Advertisment

୨୨ ବର୍ଷର ପୃଥ୍ୱୀ ଶ କିଣିଲେ ୧୦.୫ କୋଟିର ଘର

ନୂଆଦିଲ୍ଲୀ: ୨୨ ବର୍ଷର କ୍ରିକେଟ ଷ୍ଟାର ପୃଥ୍ୱୀ ଶ ନିଜର ଘର କିଣିଛନ୍ତି। ଯାହାର ଦାମ ଅମୂଲମୂଲ। ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲସ ପକ୍ଷରୁ ଖେଳୁ ଥିବା ଏହି କ୍ରିକେଟର ବହୁ କୋଟି ଟଙ୍କା ଦେଇ ଏହି ଘର କିଣିଛନ୍ତି। ସୂଚନା ମୁତାବକ ସେ ୧୦.୫ କୋଟି ଟଙ୍କା ଦେଇ ଘର କିଣିଛନ୍ତି। ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ସେ ଉକ୍ତ ଘର କିଣିଛନ୍ତି। ଆଇପିଏଲ୍ ଖେଳିବା ଭିତରରେ ହିଁ ସେ ଏହାକୁ କିଣିବାକୁ ପ୍ରସ୍ତୁତି କରିଦେଇଥିଲେ। ପ୍ରାୟ ୨୨୦୯ […]

ଅଦ୍ୟତନ ହୋଇଛି
୨୨ ବର୍ଷର ପୃଥ୍ୱୀ ଶ କିଣିଲେ ୧୦.୫ କୋଟିର ଘର

prithivi

Advertisment

ନୂଆଦିଲ୍ଲୀ: ୨୨ ବର୍ଷର କ୍ରିକେଟ ଷ୍ଟାର ପୃଥ୍ୱୀ ଶ ନିଜର ଘର କିଣିଛନ୍ତି। ଯାହାର ଦାମ ଅମୂଲମୂଲ। ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲସ ପକ୍ଷରୁ ଖେଳୁ ଥିବା ଏହି କ୍ରିକେଟର ବହୁ କୋଟି ଟଙ୍କା ଦେଇ ଏହି ଘର କିଣିଛନ୍ତି। ସୂଚନା ମୁତାବକ ସେ ୧୦.୫ କୋଟି ଟଙ୍କା ଦେଇ ଘର କିଣିଛନ୍ତି। ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ସେ ଉକ୍ତ ଘର କିଣିଛନ୍ତି। ଆଇପିଏଲ୍ ଖେଳିବା ଭିତରରେ ହିଁ ସେ ଏହାକୁ କିଣିବାକୁ ପ୍ରସ୍ତୁତି କରିଦେଇଥିଲେ।

Advertisment

ପ୍ରାୟ ୨୨୦୯ ବର୍ଗ ଫୁଟ ଅଞ୍ଚଳରେ ଏହି ଘର ରହିଛି। ଏକ ବିଶାଳ ଆପାଟମେଣ୍ଟର ୮ ମହଲାରେ ଏହି ଘର ରହିଛି। ଏହି ଘର ସହ ସେ ଏଠାରେ ୩ଟି କାର ଜାଗା ହେଲାଭଳି ପାର୍କିଂ ଅଞ୍ଚଳ ମଧ୍ୟ ନେଇଛନ୍ତି। ଗତ ୩୧ ମାର୍ଚ୍ଚରେ ସେ ଏଥିନିମନ୍ତେ ପ୍ରାୟ ୫୨.୫୦ ଲକ୍ଷ ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଦେଇଥିଲେ। ୨୮ ଏପ୍ରିଲକୁ ଏହି ଘର ତାଙ୍କ ନାମରେ ହୋଇଥିଲା।

ସେ ଏବେ ଦିଲ୍ଲୀ କ୍ୟାପିଟାଲସ ପକ୍ଷରୁ ଖେଳୁଥିବା ବେଳେ ଟିମ୍ ପକ୍ଷରୁ ତାଙ୍କୁ ପ୍ରତି ସିଜିନରେ ୭.୫୦ କୋଟି ଟଙ୍କା ମିଳୁଛି। ୨୦୧୮ ମସିହା ଅଣ୍ଡର-୧୯ ବିଶ୍ୱକପରେ ତାଙ୍କ ନେତୃତ୍ୱରେ ଟିମ୍ ବିଶ୍ୱକପ ଜିତିଥିଲା। ଯାହା ପରେ ତାଙ୍କ ଲୋକ ପ୍ରିୟତା ବଢ଼ିଛି। ତାଙ୍କୁ ଭାରତୀୟ ଟେଷ୍ଟ ଟିମରେ ମଧ୍ୟ ସାମିଲ କରାଯାଇଥିଲା। ଆଇପିଏଲର ଚଳିତ ସିଜିନରେ ସେ ୯ଟି ମ୍ୟାଚ ଖେଳି ୨୫୯ ରନ କରିଛନ୍ତି। ଯାହା ଭିତରେ ଦୁଇଟି ଅର୍ଦ୍ଧଶତକ ରହିଛି। ତେବେ ଫିଟନେସକୁ ନେଇ ଅଙ୍ଗୁଳି ଉଠିବା ପରେ ସେ ଏବେ ଭାରତୀୟ ଟିମରେ ଖେଳିବା ଠାରୁ ଦୂରରେ ରହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe