Advertisment

କୋଲକାତା ବିଦା, ମୁମ୍ବାଇକୁ ହରାଇ ପ୍ଲେ-ଅଫରେ ହାଇଦ୍ରାବାଦ

ଶାରଜା: ଠିକଣା ବେଳେ ଦମଦର ପ୍ରଦର୍ଶନ କରିଛି ସନରାଇଜର୍ସ ହାଇଦ୍ରାବାଦ। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମଷ୍ଟ ୱିନ୍‌ ଗେମ୍‌ରେ ହାଇଦ୍ରାବାଦ ଚମତ୍କାର ବିଜୟ ହାସଲ କରି ଚଳିତ ଆଇପିଏଲରେ ପ୍ଲେ-ଅଫ ଟିକେଟ ହାସଲ କରିଛି। ହାଇଦ୍ରାବାଦ ବିଜୟ ଲାଭ କରିବାରୁ କୋଲକାତା ନାଇଟ ରାଇଡର୍ସର ଚଳିତ ବର୍ଷ ଆଇପିଏଲ ଅଭିଯାନ ଶେଷ ହୋଇଛି। ହାଇଦ୍ରାବାଦ ହାରିଥିଲେ କୋଲକତା ପ୍ଲେ-ଅଫ ଖେଳିବାର ଯୋଗ୍ୟତା ପାଇ ଥାଆନ୍ତା। ହାଇଦ୍ରାବାଦ ଏବେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଆସନ୍ତା […]

କୋଲକାତା ବିଦା, ମୁମ୍ବାଇକୁ ହରାଇ ପ୍ଲେ-ଅଫରେ ହାଇଦ୍ରାବାଦ

df

Advertisment

ଶାରଜା: ଠିକଣା ବେଳେ ଦମଦର ପ୍ରଦର୍ଶନ କରିଛି ସନରାଇଜର୍ସ ହାଇଦ୍ରାବାଦ। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମଷ୍ଟ ୱିନ୍‌ ଗେମ୍‌ରେ ହାଇଦ୍ରାବାଦ ଚମତ୍କାର ବିଜୟ ହାସଲ କରି ଚଳିତ ଆଇପିଏଲରେ ପ୍ଲେ-ଅଫ ଟିକେଟ ହାସଲ କରିଛି। ହାଇଦ୍ରାବାଦ ବିଜୟ ଲାଭ କରିବାରୁ କୋଲକାତା ନାଇଟ ରାଇଡର୍ସର ଚଳିତ ବର୍ଷ ଆଇପିଏଲ ଅଭିଯାନ ଶେଷ ହୋଇଛି।

Advertisment

ହାଇଦ୍ରାବାଦ ହାରିଥିଲେ କୋଲକତା ପ୍ଲେ-ଅଫ ଖେଳିବାର ଯୋଗ୍ୟତା ପାଇ ଥାଆନ୍ତା। ହାଇଦ୍ରାବାଦ ଏବେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଆସନ୍ତା ୬ ତାରିଖରେ ପ୍ରଥମ ଏଲିମିନେଟର ଖେଳିବ। ସେହିପରି ୫ ତାରିଖରେ ମୁମ୍ବାଇ ଓ ଦିଲ୍ଲୀ ମଧ୍ୟରେ ପ୍ରଥମ କ୍ୱାଲିଫାୟର ଖେଳାଯିବ। ଏହି ମ୍ୟାଚ୍‌ରେ ଯେଉଁ ଦଳ ଜିତିବ ସିଧାସଳଖ ଫାଇନାଲକୁ ଯିବ। ପରାସ୍ତ ହୋଇଥିବା ଦଳ ହାଇଦ୍ରାବାଦ ଓ ବାଙ୍ଗାଲୋର ମଧ୍ୟରେ ଯିଏ ଜିତିବ, ତାହା ସହ ଦ୍ୱିତୀୟ କ୍ୱାଲିଫାୟର ଖେଳିବ।

ଆଜିର ମ୍ୟାଚ୍‌କୁ ବିଚାରକୁ ନେଲେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୧୪୯ ରନ୍‌ କରିଥିଲା। ଏହାର ଜବାବରେ ହାଇଦ୍ରାବାଦ ବିନା କୌଣସି ୱିକେଟ ହରାଇ ୧୭ ବଲ୍‌ ପୂର୍ବରୁ ବିଜୟ ଲକ୍ଷ ହାସଲ କରି ନେଇଛି।

Advertisment

ହାଇଦ୍ରାବାଦର ଦୁଇ ଓପନର ଆରମ୍ଭରୁ ହିଁ ବେଶ ରକ୍ଷଣଶୀଳ ଭାବେ ବ୍ୟାଟିଂ କରିଥିଲେ। ପୂରା ଇଂନିସର ଗୋଟିଏ ବି ଓଭରେ ମୁମ୍ବାଇ ବୋଲରମାନେ ହାଇଦ୍ରାବାଦ ଉପରେ ପ୍ରଭାବ ବିସ୍ତାର କରିପାରି ନଥିଲେ। ଅଧିନାୟକ ଡେଭିଡ ୱାର୍ଣ୍ଣର ଶେଷ ଯାଏ ୫୮ ବଲରେ ୮୫ ଓ ରିଦ୍ଧିମାନ ସାହା ୪୫ ବଲରେ ୫୮ ରନ୍‌ କରି ଅପରାଜିତ ରହିଥିଲେ।

ଉଭୟ ପ୍ରଥମ ୱିକେଟରେ ୧୫୦ ରନ୍‌ ଯୋଡ଼ି ରେକର୍ଡ ମଧ୍ୟ କରିଛନ୍ତି। ୧୮ ବଲରୁ ଦଳକୁ ଜିତିବା ପାଇଁ ୩ ରନ୍‌ ଦରକାର ଥିବା ବେଳେ ୱାର୍ଣ୍ଣର ଚୌକା ମାରି ଦଳକୁ ବିଜୟ କରାଇଥିଲେ। ଏହି ଚମତ୍କାର ବିଜୟ ସହ ହାଇଦ୍ରାବାଦ ପ୍ଲେ-ଅଫ‍ ଟିକେଟ ମଧ୍ୟ ପାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଶାରଜା ଗ୍ରାଉଣ୍ଡରେ ମୁମ୍ବାଇ ପ୍ରତିପକ୍ଷ ଚେନ୍ନାଇକୁ ୧୦ ୱିକେଟରେ ହରାଇଥିଲା। ଆଜି ସେହି ଶାରଜାରେ ହାଇଦ୍ରାବାଦ ପ୍ରତିପକ୍ଷ ମୁମ୍ବାଇକୁ ୧୦ ୱିକେଟରେ ହରାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe