Advertisment

ପ୍ରଥମ ଟି-୨୦: ଜିମ୍ବାୱେ ଠାରୁ ୧୩ ରନରେ ହାରିଲା ଭାରତ

ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ମାତ୍ର ୧୧୫ ରନ କରିଥିଲା। ହେଲେ ଭାରତୀୟ ଟିମ ୧୯.୫ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୧୦୨ ରନ କରିଛି।

ZIM

ZIM

Advertisment

ଜିମ୍ବାୱେ ଠାରୁ ଅପ୍ରତ୍ୟାଶିତ ଭାବେ ହାରି ଯାଇଛି ଟିମ ଇଣ୍ଡିଆ। ଶୁବମନ ଗିଲ୍‌ଙ୍କ କ୍ୟାପ୍ଟେନ୍ସିରେ ହରାରରେ ମ୍ୟାଚ୍‌ ଖେଳୁଥିବା ଭାରତୀୟ ଟିମ ୧୩ ରନରେ ଜିମ୍ବାୱେ ଠାରୁ ପରାସ୍ତ ହୋଇଛି।

Advertisment

ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ମାତ୍ର ୧୧୫ ରନ କରିଥିଲା। ହେଲେ ଭାରତୀୟ ଟିମ ୧୯.୫ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୧୦୨ ରନ କରିଛି। ଅଧିନାୟକ ଗିଲ ସର୍ବାଧିକ ୩୧ ରନ, ୱାଶିଂଟନ ସୁନ୍ଦର ୨୭ ରନ ଓ ଆବେଶ ଖାନ ୧୬ ରନ କରିବାକୁ ସକ୍ଷମ ହୋଇଛନ୍ତି। ଏହି ୩ ଜଣଙ୍କୁ ଛାଡ଼ି ଦେଲେ ଆଉ କୌଣସି ଭାରତୀୟ ବ୍ୟାଟର ଦୁଇ ଅଙ୍କ ଛୁଇଁ ମାରି ନାହାନ୍ତି।

ଆଜି ଭାରତ ପାଇଁ ଡେବ୍ୟୁ କରିଥିବା ଅଭିଷେକ ଶର୍ମା ଖାତା ଖୋଲିବାକୁ ସକ୍ଷମ ହୋଇ ନାହାନ୍ତି। ସେହିପରି ଅନ୍ୟ ଦୁଇ ଡେବ୍ୟୁଟାଣ୍ଟ ରିୟାନ ପରାଗ ୨ ରନ ଓ ଧ୍ରୁବ ଜୁରେଲ କେବଳ ୭ ରନ କରିଛନ୍ତି।

Advertisment

ଗିଲ୍‌ଙ୍କ କ୍ୟାପ୍ଟେନ୍ସିରେ ପ୍ରଥମଥର ପାଇଁ ଭାରତୀୟ ଟିମ ଟି-୨୦ ଖେଳୁଥିବା ବେଳେ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ସେହିପରି ୫ ଟିକିଆ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଜିତି ସିକନ୍ଦର ରାଜାଙ୍କ ଜିମ୍ବାୱେ ୧-୦ରେ ଆଗୁଆ ହୋଇଯାଇଛି।

ରବି ବିଷ୍ଣୋଇ ୪ ଓଭରରେ ୧୩ ରନ ଦେଇ ୪ ୱିକେଟ ଦଖଲ କରିବାରୁ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଜିମ୍ବାୱେ ୧୧୫ ରନରେ ଅଟକି ଯାଇଥିଲା। ଲାଗୁଥିଲା ଭାରତ ବେଶ ସହଜରେ ମ୍ୟାଚ୍‌କୁ ଜିତି ନେବେ।

ହେଲେ ଆରମ୍ଭରୁ ହିଁ ଦଳ ୱିକେଟ ହରାଇ ଚାଲିଥିଲା। ଅଭିଷେକ ଶର୍ମା(୦), ଋତୁରାଜ ଗାଏକ୍ୱାଡ(୭), ରିୟାନ ପରାଗ(୨), ରିଙ୍କୁ ସିଂହ(୦), ଜୁରେ(୭) ସମସ୍ତଙ୍କୁ ନିରାଶ କରିଥିଲେ। ଦଳ ୪୩ ରନରେ ୫ମ ୱିକେଟ ହରାଇଥିଲା।

ଅଧିନାୟକ ଗିଲ ଭଲ ଲୟରେ ଥିଲେ ହେଁ ସେ କେବଳ ୩୧ ରନ କରି ରାଜାଙ୍କ ବଲରେ ବୋଲ୍ଡ ହୋଇଯାଇଥିଲେ। ରବି ବିଷ୍ଣୋଇ(୯) ରାଜାଙ୍କ ଦ୍ୱିତୀୟ ଶିକାର ବନିଥିଲେ। ୱାଶିଂଟନ ସୁନ୍ଦର ଗୋଟିଏ ପଟେ ଥିଲେ ହେଁ ପ୍ରଥମେ ଆବେଶ ଖାନ(୧୬) ପରେ ମୁକେଶ କୁମାର(୦) ପ୍ୟାଭିଲିୟନ ଫେରିଥିଲେ। ତଥାପି ୱାଶିଂଟନ କିଛି ବଡ଼ ଶଟ ଖେଳି ମ୍ୟାଚ୍‌କୁ ଶେଷ ଓଭରକୁ ଆଣିଥିଲେ।

ଶେଷ ଓଭରରେ ୧୬ ରନ ଦରକାର ଥିଲେ ହେଁ ତେଣ୍ଡାଇ ଚତାରା ବଡ଼ ଶଟ ଖେଳିବା ପାଇଁ ୱାଶିଂଟନକୁ ସୁଯୋଗ ଦେଇ ନଥିଲେ। ଶେଷ ଓଭରର ୫ମ ବଲରେ ୱାଶିଂଟନ ଆଉଟ ହେବା ସହ ଭାରତୀୟ ଇନିଂସରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା।

T20 Match T20 Cricket INDVsZIM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe