Advertisment

ଆରସିବିକୁ ସାଙ୍ଗରେ ନେଇ ପ୍ଲେ-ଅଫକୁ ଗଲା ଦିଲ୍ଲୀ

ଅବୁଧାବି: ମ୍ୟାଚ୍‌ ହାରିବା ସତ୍ତ୍ୱେ ପ୍ଲେ-ଅଫକୁ ଯାଇଛି ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଦିଲ୍ଲୀ କ୍ୟାପିଟାଲ୍ସ ଆଜିର ମ୍ୟାଚ୍‌ରେ ଆରସିବିକୁ ୪ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଦିଲ୍ଲୀ ଦ୍ୱିତୀୟ ଦଳ ଭାବେ ପ୍ଲେ ଅଫକୁ ଯାଇଛି। ଏହାର ଅର୍ଥ ଚଳିତ ଆଇପିଏଲରେ ପ୍ରଥମ ପ୍ଲେଅଫ ମୁମ୍ବାଇ ଓ ଦିଲ୍ଲୀ ମଧ୍ୟରେ ହେବ। ସେହିପରି ଯଦି ଆସନ୍ତାକାଲି ମୁମ୍ବାଇ ଠାରୁ ହାଇଦ୍ରାବାଦ ପରାସ୍ତ ହୋଇଯିବ, ତା’ହେଲେ ୪ର୍ଥ ଦଳ ଭାବେ କୋଲକାତା ପ୍ଲେଅଫକୁ […]

author-image
Hemant Lenka
ଅଦ୍ୟତନ ହୋଇଛି
ଆରସିବିକୁ ସାଙ୍ଗରେ ନେଇ ପ୍ଲେ-ଅଫକୁ ଗଲା ଦିଲ୍ଲୀ

gi

ଅବୁଧାବି: ମ୍ୟାଚ୍‌ ହାରିବା ସତ୍ତ୍ୱେ ପ୍ଲେ-ଅଫକୁ ଯାଇଛି ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଦିଲ୍ଲୀ କ୍ୟାପିଟାଲ୍ସ ଆଜିର ମ୍ୟାଚ୍‌ରେ ଆରସିବିକୁ ୪ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଦିଲ୍ଲୀ ଦ୍ୱିତୀୟ ଦଳ ଭାବେ ପ୍ଲେ ଅଫକୁ ଯାଇଛି।

Advertisment

ଏହାର ଅର୍ଥ ଚଳିତ ଆଇପିଏଲରେ ପ୍ରଥମ ପ୍ଲେଅଫ ମୁମ୍ବାଇ ଓ ଦିଲ୍ଲୀ ମଧ୍ୟରେ ହେବ। ସେହିପରି ଯଦି ଆସନ୍ତାକାଲି ମୁମ୍ବାଇ ଠାରୁ ହାଇଦ୍ରାବାଦ ପରାସ୍ତ ହୋଇଯିବ, ତା’ହେଲେ ୪ର୍ଥ ଦଳ ଭାବେ କୋଲକାତା ପ୍ଲେଅଫକୁ ଯିବ।

ଆଜିର ମ୍ୟାଚ୍‌ରେ ପ୍ରଥମ ବ୍ୟାଟିଂ କରି ଆରସିବି ୧୫୨ ରନ୍‌ କରିଥିଲା। ଏହାର ଜବାବରେ ଦିଲ୍ଲୀ ୬ଟି ବଲ୍‌ ପୂର୍ବରୁ ୪ ୱିକେଟ ହରାଇ ୧୫୪ ରନ୍‌ କରି ନେଇଛି। ଦିଲ୍ଲୀ ପକ୍ଷରୁ ଅଜିଙ୍କ୍ୟ ରାହଣେ ସର୍ବାଧିକ ୬୦ ରନ୍‌ କରିଥିବା ବେଳେ ଶିଖର ଧୱନ ୫୪ ରନ୍‌ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୃଥ୍ୱୀ ଶ’ ୯ ଓ ଶ୍ରେୟସ ଆୟର ୭ ରନ କରି ଆଉଟ ହୋଇଛନ୍ତି।

Advertisment

ମାର୍କସ ଷ୍ଟୋଇନିସ ୧୦ ଓ ରିଷଭ ପନ୍ତ ୮ ରନ୍‌ କରି ଅପରାଜିତ ରହିଥିଲେ। ଆରସିବି ପକ୍ଷରୁ ଶହବାଜ ଅହମଦ ୨ଟି ୱିକେଟ ନେଇଥିବା ବେଳେ ମହମ୍ମଦ ଶିରାଜ ଓ ୱାଶିଂଟନ ସୁନ୍ଦର ଗୋଟିଏ ୱିକେଟ ନେଇଛନ୍ତି।

ଆହୁରି ପଢ଼ନ୍ତୁ : ଗୁଜବ ମୃତ୍ୟୁ ଖବରକୁ ଖଣ୍ଡନ କଲେ ଖୋଦ୍ କପିଲ୍‌ ଦେବ

Cricket Ipl 2020