Advertisment

ୟୁଟ୍ୟୁବ ଖୋଲିବାର ୨୪ ଘଣ୍ଟା ମଧ୍ୟରେ ବିଶ୍ୱ ରେକର୍ଡ କଲେ ରୋନାଲ୍ଡୋ

୩୯ ବର୍ଷୀୟ ରୋନାଲ୍ଡୋ ବିଶ୍ୱର ସବୁଠାରୁ ଲୋକପ୍ରିୟ କ୍ରୀଡ଼ାବିତ। ଏକ୍ସରେ ତାଙ୍କର ଅନୁଗାମୀଙ୍କ ସଂଖ୍ୟା ୧୧୨.୬ ମିଲିୟନ ରହିଥିବା ବେଳେ ଫେସବୁକରେ ଏହି ସଂଖ୍ୟା ୧୭୦ ମିଲିୟନ।

author-image
Hemant Lenka
ଅଦ୍ୟତନ ହୋଇଛି
Cristiano Ronaldo

Cristiano Ronaldo

ବିଶ୍ୱ ଫୁଟବଲର ଚର୍ଚ୍ଚିତ ଚେହେରା ତଥା ପର୍ତ୍ତୁଗାଲର ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ନାଁରେ ଯୋଡ଼ି ହୋଇଯାଇଛି ବିଶ୍ୱ ରେକର୍ଡ। ହେଲେ ଏହି ବିଶ୍ୱ ରେକର୍ଡ ଫୁଟବଲ ପଡ଼ିଆରେ ନୁହେଁ, ବରଂ ୟୁଟ୍ୟୁବରେ ରୋନାଲ୍ଡୋ ସୃଷ୍ଟି କରିଛନ୍ତି।

Advertisment

ସେ ବୁଧବାର ନିଜର ୟୁଟ୍ୟୁବ ଚ୍ୟାନେଲ ଖୋଲିଥିବା ବେଳେ ୨୪ ଘଣ୍ଟାରୁ କମ ସମୟ ମଧ୍ୟରେ ଏହାର ସବସ୍କ୍ରାଇବରଙ୍କ ସଂଖ୍ୟା ୧୦ ମିଲିୟନ ପାର କରି ଯାଇଛି। ଏତେ କମ ସମୟରେ କୌଣସି ୟୁଟ୍ୟୁବ ଚ୍ୟାନେଲର ସବସ୍କ୍ରାଇବରଙ୍କ ସଂଖ୍ୟା ୧୦ ମିଲିୟନ ପାର କରିବା ବିଶ୍ୱରେ ପ୍ରଥମ ଘଟଣା।

ରୋନାଲ୍ଡୋ ବୁଧବାର ତାଙ୍କ ୟୁଟ୍ୟୁବ ଚ୍ୟାନେଲ ଖୋଲିବାର ମାତ୍ର କିଛି ମିନିଟ ମଧ୍ୟରେ ସବସ୍କ୍ରାଇବରଙ୍କ ସଂଖ୍ୟା ୧ ମିଲିୟନ ଚୁଇଁଥିଲା। ଦେଖୁ ଦେଖୁ ୨୪ ଘଣ୍ଟା ନ ପୁରୁଣୁ ଏହା ୧୦ ମିଲିୟନ ହୋଇଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ଏହା ୧୯.୩ ମିଲିୟନରେ ପହଞ୍ଚି ଯାଇଛି।

Advertisment

ଗୋଲ ଡଟ କମର ରିପୋର୍ଟ ଅନୁସାରେ, ରୋନାଲ୍ଡୋ ୟୁଟ୍ୟୁବ ସବସ୍କ୍ରାଇବ ମାମଲାରେ ହାମଷ୍ଟେର କୋମବାତଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ହାମଷ୍ଟେର ୟୁଟ୍ୟୁବ ଚ୍ୟାନେଲ ଖୋଲିବାର ୭ ଦିନ ଭିତରେ ତାଙ୍କ ସବସ୍କ୍ରାଇବରଙ୍କ ସଂଖ୍ୟା ୧୦ ମିଲିୟନ ଛୁଇଁଥିଲା। ହେଲେ ରୋନାଲ୍ଡୋ ଦିନକ ଭିତରେ ଏହି ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

୩୯ ବର୍ଷୀୟ ରୋନାଲ୍ଡୋ ବିଶ୍ୱର ସବୁଠାରୁ ଲୋକପ୍ରିୟ କ୍ରୀଡ଼ାବିତ। ଏକ୍ସରେ ତାଙ୍କର ଅନୁଗାମୀଙ୍କ ସଂଖ୍ୟା ୧୧୨.୬ ମିଲିୟନ ରହିଥିବା ବେଳେ ଫେସବୁକରେ ଏହି ସଂଖ୍ୟା ୧୭୦ ମିଲିୟନ। ସେହିପରି ଇନଷ୍ଟାଗ୍ରାମରେ ତାଙ୍କୁ ୬୩୬ ମିଲିୟନ ଲୋକ ଅନୁସରଣ କରୁଛନ୍ତି।

Cristiano Ronaldo YouTube