Advertisment

ଆଇସିସି ରାଙ୍କିଙ୍ଗ: ଇତିହାସ ରଚିଲେ ଭାରତର ଏହି ଯୁବ ବ୍ୟାଟର୍‌

ଜୋଟ ରୁଟ ଟେଷ୍ଟ ବ୍ୟାଟିଂର ୧ନଂ ସ୍ଥାନରେ ରହିଥିବା ବେଳେ ଦ୍ୱିତୀୟରେ କେନ ୱିଲିୟମସନ ରହିଛନ୍ତି। ଭାରତ ବିପକ୍ଷ ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଥିବା ଇଂଲଣ୍ଡର ଅଧିନାୟକ ବେନ ଷ୍ଟୋକ୍ସ ଅଲରାଉଣ୍ତର ରାଙ୍କିଙ୍ଗର ୩ନଂ ସ୍ଥାନକୁ ଉଠିଛନ୍ତି।

ICC

ICC

Advertisment

ଆଇସିସି ରାଙ୍କିଙ୍ଗରେ ଭାରତୀୟଙ୍କୁ ବଡ଼ ସଫଳତା। ପୂର୍ବରୁ ଟେଷ୍ଟ ଅଲରାଉଣ୍ଡର ତାଲିକାର ୧ନଂ ସ୍ଥାନରେ ଥିବା ଭାରତର ରବୀନ୍ଦ୍ର ଜାଡେଜା ନିଜର ସ୍ଥିତିକୁ ଆହୁରି ମଜବୁତ କରି ନେଇଛନ୍ତି। ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟରେ ଶତକ ସହ ୪ ୱିକେଟ ନେଇଥିବା ଜାଡେଜା ଆଇସିସି ଟେଷ୍ଟ ଅଲରାଉଣ୍ଡର ତାଲିକାର ୧ନଂ ସ୍ଥାନରେ ଦୃଢ଼ ହୋଇ ଯାଇଛନ୍ତି।

Advertisment

ତେବେ ଆଇସିସି ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ଇତିହାସ ରଚିଛନ୍ତି ଭାରତର ଯୁବ ବ୍ୟାଟର ଅଭିଷେକ ଶର୍ମା। ସେ ଆଇସିସି ଟି-୨୦ ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ପ୍ରଥମ ଥର ପାଇଁ ପହଞ୍ଚି ଯାଇଛନ୍ତି। ଏହା ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ଆଇସିସି ରାଙ୍କିଙ୍ଗ।

ଆଜି ଆଇସିସି ଜାରି କରିଥିବା ତାଲିକା ଅନୁସାରେ, ଟେଷ୍ଟ ଅଲରାଉଣ୍ଡର ତାଲିକାରେ ଜାଡେଜା ଦ୍ୱିତୀୟ ସ୍ଥାନରେ ଥିବା ବାଂଲାଦେଶର ମେହିଦ ହାସନ ମିରାଜଙ୍କ ଠାରୁ ୧୧୭ ପଏଣ୍ଟ ଆଗରେ ରହିଛନ୍ତି। ଜାଡେଜାଙ୍କ ମୋଟ ପଏଣ୍ଟ ସଂଖ୍ୟା ୪୨୨ ରହିଛି। ଜାଡେଜା ଅଲରାଉଣ୍ଡର ତାଲିକାର ୧ନଂରେ ଥିବା ବେଳେ ବ୍ୟାଟିଂ ରାଙ୍କିଙ୍ଗରେ ୨୯ତମ ସ୍ଥାନ ଓ ବୋଲର ରାଙ୍କିଙ୍ଗରେ ୧୪ତମ ସ୍ଥାନକୁ ଉଠିଛନ୍ତି।

Advertisment

ସେହିପରି ପୂର୍ବରୁ ଟି-୨୦ ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ଅଷ୍ଟ୍ରେଲିଆର ଟ୍ରାଭିସ ହେଡ ରହିଥିଲେ। କିନ୍ତୁ ୱେଷ୍ଟଇଣ୍ଡିଜ ବିପକ୍ଷ ୫ ଟିକିଆ ଟି-୨୦ ସେ ନ ଖେଳିବାରୁ ଆଇସିସି ରାଙ୍କିଙ୍ଗରେ ତଳକୁ ଖସି ଯାଇଛନ୍ତି। ହେଡଙ୍କୁ ପଛରେ ପକାଇ ଅଭିଷେକ ଶର୍ମା ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଅଭିଷେକ ଶର୍ମା ୮୨୯ ପଏଣ୍ଟ ପାଇଥିବା ବେଳେ ହେଡଙ୍କ ପଏଣ୍ଟ ସଂଖ୍ୟା ୮୧୪ ରହିଛି।

ଅନ୍ୟପକ୍ଷରେ ଇଂଲଣ୍ଡ ବିପକ୍ଷରେ ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିବା ୱାଶିଂଟନ ସୁନ୍ଦର ବ୍ୟାଟିଂ ରାଙ୍କିଙ୍ଗରେ ୮ଟି ସ୍ଥାନ ଉଠି ୬୫ ନମ୍ବରରେ ପହଞ୍ଚିଛନ୍ତି। ପୂର୍ବଭଳି ଜୋଟ ରୁଟ ଟେଷ୍ଟ ବ୍ୟାଟିଂର ୧ନଂ ସ୍ଥାନରେ ରହିଥିବା ବେଳେ ଦ୍ୱିତୀୟରେ କେନ ୱିଲିୟମସନ ରହିଛନ୍ତି। ଭାରତ ବିପକ୍ଷ ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଥିବା ଇଂଲଣ୍ଡର ଅଧିନାୟକ ବେନ ଷ୍ଟୋକ୍ସ ଅଲରାଉଣ୍ତର ରାଙ୍କିଙ୍ଗର ୩ନଂ ସ୍ଥାନକୁ ଉଠିଛନ୍ତି।

ICC T20 Ranking ICC Abhishek Sharma
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe