Advertisment

ବନ୍ଧୁକ ଧରି କପିଲ ଦେବଙ୍କୁ ମାରିବାକୁ ଯାଇଥିଲେ ଯୁବରାଜ ସିଂହଙ୍କ ବାପା

୧୯୮୩ ବିଶ୍ୱକପ ବିଜେତା ଭାରତୀୟ ଦଳର ଅଧିନାୟକ କପିଲ ଦେବ ତାଙ୍କୁ(ଯୁଗରାଜ) ଭାରତୀୟ ଟିମରୁ ବାହାର କରିଦେବାକୁ ସେ ରାଗି ଯାଇ ଏପରି ପଦକ୍ଷେପ ନେଇଥିଲେ।

author-image
Hemant Lenka
Kapil

Kapil

ସବୁବେଳେ ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ଯୁଗରାଜ ସିଂହ ସାଂଘାତିକ ଖୁଲାସା କରିଛନ୍ତି। ଯୁଗରାଜ ହେଉଛନ୍ତି ପୂର୍ବତନ ଷ୍ଟାର କ୍ରିକେଟର ଯୁବରାଜ ସିଂହ ବାପା। ଯୁଗରାଜ ଏବେ କହିଛନ୍ତି ଯେ ସେ ଏକଦା କିମ୍ବଦନ୍ତୀ କ୍ରିକେଟର କପିଲ ଦେବଙ୍କ ଘରକୁ ପିସ୍ତଲ ଧରି ତାଙ୍କୁ ମାରିବା ପାଇଁ ଯାଇଥିଲେ।

Advertisment

୧୯୮୩ ବିଶ୍ୱକପ ବିଜେତା ଭାରତୀୟ ଦଳର ଅଧିନାୟକ କପିଲ ଦେବ ତାଙ୍କୁ(ଯୁଗରାଜ) ଭାରତୀୟ ଟିମରୁ ବାହାର କରିଦେବାକୁ ସେ ରାଗି ଯାଇ ଏପରି ପଦକ୍ଷେପ ନେଇଥିଲେ। ଯୁଗରାଜ ଭାରତ ପାଇଁ ଗୋଟିଏ ଟେଷ୍ଟ ଓ ୬ଟି ଦିନିକିଆ ଖେଳିଛନ୍ତି। ୧୯୮୦-୮୧ରେ ସେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡରେ ଏହି ମ୍ୟାଚଗୁଡ଼ିକ ଖେଳିଥିଲେ।

ଯୁଗରାଜ ଏବେ କହିଛନ୍ତି ଯେ ସେ କିପଲ ଦେବଙ୍କୁ ମାରିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ମା’ଙ୍କ ପାଇଁ ସେ କପିଲ ଦେବଙ୍କୁ ଛାଡ଼ି ଦେଇଥିଲେ। ଗୋଟିଏ ପୋଡକାଷ୍ଟରେ ଯୁଗରାଜ କହିଛନ୍ତି, “ଯେତେବେଳେ କପିଲ ଦେବ ଭାରତ, ନର୍ଥ ଜୋନ ଓ ହରିୟାଣାର କ୍ୟାପ୍ଟେନ ହୋଇଥିଲେ ସେତେବେଳେ ମୋତେ ବିନା କାରଣରୁ ଟିମରୁ ବାଦ ଦେଇଥିଲେ। ମୋ ପତ୍ନୀ(ଯୁବରାଜଙ୍କ ମା’) କପିଲଙ୍କୁ ମୁଁ ପ୍ରଶ୍ନ କରେ ବୋଲି ଚାହୁଁଥିଲେ। କିନ୍ତୁ ମୁଁ ସେହି ବ୍ୟକ୍ତି(କପିଲ ଦେବ)ଙ୍କୁ ଉପଯୁକ୍ତ ଶିକ୍ଷା ଦେବି ବୋଲି ତାଙ୍କୁ କହିଥିଲି।

Advertisment

ଏହାପରେ ମୁଁ ମୋର ପିସ୍ତଲ ବାହାର କରିଥିଲି। ସିଧା କପିଲଙ୍କ ସେକ୍ଟର ୯ ସ୍ଥିତ ଘରେ ପହଞ୍ଚିଥିଲି। ସେ ନିଜର ମା’ଙ୍କ ସହ ବାହାରକୁ ଆସିଥିଲେ। ମୁଁ ସେଠାରେ ତାଙ୍କୁ ମନଇଚ୍ଛା ଗାଳି କରିଥିଲି। ମୁଁ ତାଙ୍କୁ କହିଥିଲି ଯେ ତୁମ ପାଇଁ ମୁଁ ମୋର ଜଣେ ବନ୍ଧୁଙ୍କୁ ହରାଇଛି ଓ ତୁମେ ମୋ ସହ ଯାହା କରିଛି, ତା’ର ପରିଣାମ ତୁମକୁ ଭୋଗିବାକୁ ପଡ଼ିବ।

