Advertisment

ଟି-୨୦ ବିଶ୍ୱକପ: ସ୍କଟଲ୍ୟାଣ୍ଡକୁ ବିଦା କରି ଭାରତ ଗ୍ରୁପରେ ଜିମ୍ବାୱେ

ମେଲବର୍ଣ୍ଣ: ଆସନ୍ତାକାଲି ଠାରୁ ଟି-୨୦ ବିଶ୍ୱକପର ମୁଖ୍ୟ ପର୍ଯ୍ୟାୟ ଲଢ଼େଇ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ। ତେବେ ଆଜି ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ଜିମ୍ବାୱେ ପ୍ରତିପକ୍ଷ ସ୍କଟଲ୍ୟାଣ୍ଡକୁ ହରାଇ ସୁପର ୧୨ରେ ପ୍ରବେଶ କରିଛି। ଗ୍ରୁପ ବି’ର ୧ନଂ ସ୍ଥାନରେ ରହି ଜିମ୍ବାୱେ ସୁପର ୧୨କୁ ଯାଇଛି। ଏହାର ଅର୍ଥ ଭାରତ ଥିବା ଗ୍ରୁପ୍‌ରେ ଜିମ୍ବାୱେ ସ୍ଥାନ ପାଇଛି। ପୂର୍ବରୁ ଗ୍ରୁପ ଏର ରନର୍ସ ଅପ ଦଳ ଭାବେ […]

ଟି-୨୦ ବିଶ୍ୱକପ: ସ୍କଟଲ୍ୟାଣ୍ଡକୁ ବିଦା କରି ଭାରତ ଗ୍ରୁପରେ ଜିମ୍ବାୱେ

zim

Advertisment

ମେଲବର୍ଣ୍ଣ: ଆସନ୍ତାକାଲି ଠାରୁ ଟି-୨୦ ବିଶ୍ୱକପର ମୁଖ୍ୟ ପର୍ଯ୍ୟାୟ ଲଢ଼େଇ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ। ତେବେ ଆଜି ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ଜିମ୍ବାୱେ ପ୍ରତିପକ୍ଷ ସ୍କଟଲ୍ୟାଣ୍ଡକୁ ହରାଇ ସୁପର ୧୨ରେ ପ୍ରବେଶ କରିଛି।

Advertisment

ଗ୍ରୁପ ବି’ର ୧ନଂ ସ୍ଥାନରେ ରହି ଜିମ୍ବାୱେ ସୁପର ୧୨କୁ ଯାଇଛି। ଏହାର ଅର୍ଥ ଭାରତ ଥିବା ଗ୍ରୁପ୍‌ରେ ଜିମ୍ବାୱେ ସ୍ଥାନ ପାଇଛି। ପୂର୍ବରୁ ଗ୍ରୁପ ଏର ରନର୍ସ ଅପ ଦଳ ଭାବେ ନେଦରଲ୍ୟାଣ୍ଡ୍ସ ସୁପର ୧୨ରେ ଭାରତ ଥିବା ଟେବୁଲରେ ସ୍ଥାନ ପକ୍କା କରିଥିଲା।

ଜିମ୍ବାୱେ ବିଶ୍ୱକପକୁ ଆସିବା ପୂର୍ବରୁ ୬ ବର୍ଷ ହେଲା କୌଣସି ବଡ଼ ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳି ନଥିଲା। କିନ୍ତୁ ସମସ୍ତ ଖେଳାଳି ଏକାଠି ହୋଇ ଗ୍ରୁପ ପର୍ଯ୍ୟାୟରେ ମ୍ୟାଚ୍‌ ଖେଳିଛନ୍ତି। ଗ୍ରୁପ ପର୍ଯ୍ୟାୟର ୩ଟିରୁ ୨ଟି ମ୍ୟାଚ୍‌ ଜିତି ଦଳ ସୁପର ୧୨କୁ ଯାଇଛି।

Advertisment

ସ୍କଟଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଜିମ୍ବାୱେ ଅଧିନାୟକ କ୍ରେଗ ଇଇଭିନ ଉଭୟ ବ୍ୟାଟ ଓ ଫିଲ୍ଡିଂରେ ନିଜ କ୍ୟାପ୍ଟେନ୍ସିର ପରିଚୟ ଦେଇଥିଲେ। ତାଙ୍କ ଧୈର୍ଯ୍ୟ ଯୋଗୁ ଜିମ୍ବାୱେ ପାଇଥିବା ୧୩୩ ରନର ଟାର୍ଗେଟକୁ ୫ ୱିକେଟ ହରାଇ ୯ ବଲ ପୂର୍ବରୁ ହାସଲ କରିନେଇଛି।

ଏହାପୂର୍ବରୁ ବୋଲିଂରେ ଟେଣ୍ଡାଇ ଚାତ୍ରାରା ଦମଦାର ପ୍ରଦର୍ଶନ କରି ସ୍କଟଲ୍ୟାଣ୍ଡକୁ ୧୩୨ରେ ଅଟକାଇବାରେ ସହାୟତା କରିଥିଲେ। ବ୍ୟାଟିଂରେ ସିକନ୍ଦର ରାଜା ୨୩ ବଲରେ ୪୦ ରନର ଇନିଂସ ଖେଳି ଜିମ୍ବାୱେ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଜିମ୍ବାୱେ ପ୍ରଥମଥର ପାଇଁ ଆଇସିସି ଟି-୨୦ ବିଶ୍ୱକପରେ ମୁଖ୍ୟ ପର୍ଯ୍ୟାୟ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ସେହିପରି ୫୫ଥର ପଛରେ ବ୍ୟାଟିଂ କରି ଦଳ ୧୧ଥର ପାଇଁ ଜିତିବାକୁ ସକ୍ଷମ ହୋଇଛି। ଦମଦାର ପ୍ରଦର୍ଶନ ପାଇଁ ରାଜାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।

ଆଜି ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ ଶେଷ ହେବା ପରେ ସୁପର ୧୨ ତାଲିକା ପ୍ରସ୍ତୁତ ହୋଇଛି।

ସୁପର ୧୨ର ଗ୍ରୁପ ୧ରେ- ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ଇଂଲଣ୍ଡ, ଆୟର୍ଲ୍ୟାଣ୍ଡ, ନ୍ୟୁଜିଲ୍ୟାଣ୍ଡ ଓ ଶ୍ରୀଲଙ୍କା ରହିଛନ୍ତି।

ଗ୍ରୁପ ୨ରେ-ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ନେଦରଲ୍ୟାଣ୍ଡସ ଓ ଜିମ୍ବାୱେ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe