ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଶେଷ ହେଲା ଏସିଆନ୍‌ ଗେମ୍ସ

ଜାକର୍ତ୍ତା: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ୧୮ତମ ଏସିଆନ୍‌ ଗେମ୍ସ ଶେଷ ହୋଇଛି। ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋ ଏବଂ ଏସିଆ ଅଲମ୍ପିକ୍‌ କାଉନସିଲ୍‌ ଅଧ୍ୟକ୍ଷ ଶେଖ ଅହମ୍ମଦ ଅଲ୍‌ ଫହାଦ ଅଲ୍‌ ସବାହ ଏସିଆନ୍‌ ଗେମ୍ସର ଉଦ୍‌ଯାପନ ନେଇ ବିଧିବଦ୍ଧ ଘୋଷଣା କରିଥିଲେ। ୧୯ତମ ଏସିଆନ୍ ଗେମ୍ସ ଚୀନ୍‌ର ହୱାଙ୍ଗଜୁ ସହରରେ ଅନୁଷ୍ଠିତ ହେବ। ୧୮ ଅଗଷ୍ଟରୁ ଆରମ୍ଭ ହୋଇ ଆଜି ଶେଷ ହୋଇଥିବା ଏହି କ୍ରୀଡ଼ା ମହାକୁମ୍ଭ ରେ ୪୫ଟି ଦେଶର ୧୧,୩୦୦ ଖେଳାଳି ଅଂଶଗ୍ରହଣ କରିଥିଲେ। ୪୦ଟି […]

asian games

Rakesh Mallick
  • Published: Sunday, 02 September 2018
  • , Updated: 02 September 2018, 03:38 PM IST

ଜାକର୍ତ୍ତା: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ୧୮ତମ ଏସିଆନ୍‌ ଗେମ୍ସ ଶେଷ ହୋଇଛି। ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋ ଏବଂ ଏସିଆ ଅଲମ୍ପିକ୍‌ କାଉନସିଲ୍‌ ଅଧ୍ୟକ୍ଷ ଶେଖ ଅହମ୍ମଦ ଅଲ୍‌ ଫହାଦ ଅଲ୍‌ ସବାହ ଏସିଆନ୍‌ ଗେମ୍ସର ଉଦ୍‌ଯାପନ ନେଇ ବିଧିବଦ୍ଧ ଘୋଷଣା କରିଥିଲେ।

୧୯ତମ ଏସିଆନ୍ ଗେମ୍ସ ଚୀନ୍‌ର ହୱାଙ୍ଗଜୁ ସହରରେ ଅନୁଷ୍ଠିତ ହେବ।

୧୮ ଅଗଷ୍ଟରୁ ଆରମ୍ଭ ହୋଇ ଆଜି ଶେଷ ହୋଇଥିବା ଏହି କ୍ରୀଡ଼ା ମହାକୁମ୍ଭ ରେ ୪୫ଟି ଦେଶର ୧୧,୩୦୦ ଖେଳାଳି ଅଂଶଗ୍ରହଣ କରିଥିଲେ। ୪୦ଟି ବିଭାଗରେ ୪୬୫ଟି ପ୍ରକାରର ଖେଳ ଅନୁଷ୍ଠିତ ହୋଇଥିଲା।

୧୮ ତମ ଏସିଆନ୍‌ ଗେମ୍ସ ଭାରତ ପାଇଁ ବହୁତ ଭଲରେ ଯାଇଛି। ଏହି ଖେଳରେ ଭାରତ ୬୯ଟି ପଦକ ଜିତି ନିଜପାଇଁ ଏକ ନୂଆ ରେକର୍ଡ କରିଛି। ଏଥିରେ ୧୫ଟି ସ୍ୱର୍ଣ୍ଣ, ୨୪ଟି ରୌପ୍ୟ ଓ ୩୦ଟି ବ୍ରୋଞ୍ଜ ପଦକ ରହିଛି। ଏସିଆନ୍‌ ଗେମ୍ସରେ ଏହା ଭାରତର

ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଏହା ପୂର୍ବରୁ ୧୯୯୧ରେ ଜାପାନରେ ଭାରତ ୧୫ଟି ସ୍ୱର୍ଣ୍ଣ ପଦକ ଜିତିଥିଲା କିନ୍ତୁ ମୋଟ ପଦକ ସଂଖ୍ୟା ଏଥର ସର୍ବାଧିକ ରହିଛି। ୨୦୧୦ ଏସିଆନ୍‌ ଗେମ୍ସରେ ଭାରତ ୬୫ଟି ପଦକ ଜିତିଥିଲା।

ଅଷ୍ଟମ ସ୍ଥାନରେ ରହି ଭାରତ ତା’ର ଏସିଆନ୍‌ ଗେମ୍ସ ଅଭିଯାନ ଶେଷ କରିଛି।

ଚଳିତବର୍ଷ ଚୀନ ସର୍ବାଧିକ ୨୮୯ ପଦକ (୧୩୨ ସ୍ୱର୍ଣ୍ଣ, ୯୨ ରୌପ୍ୟ ଓ ୬୫ ବ୍ରୋଞ୍ଜ) ସହ ପ୍ରଥମ ସ୍ଥାନରେ ରହିଛି। ୨୦୫ ପଦକ ସହ ଜାପାନ ଦ୍ୱିତୀୟ ସ୍ଥାନରେ (୭୫ ସ୍ୱର୍ଣ୍ଣ, ୫୬ ରୌପ୍ୟ ଓ ୭୪ ବ୍ରୋଞ୍ଜ ) ରହିଛି। ଦକ୍ଷିଣ କୋରିଆ ୧୧୭ ପଦକ (୪୯ ସ୍ୱର୍ଣ୍ଣ, ୫୮ ରୌପ୍ୟ ଓ ୭୦ ବ୍ରୋଞ୍ଜ ) ସହ ତୃତୀୟ ସ୍ଥାନରେ ରହିଛି।

Related story