Advertisment

ବକ୍ସିଂ ଡେ’ ଟେଷ୍ଟରୁ ୱାର୍ଣ୍ଣରଙ୍କ ସହ ଏହି ଖେଳାଳି ଆଉଟ

ମେଲବର୍ଣ୍ଣ: ଭାରତ ବିପକ୍ଷ ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ବକ୍ସିଂ ଡେ’ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆକୁ ଝଟକା ଲାଗିଛି। ଆହତ ଯୋଗୁ ଦଳର ନିୟମିତ ଓପନର ଡାଭିଡ ୱାର୍ଣ୍ଣର ବକ୍ସିଂ ଡେ’ ଟେଷ୍ଟରେ ଖେଳିବେ ନାହିଁ। ଆହତ ଯୋଗୁ ସେ ଭାରତ ବିପକ୍ଷ ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ମଧ୍ୟ ଖେଳି ନଥିଲେ। କୁହାଯାଉଥିଲା ଯେ ୱାର୍ଣ୍ଣର ବକ୍ସିଂ ଡେ’ ଟେଷ୍ଟ ପୂର୍ବରୁ ଫିଟ୍‌ ହୋଇଯିବେ। ହେଲେ ଏବେ ମିଳିଥିବା ଖବର ଅନୁଯାୟୀ, ସେ […]

author-image
Hemant Lenka
ଅଦ୍ୟତନ ହୋଇଛି
ବକ୍ସିଂ ଡେ’ ଟେଷ୍ଟରୁ ୱାର୍ଣ୍ଣରଙ୍କ ସହ ଏହି ଖେଳାଳି ଆଉଟ

d

ମେଲବର୍ଣ୍ଣ: ଭାରତ ବିପକ୍ଷ ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ବକ୍ସିଂ ଡେ’ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆକୁ ଝଟକା ଲାଗିଛି। ଆହତ ଯୋଗୁ ଦଳର ନିୟମିତ ଓପନର ଡାଭିଡ ୱାର୍ଣ୍ଣର ବକ୍ସିଂ ଡେ’ ଟେଷ୍ଟରେ ଖେଳିବେ ନାହିଁ। ଆହତ ଯୋଗୁ ସେ ଭାରତ ବିପକ୍ଷ ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ମଧ୍ୟ ଖେଳି ନଥିଲେ।

Advertisment

କୁହାଯାଉଥିଲା ଯେ ୱାର୍ଣ୍ଣର ବକ୍ସିଂ ଡେ’ ଟେଷ୍ଟ ପୂର୍ବରୁ ଫିଟ୍‌ ହୋଇଯିବେ। ହେଲେ ଏବେ ମିଳିଥିବା ଖବର ଅନୁଯାୟୀ, ସେ ଆହତ ସମସ୍ୟାରୁ ସାମାନ୍ୟ ମୁକୁଳିଥିଲ ହେଁ ବାଓ ବବଲ୍ସ ପ୍ରୋଟକଲ ଯୋଗୁ ବକ୍ସିଂ ଡେ’ ଟେଷ୍ଟରୁ ବାଦ ପଡ଼ିଛନ୍ତି। କେବଳ ୱାର୍ଣ୍ଣର ନୁହନ୍ତି, ଦ୍ରୁତ ବୋଲର ସେନ ଆବୋଟ ମଧ୍ୟ ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ ଖେଳିବେ ନାହିଁ।

ଉଭୟ ୱାର୍ଣ୍ଣର ଓ ଆବୋଟ ସିଡନୀରେ ରହିଛନ୍ତି। ସେଠାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି। ଉଭୟ ସ୍କ୍ୱାଡ୍‌ରେ ସାମିଲ ହେବା ପୂର୍ବରୁ ପ୍ରଥମେ କ୍ୱାରେଣ୍ଟାଇନରେ ରହିବେ। ଏହାପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଟିମ ପାଇଁ ଗଠିତ ବାଓ ବବଲ୍ସରେ ସାମିଲ କରାଯିବ।

Advertisment

ସୂଚନା ଅନୁସାରେ, ଜାନୁଆରୀ ୭ରୁ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟ ସୁଦ୍ଧା ଉଭୟ ଟିମର ବାଓ ବବଲ୍ସରେ ପ୍ରବେଶ କରିବେ। ଏହି ମ୍ୟାଚ୍‌ଟି ସିଡ୍‌ନୀରେ ହିଁ ଖେଳାଯିବ। ଏହାକୁ ଦୃଷ୍ଟିରେ ରଖି କ୍ରିକେଟ ଅଷ୍ଟ୍ରେଲିଆ ୱାର୍ଣ୍ଣର କିମ୍ବା ଆବୋଟଙ୍କ ବଦଳ ଖେଳାଳି ଭାବେ କାହା ନାଁ ଘୋଷଣା କରିନାହିଁ।

ଅନ୍ୟପକ୍ଷରେ ୱାର୍ଣ୍ଣରଙ୍କ ଅନୁପସ୍ଥିତିରେ ବକ୍ସିଂ ଡେ’ ଟେଷ୍ଟରେ ମାଥ୍ୟୁ ୱେଡ ଓ ଜୋ ବ୍ରୁନ୍ସ ଓପନ କରିବେ। ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୧-୦ରେ ଆଗରେ ରହିଛି। ସିରିଜକୁ କମବ୍ୟାକ୍‌ କରିବାକୁ ହେଲେ ଭାରତକୁ ମେଲବର୍ଣ୍ଣରେ ଜିତିବାକୁ ପଡ଼ିବ।

ଅଧିକ ପଢ଼ନ୍ତୁ : ବାହା ହେଲେ ଚହଲ୍, ଜାଣନ୍ତୁ କନ୍ୟା କିଏ?

Cricket