Advertisment

ଯୁବରାଜ ସିଂହଙ୍କ ସର୍ବକାଳୀନ ଶ୍ରେଷ୍ଠ ଏକାଦଶରେ ନାହାନ୍ତି ମହେନ୍ଦ୍ର ସିଂହ ଧୋନି

ଏହି ୧୧ ଜଣିଆ ତାଲିକାରେ କିମ୍ବଦନ୍ତୀ କ୍ରିକେଟର ମହେନ୍ଦ୍ର ସିଂହ ଧୋନି ନାହାନ୍ତି। ଧୋନିଙ୍କ କ୍ୟାପ୍ଟେନ୍ସିରେ ଭାରତ ଟି-୨୦ ବିଶ୍ୱକପ ଓ ୨୦୧୧ ବିଶ୍ୱକପ ଜିତିଥିଲା।

Yuvraj Singh

Yuvraj Singh

Advertisment

ଲିଜେଣ୍ଡସ ବିଶ୍ୱ ଚାମ୍ପିୟନଶିପ ଟ୍ରଫି ଜିତିଛି ଭାରତ ଚାମ୍ପିୟନ୍ସ। ଅବସରପ୍ରାପ୍ତ ଖେଳାଳିଙ୍କୁ ନେଇ ଖେଳା ଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଯୁବରାଜ ସିଂହଙ୍କ ଭାରତ ୫ ୱିକେଟରେ ପାକିସ୍ତାନକୁ ହରାଇ ଚାମ୍ପିୟନ ହୋଇଛି। ଶନିବାର ଫାଇନାଲ ମ୍ୟାଚ୍‌ ପରେ ଯୁବରାଜ ନିଜର ସର୍ବକାଳୀନ ଶ୍ରେଷ୍ଠ ଏକାଦଶ ବାଛିଛନ୍ତି।

Advertisment

ତେବେ ଏହି ୧୧ ଜଣିଆ ତାଲିକାରେ କିମ୍ବଦନ୍ତୀ କ୍ରିକେଟର ମହେନ୍ଦ୍ର ସିଂହ ଧୋନି ନାହାନ୍ତି। ଧୋନିଙ୍କ କ୍ୟାପ୍ଟେନ୍ସିରେ ଭାରତ ଟି-୨୦ ବିଶ୍ୱକପ ଓ ୨୦୧୧ ବିଶ୍ୱକପ ଜିତିଥିଲା। ଉଭୟ ବିଶ୍ୱକପରେ ଯୁବରାଜ ମଧ୍ୟ ରହିଥିଲେ। ସେ ମ୍ୟାନ ଅଫ ଦି ସିରିଜ ପୁରସ୍କାର ଜିତିଥିଲେ। ଧୋନିଙ୍କ କ୍ୟାପ୍ଟେନ୍ସିରେ ଯୁବରାଜ ଖେଳିଥିଲେ ହେଁ ତାଙ୍କୁ ସର୍ବକାଳୀନ ଶ୍ରେଷ୍ଠ ଏକାଦଶରେ ରଖି ନାହାନ୍ତି।

ଯୁବରାଜ ସିଂହଙ୍କ ସର୍ବକାଳୀନ ଶ୍ରେଷ୍ଠ ଏକାଦଶରେ ସଚିନ ତେନ୍ଦୁଲକର, ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭଳି କ୍ରିକେଟର ରହିଛନ୍ତି। ଓପନର ଭାବେ ସେ ସଚିନ ତେନ୍ଦୁଲକର ଓ ରିକି ପଣ୍ଟିଂଙ୍କୁ ଚୟନ କରିଛନ୍ତି।

Advertisment

ରୋହିତ ଶର୍ମା ଓ ବିରାଟ କୋହଲି ଯଥାକ୍ରମେ ୩ନଂ ଏବଂ ୪ନଂରେ ବ୍ୟାଟିଂ କରିବେ। ୫ନଂ ସ୍ଥାନ ପାଇଁ ଯୁବରାଜ ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସଙ୍କୁ ବାଛିଛନ୍ତି। ୱିକେଟ କିପର ବ୍ୟାଟର ଭାବେ ଯୁବରାଜଙ୍କ ଦଳରେ ଅଷ୍ଟ୍ରେଲିଆର ଆଡାମ ଗିଲଖ୍ରୀଷ୍ଟ ରହିଛନ୍ତି।

୭ନଂ ସ୍ଥାନରେ ଯୁବରାଜ ଅଷ୍ଟ୍ରେଲୀୟ ସ୍ପିନର ଶେନ ୱାର୍ଣ୍ଣ, ୯ ନଂ ସ୍ଥାନରେ ଶ୍ରୀଲଙ୍କାର ମୁଥିଆ ମୁରଲୀଧନର, ଦ୍ରୁତ ବୋଲର ଲାଇନ ଅପରେ ଗ୍ଲେନ ମ୍ୟାଗ୍ରାଥ, ୱାସିମ ଆକ୍ରମ ଓ ଇଂଲିଶ ଅଲରାଉଣ୍ଡର ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ ରହିଛନ୍ତି।

ଯେତେବେଳେ ତାଙ୍କୁ ସ୍ୱତନ୍ତ୍ର ଭାବେ ୧୨ ନମ୍ବର ଖେଳାଳି ବାଛିବାକୁ କୁହାଯାଇଥିଲା ଯୁବରାଜ ନିଜ ନାଁ ନେଇଥିଲେ।

ଯୁବରାଜଙ୍କ ଅଲ ଟାଇମ ଏକାଦଶ: ସଚିନ ତେନ୍ଦୁଲକର, ରିକି ପଣ୍ଟିଂ, ରୋହିତ ଶର୍ମା, ବିରାଟ କୋହଲି, ଏବି ଡିଭିଲିୟର୍ସ, ଆଡାମ ଗିଲଖ୍ରୀଷ୍ଟ(ୱିକେଟ କିପର), ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ, ଶେନ ୱାର୍ଣ୍ଣ, ମୁଥିଆ ମୁରଲୀଧରନ, ଗ୍ଲେନ ମ୍ୟାଗ୍ରାଥ ଓ ୱାସିମ ଆକ୍ରମ।

ଦ୍ୱାଦଶ ଖେଳାଳି- ଯୁବରାଜ ସିଂହ।

Yuvraj Singh MS Dhoni
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe