Advertisment

T20 World Cup: ଶ୍ରୀଲଙ୍କାକୁ ଜଳକା କଲା, ଅପରାଜୟ ରହିଲା ଜିମ୍ବାୱେ

ସୁପର ୮ରେ ଭାରତ ଥିବା ଗ୍ରୁପରେ ଜିମ୍ବାୱେ ନିଜର ସ୍ଥାନ ସୁରକ୍ଷିତ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଗ୍ରୁପରେ ଥିବା ୪ଟି ଯାକ ଦଳ ଅପରାଜୟ। ଦକ୍ଷିଣ ଆଫ୍ରିକା, ଜିମ୍ବାୱେ, ୱେଷ୍ଟଇଣ୍ଡିଜ ଓ ଭାରତ କେହି ବି ନିଜ ନିଜର ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ ହାରି ନାହାନ୍ତି।

author-image
Hemant Lenka
Raza

ବେନେଟ୍ଟ ଓ ରଜା

ଚଳିତ ଟି-୨୦ ବିଶ୍ୱକପ(T20 World Cup)ରେ ଜିମ୍ବାୱେ ପୁଣି ସମସ୍ତଙ୍କୁ ଜଳକା କରିଛି। ପ୍ରଥମେ ଅଷ୍ଟ୍ରେଲିଆକୁ ମାତ ଦେଇଥିବା ଜିମ୍ବାୱେ ଆଜି କୋ-ହୋଷ୍ଟ ଶ୍ରୀଲଙ୍କାକୁ ଧୂଳି ଚଟାଇଛି। ଏଥିସହ ଅପରାଜୟ ରହି ସୁପର ୮ ମୁକାବିଲାରେ ପ୍ରବେଶ କରିଛି।

Advertisment

ସୁପର ୮ରେ ଭାରତ ଥିବା ଗ୍ରୁପରେ ଜିମ୍ବାୱେ ନିଜର ସ୍ଥାନ ସୁରକ୍ଷିତ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଗ୍ରୁପରେ ଥିବା ୪ଟି ଯାକ ଦଳ ଅପରାଜୟ। ଦକ୍ଷିଣ ଆଫ୍ରିକା, ଜିମ୍ବାୱେ, ୱେଷ୍ଟଇଣ୍ଡିଜ ଓ ଭାରତ କେହି ବି ନିଜ ନିଜର ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ ହାରି ନାହାନ୍ତି। ବାସ୍ତବରେ ଏହି ଗ୍ରୁପରେ ଅଷ୍ଟ୍ରେଲିଆ ରହିବା କଥା। କିନ୍ତୁ ଜିମ୍ବାୱେ ଓ ଶ୍ରୀଲଙ୍କା ଠାରୁ ହାରି ଅଷ୍ଟ୍ରେଲିଆ ଗ୍ରୁପ ପର୍ଯ୍ୟାୟରୁ ହିଁ ବିଦାୟ ନେଇଛି। 

ଆଜି ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ଜିମ୍ବାୱେର ମୁକାବିଲା ଶ୍ରୀଲଙ୍କା ସହ ହୋଇଥିଲା। ଶ୍ରୀଲଙ୍କାର ଆର ପ୍ରେମଦାସା ଷ୍ଟାଡିୟମରେ ମ୍ୟାଚ୍‌ ହେଉଥିବା ବେଳେ ଜିମ୍ବାୱେ ୧୭୯ ରନ ଟାର୍ଗେଟକୁ ୩ ବଲ ପୂର୍ବରୁ ୪ ୱିକେଟ ହରାଇ ହାସଲ କରି ନେଇଛି। ଓପନର ବ୍ରାଏନ ବେନେଟ୍ଟ ଚୌକା ମାରି ଜିମ୍ବାୱେକୁ ଐତିହାସିକ ବିଜୟ ଦେଇଛନ୍ତି। କିନ୍ତୁ ୨୬ ବଲରେ ୪୫ ରନର ଇନିଂସ ଖେଳିଥିବା ଅଧିନାୟକ ସିକନ୍ଦର ରଜା ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି। 

Advertisment

ଏହା ଟି-୨୦ ଜିମ୍ବାୱେର ଦ୍ୱିତୀୟ ସର୍ବବୃହତ୍ତ ରନ ଚେଜ। ଏହାପୂର୍ବରୁ ଦଳ ଏକଦା ୨୦୨୩ରେ ନାମିବିୟା ବିପକ୍ଷରେ ୧୯୯ ରନ ଚେଜ କରିଥିଲା। ହେଲେ ଟେଷ୍ଟ ପ୍ଲେଇଂ ଦେଶଗୁଡ଼ିକ ବିରୋଧରେ ଏହା ବାଂଲାଦେଶର ସର୍ବବୃହତ୍ତ ରନ ଚେଜ। ସେହିପରି ଶ୍ରୀଲଙ୍କାକୁ ଟି-୨୦ ବିଶ୍ୱକପରେ ଜିମ୍ବାୱେ ପ୍ରଥମଥର ହରାଇଛି। ଏହାପୂର୍ବରୁ ଦୁଇ ଦଳ ପରସ୍ପରକୁ ୨୦୧୦ ଓ ୨୦୧୨ ବିଶ୍ୱକପରେ ଭେଟିଥିଲେ। ଦୁଇଟି ଯାକ ମ୍ୟାଚ୍‌ ଶ୍ରୀଲଙ୍କା ବିଜୟୀ ହୋଇଥିଲା। କିନ୍ତୁ ଏଥର ଇତିହାସ ବଦଳିଛି। ଆଉ ସମସ୍ତଙ୍କୁ ଚକିତ କରି ଜିମ୍ବାୱେ ପିନ୍ଧିଛି ବିଜୟ ଟୀକା। 

ଜିମ୍ବାୱେ ପାଇଁ ବ୍ରାଏନ ବେନେଟ୍ଟଙ୍କ ସହ ଶିକନ୍ଦର ରାଜା କମାଲ କରିଛନ୍ତି। ବେନେଟ୍ଟ ଶେଷ ଯାଏ ୪୮ ବଲରେ ୬୩ ରନ କରି ଅପରାଜିତ ରହିବା ସହ ଚୌକା ମାରି ୩ ବଲ ପୂର୍ବରୁ ଦଳକୁ ବିଜୟ ଭେଟି ଦେଇଛନ୍ତି। ଏହାପୂର୍ବରୁ ସେ ଅଷ୍ଟ୍ରେଲିଆ ବିପକ୍ଷରେ ୫୬ ବଲରେ ଅପରାଜିତ ୬୪ ରନର ଇନିଂସ ଖେଳିଥିଲେ।

ସେହିପରି ଓମାନ ବିପକ୍ଷ ମ୍ୟାଚରେ ତାଙ୍କ ବ୍ୟାଟରୁ ବାହାରି ଥିଲା ଅପରାଜିତ ୪୮ ରନ। ଅର୍ଥାତ ଗ୍ରୁପ ପର୍ଯ୍ୟାୟରେ ଜିମ୍ବାୱେ ଖେଳିଥିବା ୩ଟି ଯାକ ମ୍ୟାଚ୍ରେ ବେନେଟ୍ଟ ଅପରାଜିତ ରହିଛନ୍ତି। ଆୟର୍ଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହେବାରୁ ବେନେଟ୍ଟ ବ୍ୟାଟିଂ କରିବାକୁ ସୁଯୋଗ ପାଇ ନଥିଲେ।  ୨୦୨୬ ବିଶ୍ୱକପରେ ବେନେଟ୍ଟ ଏଯାଏ କୌଣସି ମ୍ୟାଚ୍ରେ ଆଉଟ ନ ହେବା ମଧ୍ୟ ଗୋଟିଏ ରେକର୍ଡ। 

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ଓପନର ପଥୁମ ନିଶଙ୍କାଙ୍କ ୪୧ ବଲରେ ୬୨ ଓ ପବନ ରତନାୟେକଙ୍କ ୨୫ ବଲରେ ୪୪ ରନ ଯୋଗୁ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୭୮ ରନ କରିଥିଲା। ତଥାପି ଜିମ୍ବାୱେ ବେନେଟ୍ଟଙ୍କ ଅପରାଜିତ ୬୩, ରଜାଙ୍କ ୪୫, ମୁରମାନୀଙ୍କ ୧୨ ବଲରେ ୨୩ ବଲରେ ନିର୍ଦ୍ଧାରିତ ଟାର୍ଗେଟକୁ ୩ ବଲ ପୂର୍ବରୁ ହାସଲ କରି ନେଇଛି। 

T20 World Cup