warner
ସିଡନୀ: ଭାରତ ବିପକ୍ଷ ସୀମିତ ଓଭର ସିରିଜରେ ଅଷ୍ଟ୍ରେଲିଆକୁ ବଡ଼ ଝଟକା ଲାଗିଛି। ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର୍ ଆହତ କାରଣରୁ ତୃତୀୟ ଦିନିକିଆ ଓ ଟି-୨୦ ସିରିଜରୁ ଓହରିଯାଇଛନ୍ତି। ଜବରଦସ୍ତ ଫର୍ମରେ ଥିବା ୱାର୍ଣ୍ଣର୍ ପ୍ରଥମ ଦୁଇଟି ମ୍ୟାଚରେ ଯଥାକ୍ରମେ ୬୯ ଓ ୮୩ ରନ୍ କରିଥିଲେ।
ଦ୍ୱିତୀୟ ଦିନିକିଆରେ ଫିଲ୍ଡିଂ କରୁଥିବା ବେଳେ ୱାର୍ଣ୍ଣରଙ୍କୁ ଆଘାତ ଲାଗିଥିଲା। ତେବେ ପରେ ସ୍କାନରୁ ଜଣାପଡ଼ିଛି ତାଙ୍କ ଜଙ୍ଘରେ ଆଘାତ ଲାଗିଛି। ଡାକ୍ତର ୱାର୍ଣ୍ଣରଙ୍କୁ ଏବେ ବିଶ୍ରାମ ପାଇଁ ପରାମର୍ଶ ଦେଇଛନ୍ତି। ତାଙ୍କ ସ୍ଥାନରେ ଡାର୍ସି ଶର୍ଟଙ୍କୁ ଟି-୨୦ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ସ୍କ୍ୱାଡରେ ସାମିଲ୍ କରାଯାଇଛି।
ସେହିପରି କ୍ରିକେଟ୍ ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ପ୍ୟାଟ୍ କମିନ୍ସଙ୍କୁ ବିଶ୍ରାମ ଦେଇଛି। ଏ ନେଇ ଅଷ୍ଟ୍ରେଲିଆ ଟିମର ମୁଖ୍ୟ କୋଚ୍ ଜଷ୍ଟିନ୍ ଲାଙ୍ଗର କହିଛନ୍ତି, ସୀମିତ ଓଭର ସିରିଜ୍ ଅପେକ୍ଷା ଆମ ପାଇଁ ଟେଷ୍ଟ ସିରିଜ୍ ବହୁତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଟେଷ୍ଟ ସିରିଜ୍ ପୂର୍ବରୁ ତାଙ୍କୁ ମ୍ୟାନେଜମେଣ୍ଟ ବିଶ୍ରାମ ଦେବା ପାଇଁ ନିଷ୍ପତ୍ତି ନେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/11/warner-1.jpg)