/odisha-reporter/media/post_attachments/uploads/2015/10/dhoni1.jpg)
dhoni
ଇନ୍ଦୋର: ଇନ୍ଦୋରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ମ୍ୟାଚରେ ଭାରତ ବିଜୟୀ ହୋଇଛି। ଭ୍ରମଣକାରୀ ଦଳକୁ ୨୨ ରନରେ ହରାଇଛି ଧୋନି ବାହିନୀ। ଧୋନିଙ୍କୁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ’ ଦିଆଯାଇଛି।
ଭାରତର ଏହି ବିଜୟ ସହିତ ୫ଟି ମ୍ୟାଚ୍ ବିଶିଷ୍ଟ ଏହି ଦିନିକିଆ ସିରିଜରେ ଦୁଇ ଦଳ ୧ ପଏଣ୍ଟ ଲେଖାଏଁ ପାଇ ବରାବର ସ୍ଥିତିରେ ରହିଛନ୍ତି। ପ୍ରଥମ ମ୍ୟାଚଟି ଦକ୍ଷିଣ ଆଫ୍ରିକା ଜିତି ଥିଲା।
ଦକ୍ଷିଣ ଆଫ୍ରିକା ଆଗରେ ଆଜି ଭାରତ ୨୪୮ ରନର ଟାର୍ଗେଟ ରଖିଥିଲା। ଏହି ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ୪୩.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୨୨୫ ରନ୍ କରିଥିଲା। ଦଳ ପକ୍ଷରୁ ଡୁ ପ୍ଲିସସ୍ ୫୧ରନ୍ (୫୬ ବଲ୍), ଜେପି ଡୁମିନୀ ୩୬ରନ୍ (୪୬ବଲ୍) କରିଥିଲେ। ଭାରତ ଭଳି ଭ୍ରମଣକାରୀ ଦଳ ମଧ୍ୟ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ଓ ଅକ୍ଷର ପଟେଲ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ସେହିପରି ହରଭଜନ ସିଂହ ୨ଟି ୱିକେଟ୍, ଉମେଶ ଯାଦବ ଓ ମୋହିତ ଶର୍ମା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ଏହା ପୂର୍ବରୁ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୪୭ ରନ୍ କରିଥିଲା। ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସର୍ବାଧିକ ୯୨ ରନ୍ କରି ଭାରତକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇ ଥିଲେ। ଦଳପକ୍ଷରୁ ଆଜିଙ୍କ୍ୟ ରାହାଣେ ୫୧(୬୩), ଶିଖର ଧାୱନ ୨୩ (୩୪) ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକା ତରଫରୁ ପେସର ଡେଲ ଷ୍ଟେନ୍ ତିନିଟି ୱିକେଟ ଅକ୍ତିଆର କରିଥିଲେ। ସେହିପରି ମୋରକେଲ୍ ଏବଂ ସ୍ପିନର ଇମରାନ୍ ତାହିର ଦୁଇଟି ଲେଖାଏଁ ୱିକେଟ୍ ହାତେଇ ଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
