Advertisment

ଇତିହାସ ରଚିଲେ ଚେସ୍ ତାରକା ଡି ଗୁକେଶ, କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତିବାରେ ସର୍ବକନିଷ୍ଠ ଭାରତୀୟ

ଏହି ବିଜୟ ସହ ୱାଲ୍ଡ ଚାମ୍ପିଅନସିପରେ ନିଜ ସ୍ଥାନ ପକ୍କା କରିଛନ୍ତି ଗୁକେଶ।

D Gukesh

D Gukesh

Advertisment

ଚେସ୍ ପ୍ରତିଯୋଗିତାରେ ଇତିହାସ ରଚିଛନ୍ତି ୧୭ ବର୍ଷୀୟ ଗ୍ରାଣ୍ଡମାଷ୍ଟର ଗୁକେଶ ଡୋମାରାଜୁ। ସର୍ବକନିଷ୍ଠ ପ୍ରତିଯୋଗୀ ଭାବେ ସେ ସମ୍ମାନଜନକ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ବିଜୟ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି ବିଜୟ ସହ ୱାଲ୍ଡ ଚାମ୍ପିଅନସିପରେ ନିଜ ସ୍ଥାନ ପକ୍କା କରିଛନ୍ତି ଗୁକେଶ।

Advertisment

କାନାଡାର ଟୋରୋଣ୍ଟୋରେ କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା। ଏହି ମୁକାବିଲାର ଅନ୍ତିମ ରାଉଣ୍ଡ ବା ୧୪ ରାଉଣ୍ଡରେ ଆମେରିକାର ହିକାରୁ ନାକାମାରୁଙ୍କୁ ପରାସ୍ତ କରି ଟାଇଟଲ୍ ବିଜୟୀ ହୋଇଛନ୍ତି ଗୁକେଶ।

ସେ ରାଉଣ୍ଡ ୧୩ରେ ଫ୍ରାନ୍ସର ଅଲିରେଜୋ ଫଇରୌଜାଙ୍କୁ ହରାଇ ୧୪ ରାଉଣ୍ଡକୁ ଉତ୍ତିର୍ଣ୍ଣ ହୋଇଥିଲେ। ଆଉ ଶେଷରେ ବିଜୟୀ ହୋଇଛନ୍ତି। ଏହି ବିଜୟ ସହ ଗୁକେଶ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ବିଜୟୀ ହେବାରେ ଭାରତର ଦ୍ୱିତୀୟ ଚେସ୍ ତାରକା ହୋଇ ପାରିଛନ୍ତି। ତାଙ୍କ ପୂର୍ବରୁ ବିଶ୍ୱନାଥନ ଆନନ୍ଦ କ୍ୟାଣ୍ଡିଡେଟ୍ସ ଚେସ୍ ବିଜେତା ହୋଇଥିଲେ। କିନ୍ତୁ ସର୍ବକନିଷ୍ଠ ପ୍ରତିଯୋଗୀ ଭାବେ ଏହି ଟାଇଟଲ୍ ହାସଲ କରିବାରେ ଗୁକେଶ ପ୍ରଥମ। 

Advertisment

ଚଳିତ ବର୍ଷ ଶେଷରେ ୱାଲ୍ଡ ଚାମ୍ପିଅନସିପ୍ ମୁକାବିଲା ହେବ। ଏହି ମୁକାବିଲାରେ ଗୁକେଶ ଡିଫେଣ୍ଡିଂ ଚାମ୍ପିଅନ ଚୀନର ଡିଙ୍ଗ ଲିନେରଙ୍କୁ ଭେଟିବେ। 

Chess Competition World Championship D Gukesh Candidates
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe