Advertisment

ଧୋନିଙ୍କ ଭଳି ଫିନିଶର ହେବାକୁ ଚାହୁଁଛନ୍ତି ମିଲର୍

ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି କ୍ରିକେଟରେ ଅନ୍ୟତମ ବିଧ୍ୱଂସୀ ବ୍ୟାଟସମ୍ୟାନ୍ ଭାବେ ଦକ୍ଷିଣ ଆପ୍ରିକୀୟ ବାମହାତୀ ଷ୍ଟାର୍ ଡେଭିଡ୍ ମିଲର୍ ଗଣା ହୁଅନ୍ତି। ତେବେ ଏହି ବିଦେଶୀ ତାରକାଙ୍କ ଆଦର୍ଶ ହେଉଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଆଇପିଏଲ୍ ଟିମ୍ ଚେନ୍ନାଇ ସୁପର କିଙ୍ଗସର କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନି। ପୂର୍ବରୁ କିଙ୍ଗସ୍ ଇଲେଭେନ୍ ପକ୍ଷରୁ ଆଇପିଏଲ୍ ଖେଳୁଥିବା ମିଲର୍ ଏଥର ତାଙ୍କ ପ୍ରାଞ୍ଚାଇଜ୍ ଟିମ୍ ପରିବର୍ତ୍ତନ କରିଛନ୍ତି। ଏଥର ସେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିବେ। […]

ଧୋନିଙ୍କ ଭଳି ଫିନିଶର ହେବାକୁ ଚାହୁଁଛନ୍ତି ମିଲର୍

Dhoni-Miller

Advertisment

ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି କ୍ରିକେଟରେ ଅନ୍ୟତମ ବିଧ୍ୱଂସୀ ବ୍ୟାଟସମ୍ୟାନ୍ ଭାବେ ଦକ୍ଷିଣ ଆପ୍ରିକୀୟ ବାମହାତୀ ଷ୍ଟାର୍ ଡେଭିଡ୍ ମିଲର୍ ଗଣା ହୁଅନ୍ତି। ତେବେ ଏହି ବିଦେଶୀ ତାରକାଙ୍କ ଆଦର୍ଶ ହେଉଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଆଇପିଏଲ୍ ଟିମ୍ ଚେନ୍ନାଇ ସୁପର କିଙ୍ଗସର କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନି।

Advertisment

ପୂର୍ବରୁ କିଙ୍ଗସ୍ ଇଲେଭେନ୍ ପକ୍ଷରୁ ଆଇପିଏଲ୍ ଖେଳୁଥିବା ମିଲର୍ ଏଥର ତାଙ୍କ ପ୍ରାଞ୍ଚାଇଜ୍ ଟିମ୍ ପରିବର୍ତ୍ତନ କରିଛନ୍ତି। ଏଥର ସେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିବେ। ତେବେ ଏଥର ଆଇପିଏଲରେ ସେ ଶ୍ରେଷ୍ଠ ଫିନିଶର୍ ଭାବେ ନିଜକୁ ପ୍ରତିପାଦିତ କରିବାକୁ ଚାହୁଁଛନ୍ତି। ଏକ ସାକ୍ଷାତକାରରେ ମିଲର କହିଛନ୍ତି ଯେ ଶେଷ ମୁହୂର୍ତ୍ତରେ ମ୍ୟାଚ୍ ଜିତିବାର କଳା ଓ କଠିନ ସ୍ଥିତିରେ ଶାନ୍ତ ରହିବାର ଗୁଣ ପାଇଁ ମହେନ୍ଦ୍ର ସିଂହ ଧୋନି ସାରା ଦୁନିଆରେ ପରିଚିତ। ଏପରିକି ଜଣେ ଶ୍ରେଷ୍ଠ ଫିନିଶର ଭାବେ ଧୋନି ବାରମ୍ବାର ନିଜକୁ ପ୍ରମାଣିତ କରିଛନ୍ତି।

ଏହି କଳା ସେ ଧୋନିଙ୍କ ପାଖରୁ ଶିଖିବାକୁ ଚାହୁଁଥି୍ବା ମିଲର୍ କହିଛନ୍ତି। ମିଲରଙ୍କ କହିବା କଥା ଧୋନି ଯେପରି ଜଟିଳ ସ୍ଥିତିରେ ଶାନ୍ତ ରୁହନ୍ତୁ ମୁଁ ମଧ୍ୟ ପଡ଼ିଆରେ ସେହିଭଳି ଶାନ୍ତ ରହି ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚାହୁଁଛି। ବିଶେଷ କରି ବିଜୟ ଲକ୍ଷ୍ୟକୁ ପିଛା କରୁଥିବାବେଳେ ଧୋନିଙ୍କ ଭଳି ଫିନିଶର ଭୂମିକା ତୁଲାଇବାକୁ ବ୍ୟଗ୍ର।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe