନରେ ଯୁଗରାଜ ନିଜର ମତ ରଖିଛନ୍ତି। ସେ କହିଛନ୍ତି, “କୋଇଲା ଖଣିରେ ଆପଣ କେବେ ହୀରା ଦେଖିଛନ୍ତି? ସେ(ଅର୍ଜୁନ) କେବଳ କୋଇଲା। ବାହାର କଲେ ପଥର ଆସିବ। କୌଣସି ଉପଯୁକ୍ତ କାରିଗର ହାତରେ ପଡ଼ିଲେ, ଏହା ଚମକିବ।

ଦୁନିଆ ଆଗରେ ସେ କୋହିନୂର ପାଲଟିଯିବ। ଏହାର ମୂଲ୍ୟ ଅତୁଳନୀୟ। କିନ୍ତୁ ସମାନ ହୀରା ଯଦି ଏମିତି ଜଣେ ଲୋକ ପାଖରେ ପହଞ୍ଚିବ, ଯିଏ ଏହାର ମୂଲ୍ୟ ଜାଣି ନଥିବ, ତେବେ ସେ ଏହାକୁ ଧ୍ୱଂସ କରିଦେବ। ମୁଁ ଏକଥା କହୁନି ଯେ ଯୁଗରାଜ ସିଂହ ଜଣେ ଦକ୍ଷ କାରିଗର।

ଯୁବରାଜ ସିଂହ କହିଥିଲେ ଯେ ମୋ ବାପାଙ୍କ ହାତରେ ମ୍ୟାଜିକ ଅଛି। ଆଜି ସେ ମୋତେ ତିଆରି କରିଛନ୍ତି। ପୂର୍ବରୁ ମୋତେ ହିଟଲର, ଡ୍ରାଗନ ସିଂହ କହି ଦୁର୍ବ୍ୟବହାର କରାଯାଉଥିଲା। ମୋ ଘରେ ସମସ୍ତେ ମଧ୍ୟ ଘୃଣା କରୁଥିଲେ। ମୋ ପରିବାର କହୁଥିଲା ଯେ ମୁଁ ଗୋଟିଏ ବାପା ହେବାକୁ ଯୋଗ୍ୟ ନୁହେଁ। କିନ୍ତୁ ସମୟ ଆସିଲା ଓ ଆପଣମାନେ ସମସ୍ତେ ଯୁବରାଜ ସିଂହଙ୍କୁ ପାଇଲେ।”

Yuvraj Singh MS Dhoni Yograj Singh Arjun Tendulkar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe