Advertisment

ଆଖି ବୁଜିଲେ ଜିମ୍ବାୱେର କିମ୍ବଦନ୍ତୀ କ୍ରିକେଟର ହିଥ୍ ଷ୍ଟ୍ରିକ୍‌

କ୍ୟାନସରରେ ଆକ୍ରାନ୍ତ ହୋଇ ଦୀର୍ଘ ଦିନ ହେଲା ଜୀବନ ଯୁଦ୍ଧ ଲଢ଼ି ଚାଲିଥିବା ହିଥ ଷ୍ଟ୍ରିକ୍‌ଙ୍କର ମାତ୍ର ୪୯ ବର୍ଷ ବୟସରେ ପରଲୋକ ହୋଇଛି ।

Heath Streak

Heath Streak

Advertisment

ଆଖି ବୁଜିଲେ ଜିମ୍ବାୱେର କିମ୍ବଦନ୍ତୀ କ୍ରିକେଟର ତଥା ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକ୍‌। କ୍ୟାନସରରେ ଆକ୍ରାନ୍ତ ହୋଇ ଦୀର୍ଘ ଦିନ ହେଲା ଜୀବନ ଯୁଦ୍ଧ ଲଢ଼ି ଚାଲିଥିବା ହିଥ ଷ୍ଟ୍ରିକ୍‌ଙ୍କର ମାତ୍ର ୪୯ ବର୍ଷ ବୟସରେ ପରଲୋକ ହୋଇଛି ।

Advertisment

ହିଥ୍‌ ଷ୍ଟ୍ରିକ୍‌ କ୍ୟାନସରରେ ପୀଡ଼ିତ ହୋଇ ଦୀର୍ଘ ଦିନ ହେଲା ଚିକିତ୍ସାଧୀନ ଥିଲ। ମାତ୍ର ଧୀରେ ଧୀରେ ତାଙ୍କ ଅବସ୍ଥା ବିଗିଡ଼ିବା ସହ ଶେଷରେ ସେ ଅର ପାରିକୁ ଚାଲି ଯାଇଛନ୍ତି। ୯୦ ଦଶକରେ ମହାନ ଅଲ୍‌ରାଉଣ୍ଡର ଭାବେ ଜଣାଶୁଣା ଥିଲେ ଷ୍ଟ୍ରିକ୍ । ୧୯୯୩ ମସିହାରେ ଆନ୍ତର୍ଜାତିକ ପଦାର୍ପଣ କରିଥିବା ଷ୍ଟ୍ରିକ୍‌ ୬୫ ଟେଷ୍ଟ ଓ ୧୮୯ ଦିନିକିଆ ଖେଳିଛନ୍ତି।

୨୦୦୦ ମସିହାରେ ଜିମ୍ବାୱେ କ୍ରିକେଟ ବୋର୍ଡ ହିଥ୍ ଷ୍ଟ୍ରିକ୍‌ଙ୍କୁ ଉଭୟ ୱାନ-ଡେ ଓ ଟେଷ୍ଟ ମ୍ୟାଚ ପାଇଁ କ୍ୟାପଟେନ ଘୋଷଣା କରିଥିଲା। ଷ୍ଟ୍ରିକ୍‌ଙ୍କ ନେତୃତ୍ୱରେ ଜିମ୍ବାୱେ ୨୧ ଟେଷ୍ଟ ମ୍ୟାଚରୁ ୪ଟି ରେ ଜିତିଥିଲେ। ସେହିପରି ୬୮ଟି ୱାନ-ଡେ ମ୍ୟାଚ ମଧ୍ୟରୁ ୧୮ଟି ମ୍ୟାଚ ଟିମ୍‌ ଜିତିଥିବା ବେଳେ ୪୭ଟି ମ୍ୟାଚ ହାରି ଯାଇଥିଲା। ଏହାପରେ ୨୦୦୫ରେ ଅବସର ନେଇଥିଲେ।

Advertisment

ସେ ଏକମାତ୍ର ଜିମ୍ବାୱେ ବୋଲର ଭାବେ ୧୦୦ ଟେଷ୍ଟ ୱିକେଟ୍‌ ନେଇଛନ୍ତି। ତାଙ୍କ ନେତୃତ୍ବରେ ଜିମ୍ବାୱେ ସ୍ୱର୍ଣ୍ଣିମ ସମୟ ଦେଇ ଗତି କରିଥିଲା। କ୍ରିକେଟ୍‌ରୁ ଅବସର ନେବା ପରଠୁ ସେ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ହେଲେ ୨୦୨୧ରେ ଏକ ଦୁର୍ନୀତି ମାମଲାରେ ଆଇସିସି ତାଙ୍କ ଉପରେ ୮ ବର୍ଷର ବାସନ୍ଦ ଲାଗୁ କରିଥିଲା।

ହିଥ୍ ଷ୍ଟ୍ରିକ୍‌ଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ କ୍ରିକେଟ ଜଗତରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ମୃତ୍ୟୁରେ ଦେଶ ତଥା ବିଦେଶର ବହୁ କ୍ରିକେଟର ଗଭୀର ଶୋକ ପ୍ରକାଶ କରିଛନ୍ତି।

Cricket Zimbabwe
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe