Advertisment

ଅଷ୍ଟ୍ରେଲିଆକୁ ଶକ୍ତ ଝଟ୍‌କା, ଡେଭିଡ୍ ୱାର୍ଣ୍ଣର୍ ଆଉଟ୍

ସିଡନୀ: ଭାରତ ବିପକ୍ଷ ସୀମିତ ଓଭର ସିରିଜରେ ଅଷ୍ଟ୍ରେଲିଆକୁ ବଡ଼ ଝଟକା ଲାଗିଛି। ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର୍ ଆହତ କାରଣରୁ ତୃତୀୟ ଦିନିକିଆ ଓ ଟି-୨୦ ସିରିଜରୁ ଓହରିଯାଇଛନ୍ତି। ଜବରଦସ୍ତ ଫର୍ମରେ ଥିବା ୱାର୍ଣ୍ଣର୍ ପ୍ରଥମ ଦୁଇଟି ମ୍ୟାଚରେ ଯଥାକ୍ରମେ ୬୯ ଓ ୮୩ ରନ୍ କରିଥିଲେ। ଦ୍ୱିତୀୟ ଦିନିକିଆରେ ଫିଲ୍ଡିଂ କରୁଥିବା ବେଳେ ୱାର୍ଣ୍ଣରଙ୍କୁ ଆଘାତ ଲାଗିଥିଲା। ତେବେ ପରେ ସ୍କାନରୁ ଜଣାପଡ଼ିଛି ତାଙ୍କ ଜଙ୍ଘରେ ଆଘାତ ଲାଗିଛି। ଡାକ୍ତର ୱାର୍ଣ୍ଣରଙ୍କୁ ଏବେ […]

author-image
Ranjit Kumar Jena
ଅଷ୍ଟ୍ରେଲିଆକୁ ଶକ୍ତ ଝଟ୍‌କା, ଡେଭିଡ୍ ୱାର୍ଣ୍ଣର୍ ଆଉଟ୍

warner

ସିଡନୀ: ଭାରତ ବିପକ୍ଷ ସୀମିତ ଓଭର ସିରିଜରେ ଅଷ୍ଟ୍ରେଲିଆକୁ ବଡ଼ ଝଟକା ଲାଗିଛି। ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର୍ ଆହତ କାରଣରୁ ତୃତୀୟ ଦିନିକିଆ ଓ ଟି-୨୦ ସିରିଜରୁ ଓହରିଯାଇଛନ୍ତି। ଜବରଦସ୍ତ ଫର୍ମରେ ଥିବା ୱାର୍ଣ୍ଣର୍ ପ୍ରଥମ ଦୁଇଟି ମ୍ୟାଚରେ ଯଥାକ୍ରମେ ୬୯ ଓ ୮୩ ରନ୍ କରିଥିଲେ।

Advertisment

ଦ୍ୱିତୀୟ ଦିନିକିଆରେ ଫିଲ୍ଡିଂ କରୁଥିବା ବେଳେ ୱାର୍ଣ୍ଣରଙ୍କୁ ଆଘାତ ଲାଗିଥିଲା। ତେବେ ପରେ ସ୍କାନରୁ ଜଣାପଡ଼ିଛି ତାଙ୍କ ଜଙ୍ଘରେ ଆଘାତ ଲାଗିଛି। ଡାକ୍ତର ୱାର୍ଣ୍ଣରଙ୍କୁ ଏବେ ବିଶ୍ରାମ ପାଇଁ ପରାମର୍ଶ ଦେଇଛନ୍ତି। ତାଙ୍କ ସ୍ଥାନରେ ଡାର୍ସି ଶର୍ଟଙ୍କୁ ଟି-୨୦ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ସ୍କ୍ୱାଡରେ ସାମିଲ୍ କରାଯାଇଛି।

ସେହିପରି କ୍ରିକେଟ୍ ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ପ୍ୟାଟ୍ କମିନ୍ସଙ୍କୁ ବିଶ୍ରାମ ଦେଇଛି। ଏ ନେଇ ଅଷ୍ଟ୍ରେଲିଆ ଟିମର ମୁଖ୍ୟ କୋଚ୍ ଜଷ୍ଟିନ୍ ଲାଙ୍ଗର କହିଛନ୍ତି, ସୀମିତ ଓଭର ସିରିଜ୍ ଅପେକ୍ଷା ଆମ ପାଇଁ ଟେଷ୍ଟ ସିରିଜ୍ ବହୁତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଟେଷ୍ଟ ସିରିଜ୍ ପୂର୍ବରୁ ତାଙ୍କୁ ମ୍ୟାନେଜମେଣ୍ଟ ବିଶ୍ରାମ ଦେବା ପାଇଁ ନିଷ୍ପତ୍ତି ନେଇଛି।

Advertisment