ମୁଁ ତାଙ୍କୁ କହିଥିଲି ଯେ ତୁମ ମୁଣ୍ଡକୁ ଗୁଳି କରିବି। ହେଲେ ମୁଁ ଏହା କରୁନି। କାରଣ ତୁମ ପାଖରେ ଜଣେ ଅତି ମୂଲ୍ୟବାନ ମା’ ରହିଛନ୍ତି। ମୁଁ ଶବନମ(ଯୁବରାଜଙ୍କ ମା’)ଙ୍କୁ କହିଥିଲି ଛାଡ଼ ସେସବୁ କଥା। ସେହି ମୁହୂର୍ତ୍ତରେ ମୁଁ ନିଷ୍ପତ୍ତି ନେଇଥିଲି ଯେ ଆଉ କ୍ରିକେଟ ଖେଳିବି ନାହିଁ। ଯୁବରାଜ ଖେଳିବ।”

ଯୁଗରାଜ ଉକ୍ତ ପୋଡକାଷ୍ଟରେ କିମ୍ବଦନ୍ତୀ କ୍ରିକେଟର ବିଶନ ସିଂହ ବେଦୀଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ବିଶନ ସିଂହ ବେଦୀଙ୍କ ସମେତ କିଛି ସଦସ୍ୟ ମୋ ବିରୋଧରେ ଷଡ଼ଯନ୍ତ୍ର କରିଥିଲେ। ମୁଁ କେବେ ହେଲେ ବିଶନ ସିଂହ ବେଦୀଙ୍କୁ କ୍ଷମା କରିବି ନାହିଁ। ନିଜର ପ୍ରକୃତ ପାଇଁ ବେଦୀ ବେଡରେ ପଡ଼ି ପ୍ରାଣ ହରାଇଥିଲେ।

ମୁଁ ଯେତେବେଳେ ଦଳରୁ ବାଦ ପଡ଼ିଲି ସେତେବେଳେ ଅନ୍ୟତମ ଚୟନକର୍ତ୍ତା ରବୀନ୍ଦ୍ର ଚଡ୍ଡାଙ୍କ ସହ କଥା ହୋଇଥିଲି। ସେ ସମୟରେ ବିଶନ ସିଂହ ବେଦୀ(ତତ୍କାଳୀନ ମୁଖ୍ୟ ଚୟନକର୍ତ୍ତା) ମୋତେ ନେବାକୁ ଚାହୁଁ ନଥିବା କହିଥିଲେ। ମୋତେ ସେ ସୁନୀନ ଗାଭାସ୍କରଙ୍କ ଲୋକ ବୋଲି ଭାବୁଥିଲେ। କାରଣ ମୁଁ ମୁମ୍ବାଇରେ ଖେଳୁଥିଲି। ଗାଭାସ୍କରଙ୍କ ସହ ମୋର ସମ୍ପର୍କ ବେଶ ନିବିଡ଼ ଥିଲା।”

କିପଲଙ୍କୁ ଟାର୍ଗେଟ କରି ଯୁଗରାଜ ଆହୁରି କହିଛନ୍ତି, “୨୦୧୧ରେ ଯେତେବେଳେ ଭାରତ ବିଶ୍ୱକପ ଜିତିଲା ସେତେବେଳେ କପିଲ ଦେବ ହିଁ ଏକମାତ୍ର ବ୍ୟକ୍ତି ଯିଏ କାନ୍ଦିଥିଲେ। ମୁଁ ତାଙ୍କ ପାଖକୁ ଗୋଟିଏ ପେପର କଟିଂ ପଠାଇ ମୋ ପୁଅ ଯୁବରାଜ ସିଂହ ତାଙ୍କ ଠାରୁ ଯଥେଷ୍ଟ ଭଲ ବୋଲି କହିଥିଲି। ଏହାପରେ କପିଲ ମୋତେ କ୍ଷମା ମାଗିବା ସହ ଦେଖା କରିବାକୁ ମେସେଜ କରିଥିଲେ। ହେଲେ ମୁଁ କିଛି ଶୁଣି ନଥିଲି।”

Cricket Kapil Dev Yuvraj Singh