Advertisment

ଅଣଦେଖା ହୋଇଥିବା ଚହଲ ୬ ୱିକେଟ ନେଇ ସମସ୍ତଙ୍କୁ ଦେଲେ କଡ଼ା ଜବାବ

ଆସନ୍ତାବର୍ଷ ଟି-୨୦ ବିଶ୍ୱକପ ଥିବାରୁ ଏବେଠାରୁ ଯୁବ ଖେଳାଳିଙ୍କୁ ନେଇ ଟିମ ଗଠନ କରିବା ମୁଡରେ ରହିଛି ବିସିସିଆଇ।

Yuzvendra Chahal

Yuzvendra Chahal

Advertisment

ଆଜି ଠାରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜ ଆରମ୍ଭ ହେବ। ଦିନିକିଆ ବିଶ୍ୱକପ ସ୍କ୍ୱାଡରେ ଥିବା ମାତ୍ର ୩ ଜଣ ଖେଳାଳି ଏହି ସିରିଜରେ ନଜର ଆସିବେ। ସୂର୍ଯ୍ୟ କୁମାର ଯାଦବ ଅଧିନାୟକ ପଦ ପାଇଥିବା ବେଳେ ଦଳରେ ପ୍ରସିଦ୍ଧ କ୍ରିଷ୍ଣା ଓ ଈଶାନ କିଶନ ରହିଛନ୍ତି।

Advertisment

ଆସନ୍ତାବର୍ଷ ଟି-୨୦ ବିଶ୍ୱକପ ଥିବାରୁ ଏବେଠାରୁ ଯୁବ ଖେଳାଳିଙ୍କୁ ନେଇ ଟିମ ଗଠନ କରିବା ମୁଡରେ ରହିଛି ବିସିସିଆଇ। ବିଶେଷ କରି ଆଇପିଏଲରେ ଚହଳ ପକାଇଥିବା ଯଶସ୍ୱୀ ଜୈସୱାଲ, ତିଲକ ବର୍ମା ଓ ରିଙ୍କୁ ସିଂହଙ୍କ ଭଳି ଖେଳାଳି ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ନଜର ଆସିବେ।

ସେହିପରି ବୋଲିଂ ବାହିନୀରେ ଅର୍ଶଦୀପ ସିଂହ, ଆବେଶ ଖାନ, ମୁକେଶ କୁମାର ଓ ରବି ବିଷ୍ଣୋଇ ରହିଛନ୍ତି। କିନ୍ତୁ ଦିନିକିଆ ବିଶ୍ୱକପ ସ୍କ୍ୱାଡରେ ନଥିବା ଦୁଇ ଷ୍ଟାର ଖେଳାଳି ସଞ୍ଜୁ ସାମସନ ଓ ୟୁଜଭେନ୍ଦ୍ର ଚହଲଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଅଣଦେଖା କରାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ସ୍କ୍ୱାଡ ଘୋଷଣା ହେବା ପରେ ଚହଲ ସୋଶାଲ ମିଡିଆରେ କେବଳ ଗୋଟି ସ୍ମାଇଲ ଇମୋଜି ପୋଷ୍ଟ କରିଥିଲେ।

Advertisment

ବିଶ୍ୱକପରେ ସ୍ଥାନ ପାଇ ନଥିବା ଚହଲ ଅଷ୍ଟ୍ରେଲିଆ ସିରିଜରେ ନଥିବାରୁ ଏହାକୁ ନେଇ ପ୍ରଶ୍ନ ମଧ୍ୟ ଉଠିଥିଲା। ହେଲେ ସବୁବେଳେ ନୀରବ ରହୁଥିବା ଚହଲ ଏବେ ନିଜ ବୋଲିଂ ଯାଦୁ ସମସ୍ତଙ୍କୁ ଦେଖାଇଛନ୍ତି।

ସେ ବିଜୟ ହଜାରେ ଟ୍ରଫିରେ କମାଲ କରିଛନ୍ତି। ଉତ୍ତରାଖଣ୍ଡ ବିପକ୍ଷ ମ୍ୟାଚ୍‌ରେ ହରିଆଣା ପାଇଁ ଖେଳୁଥିବା ଚହଲ ୬ ୱିକେଟ ନେଇଛନ୍ତି। ସେ ୨୬ ରନ ଦେଇ ଆଦିତ୍ୟ ତାରେ, ଜୀବନଜୋତ ସିଂହ ଓ ସ୍ୱପ୍ନିଲ ସିଂହଙ୍କ ଭଳି ୬ ଜଣ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇଛନ୍ତି। ତାଙ୍କୁ ବାରମ୍ବାର ଅଣଦେଖା କରାଯାଉଥିବାରୁ ସେ ୱିକେଟ ଦଖଲ କରି ସମସ୍ତଙ୍କୁ କଡ଼ା ଜବାବ ଦେଇଥିବା କୁହାଯାଉଛି।

ବିଶ୍ୱକପ ସ୍କ୍ୱାଡରୁ ବାଦ ପଡ଼ିବା ପରେ ଚହଲ କହିଥିଲେ ଯେ “ ମୁଁ ବୁଝିପାରୁଛି ଯେ କେବଳ ୧୫ ଜଣ ଖେଳାଳି ହିଁ ଭାଗ ନେଇପାରିବେ। କାରଣ ଏହା ବିଶ୍ୱକପ। ଆପଣ କେବେ ହେଲେ ୧୭ରୁ ୧୮ ଜଣଙ୍କୁ ସ୍କ୍ୱାଡରେ ରଖିପାରିବେ ନାହିଁ। ହିଁ ମୋତେ ଟିକିଏ ଖରାପ ଲାଗୁଛି। କିନ୍ତୁ ମୋ ଜୀବନର ଲକ୍ଷ୍ୟ ହେଲା ଆଗକୁ ବଢ଼ିବା। ମୋର ସବୁ କିଛି ଅଭ୍ୟାସ ହୋଇଗଲାଣି। ୩ଟି ବିଶ୍ୱକପରେ ମୋ ସହ ଏମିତି ଘଟିଲାଣି।”

Bcci ICC Yuzvendra Chahal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe