Advertisment

T20 World Cup: ପୁଣି ଟସ ହାରିଲା ଭାରତ, ଫେରିଲେ ଅକ୍ଷର ଓ ସଞ୍ଜୁ ସାମସନ

ଚଳିତ ବିଶ୍ୱକପରେ ଭାରତ ଏଯାଏ ୬ଟି ମ୍ୟାଚ୍‌ ଖେଳିଥିବା ବେଳେ ସୂର୍ଯ୍ୟ କୁମାର ଯାଦବ ୫ଥର ଟସ ହାରିଛନ୍ତି। ଗ୍ରୁପ ପର୍ଯ୍ୟାୟରେ ଶେଷ ମ୍ୟାଚ୍‌ରେ ଅର୍ଥାତ ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ହିଁ ସେ କେବଳ ଟସ ଜିତିଥିଲେ।

HCFhJU3bMAEKkSg

ଟସ ବେଳେ ଦୁଇ ଦଳର ଅଧିନାୟକ

Advertisment

ଚଳିତ ଟି-୨୦ ବିଶ୍ୱକପ(T20 World Cup)ରେ ପୁଣି ଟସ ହାରିଛନ୍ତି ଭାରତର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ। ଚେନ୍ନାଇରେ ଜିମ୍ବାୱେ ଅଧିନାୟକ ସିକନ୍ଦର ରଜା ଟସ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଛନ୍ତି। ଚେନ୍ନାଇରେ କାକର ପଡ଼ିବାର ଆଶଙ୍କା ଥିବାରୁ ରଜା ଚେଜ ସହଜ ହେବ ବୋଲି ମଧ୍ୟ ଆଶା କରିଛନ୍ତି। 

Advertisment

ଭାରତ ପାଇଁ ଆଜିର ମ୍ୟାଚ୍‌ ସେମି ଫାଇନାଲ ଦୃଷ୍ଟିରୁ କର ବା ମର ପରିସ୍ଥିତି ସୃଷ୍ଟି କରିଛି। ଏହାପୂର୍ବରୁ ଭାରତ ଦକ୍ଷିଣ ଆଫ୍ରିକା ଠାରୁ ୭୬ ରନରେ ହାରିଥିଲା। ଏଥିପାଇଁ ଆଜିର ମ୍ୟାଚରେ ଚୂଡ଼ାନ୍ତ ଏକାଦଶରେ ୨ଟି ପରିବର୍ତ୍ତନ କରାଯାଇଛି।

ଚୂଡ଼ାନ୍ତ ଏକାଦଶକୁ ଉପ ଅଧିନାୟକ ଅକ୍ଷର ପଟେଲ ଫେରିଛନ୍ତି। ସେହିପରି ନାମିବିୟା ବିପକ୍ଷ ମ୍ୟାଚ ପରେ ବେଞ୍ଚରେ ବସିଥିବା ସଞ୍ଜୁ ସାମସନଙ୍କୁ ମଧ୍ୟ ସୁଯୋଗ ମିଳିଛି। ୱାଶିଂଟନଙ୍କ ସ୍ଥାନରେ ଅକ୍ଷର ପଟେଲ ଓ ରିଙ୍କୁ ସିଂହଙ୍କ ସ୍ଥାନରେ ସଞ୍ଜୁଙ୍କୁ ସୁଯୋଗ ଦିଆଯାଇଛି। 

Advertisment

ଅନ୍ୟପକ୍ଷରେ ଜିମ୍ବାୱେ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ସୁପର ୮ର ପ୍ରଥମ ମୁକାବିଲାରେ ଜିମ୍ବାୱେ ୧୦୭ ରନରେ ୱେଷ୍ଟଇଣ୍ଡିଜ ଠାରୁ ହାରିଥିଲା। ଏଥିପାଇଁ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। 

ଚଳିତ ବିଶ୍ୱକପରେ ଭାରତ ଏଯାଏ ୬ଟି ମ୍ୟାଚ୍‌ ଖେଳିଥିବା ବେଳେ ସୂର୍ଯ୍ୟ କୁମାର ଯାଦବ ୫ଥର ଟସ ହାରିଛନ୍ତି। ଗ୍ରୁପ ପର୍ଯ୍ୟାୟରେ ଶେଷ ମ୍ୟାଚ୍‌ରେ ଅର୍ଥାତ ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ହିଁ ସେ କେବଳ ଟସ ଜିତିଥିଲେ। ଏହି ଗୋଟିଏ ମ୍ୟାଚ୍‌କୁ ଛାଡ଼ି ଦେଲେ ବାକି ସବୁ ଥର ସେ ଟସ ହାରିବାରେ ଲାଗିଛନ୍ତି। 

T20 World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe