Advertisment

ପତ୍ନୀଙ୍କୁ ଛାଡ଼ପତ୍ର ଦେଲେ ଶିଖର ଧାୱନ, ହେଉଥିଲେ ନିର୍ଯାତନାର ଶିକାର

ପତ୍ନୀ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ ଶିଖର ଧାୱନ। କୋର୍ଟରେ ସତ ସାବ୍ୟସ୍ତ ହେବା ପରେ ଛାଡ଼ପତ୍ର ନେଇ ମିଳିଲା ଅନୁମତି।

author-image
Debibandita Barick
ଅଦ୍ୟତନ ହୋଇଛି
Shikhar Dhawan And His Wife

Shikhar Dhawan And His Wife

ଭାରତୀୟ କ୍ରିକେଟର ଶିଖର ଧାୱନଙ୍କ ଛାଡ଼ପତ୍ର ଆବେଦନକୁ ମିଳିଲା କୋର୍ଟଙ୍କ ମଞ୍ଜୁରୀ। ଆଇନଗତ ଦୃଷ୍ଟିରୁ ପତ୍ନୀ ଆୟସା ମୁଖାର୍ଜ୍ଜୀଙ୍କଠାରୁ ଅଲଗା ହୋଇଛନ୍ତି ଧାୱନ। ଉଭୟ 2020ରୁ ଅଲଗା ରହୁଥିଲେ। କୋର୍ଟରେ ଛାଡ଼ପତ୍ର ମାମଲା ଚାଲିଥିବା ବେଳେ ଗତକାଲି ଦିଲ୍ଲୀର ଏକ ପରିବାର ଅଦାଲତ ଉଭୟଙ୍କୁ ଛାଡ଼ପତ୍ର ପ୍ରଦାନ କରିଛନ୍ତି।  

Advertisment

ମାମଲାର ଶୁଣାଣି ସମୟରେ ଅଦାଲତ କହିଛନ୍ତି ଯେ, ପତ୍ନୀ ନିର୍ଯାତନା ଦେଉଥିବା ଆଦି କାରଣରୁ ଆବେଦନକାରୀ(ଶିଖର ଧାୱନ)ଙ୍କ ଛାଡପତ୍ରକୁ ମଞ୍ଜୁରୀ ମିଳିଛି। ବିଚାରପତି ହରିଶ କୁମାର ସେମାନଙ୍କ 11 ବର୍ଷର ବିବାହ ବିଚ୍ଛେଦ କରିବାବେଳେ କହିଛନ୍ତି, ଛାଡ଼ପତ୍ରକୁ ନେଇ କୌଣସି ବିବାଦ ନାହିଁ, ଉଭୟ ପକ୍ଷ ପାରସ୍ପରିକ ସମ୍ମତି ଅନୁଯାୟୀ ସେମାନଙ୍କୁ ଛାଡ଼ପତ୍ର ପ୍ରଦାନ କରାଯାଇଛି।

ଏହି ସମ୍ପର୍କ ପୂର୍ବରୁ ଭାଙ୍ଗି ସାରିଛି। ଅଗଷ୍ଟ 8, 2020ରୁ ଉଭୟ ସ୍ୱାମୀ-ସ୍ତ୍ରୀ ଭାବେ ଜୀବନ ବିତାଉନଥିବା କହିଛନ୍ତି ବିଚାରପତି। ଛାଡ଼ପତ୍ର ଆବେଦନରେ ଧାୱନ ତାଙ୍କ ପତ୍ନୀଙ୍କ ବିରୋଧରେ ଆଣିଥିବା ସମସ୍ତ ଅଭିଯୋଗକୁ ପରିବାର କୋର୍ଟର ବିଚାରପତି ଗ୍ରହଣ କରି କହିଛନ୍ତି, ପତ୍ନୀ ଶିଖର ଧାୱନଙ୍କୁ ବର୍ଷ ବର୍ଷ ଧରି ମାନସିକ ନିର୍ଜାତନା ଦେଉଥିଲେ, ତାଙ୍କର ଏକମାତ୍ର ପୁଅଠାରୁ ଅଲଗା ରହିବାକୁ ବାଧ୍ୟ କରୁଥିଲେ।

Advertisment

ପରିବାର କୋର୍ଟ କହିଛନ୍ତି ଯେ, ଧାୱନଙ୍କ ପତ୍ନୀ ଉପରୋକ୍ତ ଅଭିଯୋଗକୁ ବିରୋଧ କରିନାହାଁନ୍ତି କି ନିଜକୁ ଠିକ୍ ସାବ୍ୟସ୍ତ କରିବାରେ ବିଫଳ ହୋଇଛନ୍ତି। ଫଳରେ ଏହି ଛାଡ଼ପତ୍ରକୁ କୋର୍ଟଙ୍କ ଅନୁମତି ମିଳିଛି। ତେବେ ପୁଅର ସ୍ଥାୟୀ ହେପାଜତ ଉପରେ କୋର୍ଟ କୌଣସି ଆଦେଶ ଦେବାକୁ ମନା କରି ଦେଇଛନ୍ତି।

ବର୍ତ୍ତମାନ ଆୟସା ପୁଅକୁ ନେଇ ଅଷ୍ଟ୍ରେଲିଆରେ ରହୁଛନ୍ତି। ତେଣୁ କୋର୍ଟ କହିଛନ୍ତି ଯେ, ପୁଅ ସହ ଅଷ୍ଟ୍ରେଲିଆରେ କିମ୍ବା ଭିଡିଓ କଲ୍ ଜରିଆରେ କଥାବାର୍ତ୍ତା କରିପାରିବେ ଧାୱନ। ଏଥିସହ ଛୁଟି ସମୟରେ ଧାୱନଙ୍କ ସମେତ ତାଙ୍କ ପରିବାର ବର୍ଗଙ୍କ ସହ ପୁଅର ଦେଖାସାକ୍ଷାତ କରାଇବାକୁ ଆୟସାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। 

Shikhar Dhawan Cricketer Shikhar Dhawan Shikhar Dhawan Gets Divorce