Advertisment

ଟି-୨୦ ରାଙ୍କିଙ୍ଗ୍: ବାବରଙ୍କୁ ପଛରେ ପକାଇ ମଲାନ୍ ନୂଆ ନମ୍ବର ଓ୍ୱାନ୍

ନୂଆଦିଲ୍ଲୀ: ପାକିସ୍ତାନୀ ତାରକା ତଥା ଦଳର ଟି-୨୦ ଅଧିନାୟକ ବାବର ଆଜମଙ୍କୁ ପଛରେ ପକାଇ ସଦ୍ୟ ପ୍ରକାଶିତ ଆଇସିସି ଟି-ଟ୍ୱେଣ୍ଟି ରାଙ୍ଗିଙ୍ଗରେ ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି ବାମହାତୀ ଇଂଲିଶ କ୍ରିକେଟର୍ ଡାୱିଡ୍ ମଲାନ୍। ମଙ୍ଗଳବାର ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ମଲାନଙ୍କ ସ୍ଥିର ଓ ଦମଦାର ପ୍ରଦର୍ଶନ ଯୋଗୁ ଇଂଲଣ୍ଡ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌କୁ ୨-୧ରେ କବଜା କରିଛି। ଏହି ସିରିଜର ତିନିଟି ପାଳିରେ ମଲାନ୍ ଗୋଟିଏ ଅର୍ଦ୍ଧଶତକ ସହ ସମୁଦାୟ […]

author-image
Subrat Kumar Nayak
ଟି-୨୦ ରାଙ୍କିଙ୍ଗ୍: ବାବରଙ୍କୁ ପଛରେ ପକାଇ ମଲାନ୍ ନୂଆ ନମ୍ବର ଓ୍ୱାନ୍

Dawid

ନୂଆଦିଲ୍ଲୀ: ପାକିସ୍ତାନୀ ତାରକା ତଥା ଦଳର ଟି-୨୦ ଅଧିନାୟକ ବାବର ଆଜମଙ୍କୁ ପଛରେ ପକାଇ ସଦ୍ୟ ପ୍ରକାଶିତ ଆଇସିସି ଟି-ଟ୍ୱେଣ୍ଟି ରାଙ୍ଗିଙ୍ଗରେ ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି ବାମହାତୀ ଇଂଲିଶ କ୍ରିକେଟର୍ ଡାୱିଡ୍ ମଲାନ୍। ମଙ୍ଗଳବାର ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ମଲାନଙ୍କ ସ୍ଥିର ଓ ଦମଦାର ପ୍ରଦର୍ଶନ ଯୋଗୁ ଇଂଲଣ୍ଡ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌କୁ ୨-୧ରେ କବଜା କରିଛି। ଏହି ସିରିଜର ତିନିଟି ପାଳିରେ ମଲାନ୍ ଗୋଟିଏ ଅର୍ଦ୍ଧଶତକ ସହ ସମୁଦାୟ ୧୨୯ ରନ୍‌ କରିଥିଲେ।

Advertisment

ଅନ୍ୟପକ୍ଷରେ ଏହି ସିରିଜ୍ ପୂର୍ବରୁ ଶେଷ ହୋଇଥିବା ପାକିସ୍ତାନ-ଇଂଲଣ୍ଡ ଟି-୨୦ ସିରିଜରେ ଅଧିନାୟକ ବାବର ଆଜମଙ୍କ ପ୍ରଦର୍ଶନ ସେମିତି ଆଖିଦୃଶିଆ ନଥିଲା। ତେବେ ଆଜମ୍ ଏବେ ମଲାନଙ୍କ ପଛକୁ ଦୁଇ ନମ୍ବର ସ୍ଥାନରେ ଅଛନ୍ତି। ଅଷ୍ଟ୍ରେଲୀୟ ଅଧିନାୟକ ଆରୋନ୍ ଫିଞ୍ଚ ତୃତୀୟ ସ୍ଥାନରେ ଅପରିବର୍ତ୍ତିତ ଥିବାବେଳେ ଭାରତୀୟ ଟପ୍ ଅର୍ଡର ବ୍ୟାଟସମ୍ୟାନ୍ କେଏଲ୍ ରାହୁଲ ରାଙ୍କିଙ୍ଗର ଚତୁର୍ଥ ସ୍ଥାନକୁ ଖସି ଆସିଛନ୍ତି।

ବୋଲିଂରେ ଆଫଗାନୀ ଲେଗ୍ ସ୍ପିନର୍ ରସିଦ୍ ଖାନ୍ ଏକ ନମ୍ବର ସ୍ଥାନ କାଏମ ରଖିଥିବାବେଳେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର୍ କେନ୍ ରିଚାର୍ଡସନ୍ ପ୍ରଥମ ଥର ପାଇଁ ଟପ୍ ଟେନ୍ ତାଲିକାକୁ ଆସିଛନ୍ତି। ରିଚାର୍ଡସନ୍ ଦଶମ ସ୍ଥାନରେ ଅଛନ୍ତି। ସେହିଭଳି ଅଲରାଉଣ୍ଡର ତାଲିକାରେ ଆଫଗାନସ୍ତାନର ମହମ୍ମଦ ନବୀ ଏକ ନମ୍ବରରେ ଥିବାବେଳେ ଗ୍ଲେନ୍ ମ୍ୟାକ୍ସୱେଲ୍ ଇଂଲଣ୍ଡ ସିରିଜର ପ୍ରଦର୍ଶନ ବଳରେ ଦ୍ୱିତୀୟ ସ୍ଥାନ ଦଖଲ କରିଛନ୍ତି।

Advertisment

ଇଂଲଣ୍ଡ ବିପକ୍ଷ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ହାରିବା ପରେ ଆରୋନ୍ ଫିଞ୍ଚଙ୍କ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରୁ ଖସି ବିପଦରେ ପଡ଼ିଥିଲେ ହେଁ ଅନ୍ତିମ ତଥା ତୃତୀୟ ମ୍ୟାଚ୍ ଜିତି ପୁଣି ଟପ୍ ୱାନକୁ ଫେରିଛି।