Advertisment

Rinku Singh Father Demise: କ୍ରିକେଟର ରିଙ୍କୁ ସିଂହଙ୍କ ବାପାଙ୍କ ପରଲୋକ

କ୍ରିକେଟର ରିଙ୍କୁ ସିଂହଙ୍କ ବାପା ଖାନଚନ୍ଦ ସିଂହଙ୍କର ଶୁକ୍ରବାର ପରଲୋକ ହୋଇଯାଇଛି। ସେ ଲିଭର କ୍ୟାନସରରେ ପୀଡ଼ିତ ଥିଲେ। ଗତ ସପ୍ତାହରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନ୍ନତି ଦେଖିବାକୁ ମିଳିଥିଲା।

Khan
Advertisment

କ୍ରିକେଟର ରିଙ୍କୁ ସିଂହଙ୍କ ବାପା ଖାନଚନ୍ଦ ସିଂହଙ୍କର ଶୁକ୍ରବାର ପରଲୋକ ହୋଇଯାଇଛି। ସେ ଲିଭର କ୍ୟାନସରରେ ପୀଡ଼ିତ ଥିଲେ। ଗତ ସପ୍ତାହରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନ୍ନତି ଦେଖିବାକୁ ମିଳିଥିଲା। ତେଣୁ ତାଙ୍କୁ ଗ୍ରେଟର ନୋଏଡାର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଚିକିତ୍ସାଧୀନ ଥିବା ବେଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

Advertisment

ଚଳିତ ଟିଟ୍ୱେଣ୍ଟି ବିଶ୍ୱକପ୍‌ (T20 World Cup)ରେ ଭାରତୀୟ ଟିମ୍‌ରେ ସ୍ଥାନ ପାଇଛନ୍ତି ରିଙ୍କୁ ସିଂହ। ଜିମ୍ବାୱେ ବିପକ୍ଷ ମ୍ୟାଚ୍ ପୂର୍ବରୁ ସେ ତାଙ୍କ ବାପାଙ୍କୁ ଦେଖିବାକୁ ଆସିଥିଲେ। ବାପାଙ୍କୁ ଦେଖି ଫେରି ଯାଇଥିଲେ ରିଙ୍କୁ। ଗତକାଲି ଜିମ୍ବାୱେ ବିପକ୍ଷ ମ୍ୟାଚ୍ ଖେଳା ଯାଇଥିବା ବେଳେ ରିଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇ ନଥିଲେ। ତାଙ୍କ ବଦଳରେ ସଞ୍ଜୁ ସାମସନଙ୍କୁ ଖେଳା ଯାଇଥିଲେ। ତେବେ ବିକଳ୍ପ ଫିଲ୍‌ଡର ଭାବେ ସେ ଏହି ମ୍ୟାଚ୍‌ରେ ଭାଗ ନେଇଥିଲେ। 

ରିଙ୍କୁ ସିଂହ କ୍ରିକେଟର ହେବା ପଛରେ ତାଙ୍କ ବାପା ଖାନଚନ୍ଦ ସିଂହଙ୍କର ବହୁତ ବଡ଼ ଭୂମିକା ରହିଥିଲା। ସେ ଥିଲେ ରିଙ୍କୁଙ୍କର ସବୁଠୁ ବଡ଼ ସମର୍ଥକ। ଖାନଚନ୍ଦ ସିଂହ ଅଲିଗଡ଼ରେ ଜଣେ ଏଲପିଜି ସିଲିଣ୍ଡର ଡେଲିଭରୀମ୍ୟାନ ଭାବେ କାର୍ଯ୍ୟ କରୁଥିଲେ। ଆର୍ଥିକ ସ୍ୱଚ୍ଛଳତା ନଥିବା ସତ୍ତ୍ୱେ ରିଙ୍କୁ ଯେମିତି ସମସ୍ତ ସୁବିଧା ସୁଯୋଗ ପାଇପାରିବେ, ତାହା ସୁନିଶ୍ଚିତ କରିଥିଲେ। 

Advertisment

ଖାନଚନ୍ଦ ସିଂହଙ୍କ ମୃତ୍ୟୁ ଖବର ପାଇବା ପରେ ସାଥୀ ଖେଳାଳିଙ୍କ ସହିତ ଅନେକ ପୂର୍ବତନ ଖେଳାଳି ଦୁଃଖ ପ୍ରକାଶ କରିବା ସହିତ ରିଙ୍କୁ ସିଂହ ଓ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। 

ସୂଚନାଯୋଗ୍ୟ, ସୁପର ୮ ର ପ୍ରମଥ ମ୍ୟାଚ୍ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହୋଇଥିବା ଭାରତୀୟ ଦଳ ଗତକାଲି ଦ୍ୱିତୀୟ ମ୍ୟାଚ୍‌ରେ ଜିମ୍ବାୱେକୁ ୭୨ ରନ୍‌ରେ ହରାଇଛି। ସୁପର ୮ର ତୃତୀୟ ମ୍ୟାଚ୍‌ରେ ଭାରତ ଭେଟିବ ୱେଷ୍ଟଇଣ୍ଡିଜ୍‌କୁ। ଏହି ମ୍ୟାଚ୍ ଆସନ୍ତା ରବିବାର କୋଲକାତାରେ ଖେଳା ଯିବ। ଏଥିରେ ଯିଏ ବିଜୟୀ ହେବ, ସେ ଫାଇନାଲକୁ ଯିବ। ଗୋଟିଏ ପଟେ ଭାରତ ଜିମ୍ବାୱେକୁ ହରାଇଥିବା ବେଳେ ଅନ୍ୟପଟରେ ୱେଷ୍ଟଇଣ୍ଡିଜ୍‌କୁ ୯ ୱିକେଟ୍‌ରେ ପରାସ୍ତ କରିଥିଲା ଦକ୍ଷିଣ ଆଫ୍ରିକା। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe