Advertisment

ଟି-୨୦ ବିଶ୍ୱକପର ବ୍ରାଣ୍ଡ ଆମ୍ବାସଡର ହେଲେ ଯୁବରାଜ ସିଂହ

ଆମେରିକା ଓ ୱେଷ୍ଟଇଣ୍ଡିଜରେ ଆୟୋଜିତ ହେବାକୁ ଥିବା ବିଶ୍ୱକପକୁ ଆଉ ୩୬ ଦିନ ବାକି ଥିବା ବେଳେ ଆଇସିସି ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।

author-image
Hemant Lenka
Yuvraj Singh

Yuvraj Singh

ଜୁନ ମାସରୁ ଆରମ୍ଭ ହେଉଥିବା ଟି-୨୦ ବିଶ୍ୱକପର ବ୍ରାଣ୍ଡ ଆମ୍ବାସଡର ଭାବେ ଆଜି ଆଇସିସି ଟିମ ଇଣ୍ଡିଆର କିମ୍ବଦନ୍ତୀ କ୍ରିକେଟର ଯୁବରାଜ ସିଂହଙ୍କୁ ନିଯୁକ୍ତ କରିଛି। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଆୟୋଜିତ ହେବାକୁ ଥିବା ବିଶ୍ୱକପକୁ ଆଉ ୩୬ ଦିନ ବାକି ଥିବା ବେଳେ ଆଇସିସି ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।

Advertisment

୨୦୦୭ ଟି-୨୦ ବିଶ୍ୱକପର ପ୍ରଥମ ସଂସ୍କରଣ ଭାରତ ଜିତିଥିବା ବେଳେ ଯୁବରାଜ ୬ ବଲରେ ୬ ଛକା ମାରି ରେକର୍ଡ କରିଥିଲେ। ଏବେ ସେ ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତି ପାଇଥିବାରୁ ଆମେରିକାରେ ହେବାକୁ ଥିବା ପ୍ରମୋସନାଲ କାର୍ଯ୍ୟକ୍ରମରେ ଭାଗ ନେବେ। ଏଥିସହ ଜୁନ ୯ରେ ବହୁ ପ୍ରତିକ୍ଷୀତ ଭାରତ-ପାକିସ୍ତାନ ମ୍ୟାଚ୍‌ର ମଧ୍ୟ ସେ ପ୍ରମୋସନ କରିବେ।

ଏପରି ନିଯୁକ୍ତି ପରେ ଯୁବରାଜ କହିଛନ୍ତି, “ଟି-୨୦ ବିଶ୍ୱକପର କିଛି ସ୍ମରଣୀୟ ମୁହୂର୍ତ୍ତ ମୋର ମନେ ପଡ଼ି ଯାଉଛି। ଏହା ମଧ୍ୟରେ ଗୋଟିଏ ଓଭରରେ ୬ ଛକା ରହିଛି। ଏବେ ଏହି ସଂସ୍କରଣର ଅଂଶିଦାର ହେବାକୁ ଉତ୍ସାହିତ। ଏହା ସବଠାରୁ ବଡ଼ ହେବ। ୱେଷ୍ଟଇଣ୍ଡିଜରେ କ୍ରିକେଟ ଖେଳିବା ବେଶ ଚମତ୍କାର। ବିଶ୍ୱକପ ମଧ୍ୟ ଆମେରିକାରେ ଅନୁଷ୍ଠିତ ହେବ।

Advertisment

ଆମେରିକାରେ କ୍ରିକେଟ ପ୍ରବେଶ କରିବା ଗୋଟିଏ ଭଲ ଖବର। ଟି-୨୦ ବିଶ୍ୱକପ ଦ୍ୱାରା ଏହା ଆମେରିକାରେ ଆହୁରି ଆଦୃତ ହେବ। ନ୍ୟୁୟର୍କରେ ଭାରତ-ପାକିସ୍ତାନ ମୁକାବିଲା ଚଳିତ ବର୍ଷର ସବୁଠାରୁ ବଡ଼ କ୍ରୀଡ଼ା ପ୍ରତିଯୋଗିତା ହେବାକୁ ଯାଉଛି।

ଏହାର ଅଂଶିଦାର ହେବା ସୌଭାଗ୍ୟର ବିଷୟ। କାରଣ ନୂଆ ଷ୍ଟାଡିୟମରେ ଦୁଇ ଶ୍ରେଷ୍ଠ ଦଳର ଲଢ଼େଇ ଦେଖିବାର ସୌଭାଗ୍ୟ ମିଳିବ।” ଏହା ପୂର୍ବରୁ ଆଇସିସି ବିଶ୍ୱର ଧ୍ରୁତତମ ଧାବକ ଉସେନ ବୋଲ୍ଟଙ୍କୁ ମଧ୍ୟ ଟି-୨୦ ବିଶ୍ୱକପର ବ୍ରାଣ୍ଡ ଆମ୍ବାସଡର କରିଥିଲେ।

ଆସନ୍ତା ଜୁନ ୧ରୁ ୨୯ ତାରିଖ ଯାଏ ଇଣ୍ଡିଜ ଓ ଆମେରିକାରେ ଟି-୨୦ ବଶ୍ୱକପ ଆୟୋଜିତ ହେବ।

Indian Cricket Team Cricket Yuvraj Singh T20 Match T20 World Cup