Advertisment

କ୍ରିକେଟକୁ ଅଲବିଦା କହିଲେ ୟୁସୁଫ୍ ପଠାନ୍

ନୂଆଦିଲ୍ଲୀ: ବିନୟ କୁମାରଙ୍କ ପରେ ପରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ୟୁସୁଫ୍ ପଠାନ୍ ମଧ୍ୟ କ୍ରିକେଟର ସବୁ ଫର୍ମାଟକୁ ଅଲବିଦା କହି ଦେଇଛନ୍ତି। ଭାରତ ପକ୍ଷରୁ ୫୭ ଦିନିକିଆ ଓ ୨୨ ଟି-୨୦ ମ୍ୟାଚ୍ ଖେଳିଥିବା ୟୁସୁଫ୍ ପଠାନ୍ ସୋଶାଲ ମିଡିଆରେ ନିଜର ସନ୍ନ୍ୟାସ ସୂଚନା ଦେଇଛନ୍ତି। ୟୁସୁଫ୍‌ ଟ୍ୱିଟ୍‌ କରି ଲେଖିଛନ୍ତି, ଯେଉଁଦିନ ମୁଁ ପ୍ରଥମଥର ଲାଗି ଭାରତର ଜର୍ସି ପିନ୍ଧିଥିଲି, ସେହିଦିନ ମୋର ଭଲଭାବେ ମନେ ଅଛି। କେବଳ ମୁଁ ସେହି ଜର୍ସି […]

author-image
Ranjit Kumar Jena
କ୍ରିକେଟକୁ ଅଲବିଦା କହିଲେ ୟୁସୁଫ୍ ପଠାନ୍

yousuf

ନୂଆଦିଲ୍ଲୀ: ବିନୟ କୁମାରଙ୍କ ପରେ ପରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ୟୁସୁଫ୍ ପଠାନ୍ ମଧ୍ୟ କ୍ରିକେଟର ସବୁ ଫର୍ମାଟକୁ ଅଲବିଦା କହି ଦେଇଛନ୍ତି। ଭାରତ ପକ୍ଷରୁ ୫୭ ଦିନିକିଆ ଓ ୨୨ ଟି-୨୦ ମ୍ୟାଚ୍ ଖେଳିଥିବା ୟୁସୁଫ୍ ପଠାନ୍ ସୋଶାଲ ମିଡିଆରେ ନିଜର ସନ୍ନ୍ୟାସ ସୂଚନା ଦେଇଛନ୍ତି।

Advertisment

ୟୁସୁଫ୍‌ ଟ୍ୱିଟ୍‌ କରି ଲେଖିଛନ୍ତି, ଯେଉଁଦିନ ମୁଁ ପ୍ରଥମଥର ଲାଗି ଭାରତର ଜର୍ସି ପିନ୍ଧିଥିଲି, ସେହିଦିନ ମୋର ଭଲଭାବେ ମନେ ଅଛି। କେବଳ ମୁଁ ସେହି ଜର୍ସି ପିନ୍ଧିନଥିଲି। ସେହି ଜର୍ସି ମୋ ପରିବାର, କୋଚ୍, ସାଙ୍ଗସାଥୀ ଓ ପୂରା ଦେଶ ପିନ୍ଧିଥିଲା। ମୋ ଜୀବନ କ୍ରିକେଟ୍‌ ପାଇଁ ସମର୍ପିତ। କ୍ରିକେଟ୍ ବିନା ଆଉ କିଛି ଭାବିବା ମୋ ପାଇଁ କଷ୍ଟକର। କ୍ରିକେଟ୍ ହିଁ ମୋତେ ସବୁକିଛି ଦେଇଛି।

ୟୁସୁଫ୍ ୨୦୦୭ ଟି-୨୦ ୱାର୍ଲ୍ଡ କପ୍ ଫାଇନାଲରେ ପାକିସ୍ତାନ ବିପକ୍ଷରେ ଡେବ୍ୟୁ କରିଥିଲେ। ୨୦୦୭ରେ ପ୍ରଥମଥର ଲାଗି ଖେଳାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟଟ ଟାଇଟଲ୍ ଭାରତ ଜିତିଥିଲା। ୨୦୧୨ରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ଶେଷ ଟି-୨୦ ମ୍ୟାଚ୍ ଖେଳିଥିଲେ। ୨୦୦୮ରେ ୟୁସୁଫ୍ ପାକିସ୍ତାନ ବିପକ୍ଷରେ ଦିନିକିଆ ପଦାର୍ପଣ କରିଥିଲେ। ତେବେ ୨୦୧୨ରେ ସେ ନିଜର ଶେଷ ଦିନିକିଆ ମ୍ୟାଚ୍ ଖେଳିଥିଲେ। ଯୁବରାଜ ସିଂହଙ୍କ ଭଳି ୟୁସୁଫ୍ ପଠାନ୍ ମଧ୍ୟ ଦୁଇଥର (୨୦୦୭ ଟି-୨୦ ଓ ୨୦୧୧ ଦିନିକିଆ) ବିଶ୍ୱକପ୍ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ।

Advertisment

https://twitter.com/iamyusufpathan/status/1365252075710410754?s=20

ୟୁସୁଫ୍ ୫୭ ଦିନିକିଆରେ ୨୭ ହାରରେ ୮୧୦ ରନ୍ କରିଛନ୍ତି, ଯେଉଁଥିରେ ଦୁଇଟି ଶତକ ଓ ୩ଟି ଅର୍ଦ୍ଧଶତକ ସାମିଲ୍‌ ଅଛି। ସେହିପରି ସେ ୨୨ ଟି-୨୦ ମ୍ୟାଚ୍ ଖେଳି ୨୩୬ ରନ୍ କରିଛନ୍ତି। କେବଳ ବ୍ୟାଟିଂ ନୁହେଁ ବୋଲିଂରେ ମଧ୍ୟ ୟୁସୁଫଙ୍କର ପ୍ରଦର୍ଶନ ପ୍ରଶଂସନୀୟ ରହିଛି। ସେ ଦିନିକିଆରେ ୩୩ଟି ଓ ଟି-୨୦ରେ ୧୨ଟି ୱିକେଟ୍‌ ନେଇଛନ୍ତି।

ଅନ୍ତର୍ଜାତୀୟ କ୍ରିକେଟ୍ ବ୍ୟତିତ ଆଇପିଏଲରେ ତାଙ୍କର ପ୍ରଦର୍ଶନ ଜବରଦସ୍ତ ରହିଥିଲା। ସେ ୧୭୪ ଆଇପିଏଲ୍‌ ମ୍ୟାଚ୍ ଖେଳିଛନ୍ତି। ୨୦୧୦ ଆଇପିଏଲରେ କୋଲକାତା ୟୁସୁଫ୍ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ମାତ୍ର ୩୭ ବଲରେ ଶତକ ମାରି ରେକର୍ଡ କରିଥିଲେ। କିନ୍ତୁ ପରେ ତାଙ୍କର ଏହି ରେକର୍ଡକୁ କ୍ରିସ୍ ଗେଲ୍ (୩୦ ବଲ୍) ଭାଙ୍ଗି ଦେଇଥିଲେ। ୨୦୧୯ରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ୟୁସୁଫ୍ ଶେଷଥର ପାଇଁ ଆଇପିଏଲରେ ଖେଳିଥିଲେ।