Advertisment

ଡେବ୍ୟୁ ମ୍ୟାଚ୍‌ରେ ଆଖି ଲାଖିଗଲା ଭଳି କ୍ୟାଚ୍ ଧରିଲେ ଇମରାନ

ଇସଲାମାବାଦ: ପାକିସ୍ତାନ ବ୍ୟାଟସମ୍ୟାନ ଇମରାନ ଭଟ୍ଟ ତାଙ୍କ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଚମକିଛନ୍ତି। ସେ ଏମିତି ଏକ କ୍ୟାଚ୍‌ ଧରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଆଜି ସେ ଏହି ଚମତ୍କାର କ୍ୟାଚ୍‌ ଧରିଛନ୍ତି। ପାକିସ୍ତାନ ଦ୍ରୁତ ବୋଲର ଶାହୀନ ଆଫ୍ରିଦି ଦକ୍ଷିଣ ଆଫ୍ରିକାର ଡାହଣହାତୀ ବ୍ୟାଟସମ୍ୟାନ ଆଇଡେନ ମକରମଙ୍କୁ ଗୋଟିଏ ଗୁଡଲେନ୍ଥରେ ବଲ ପକାଇଥିଲେ। ଏହା ତାଙ୍କ ବ୍ୟାଟ୍‌ର […]

author-image
Hemant Lenka
ଅଦ୍ୟତନ ହୋଇଛି
ଡେବ୍ୟୁ ମ୍ୟାଚ୍‌ରେ ଆଖି ଲାଖିଗଲା ଭଳି କ୍ୟାଚ୍ ଧରିଲେ ଇମରାନ

v

ଇସଲାମାବାଦ: ପାକିସ୍ତାନ ବ୍ୟାଟସମ୍ୟାନ ଇମରାନ ଭଟ୍ଟ ତାଙ୍କ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଚମକିଛନ୍ତି। ସେ ଏମିତି ଏକ କ୍ୟାଚ୍‌ ଧରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଆଜି ସେ ଏହି ଚମତ୍କାର କ୍ୟାଚ୍‌ ଧରିଛନ୍ତି।

Advertisment

ପାକିସ୍ତାନ ଦ୍ରୁତ ବୋଲର ଶାହୀନ ଆଫ୍ରିଦି ଦକ୍ଷିଣ ଆଫ୍ରିକାର ଡାହଣହାତୀ ବ୍ୟାଟସମ୍ୟାନ ଆଇଡେନ ମକରମଙ୍କୁ ଗୋଟିଏ ଗୁଡଲେନ୍ଥରେ ବଲ ପକାଇଥିଲେ। ଏହା ତାଙ୍କ ବ୍ୟାଟ୍‌ର ଆଉଟସାଇଟ୍‌ ଏଡଜ ନେଇଥିଲା। ବଲଟି ପ୍ରଥମ ସ୍ଲିପ୍‌ର ଆଗରେ ପଡ଼ିବାକୁ ଯାଉଥିଲେ ହେଁ ଦ୍ୱିତୀୟ ସ୍ଲିପରେ ଫିଲ୍ଡିଂ କରିଥିବା ଇମରାନ ବେଶ ଚମତ୍କାର ଢଙ୍ଗରେ ନିଜ ବାମ ପଟକୁ ଜମ୍ପ କରି ଧରି ପକାଇଥିଲେ। ଫଳରେ ମକରମଙ୍କୁ ପ୍ୟାଭିଲିୟନ ଫେରିବାକୁ ପଡ଼ିଥିଲା। ଏହି ସୁନ୍ଦର କ୍ୟାଚ୍‌ର ଭିଡିଓକୁ ଆଇସିସି ଟ୍ୱିଟ କରିଛି।

Advertisment


ଅନ୍ୟପକ୍ଷରେ ପାକିସ୍ତାନ ପକ୍ଷରୁ ଆଉ ଜଣେ ଡେବ୍ୟୁଟାଣ୍ଟ ନଉମାନ ଅଲୀ ମଧ୍ୟ ଦୁଇଟି ୱିକେଟ ଦଖଲ କରି ନିଜର ଦବଦବା ଦେଖାଇଛନ୍ତି। ମ୍ୟାଚ୍‌ କଥା ବିଚାରକୁ ନେଲେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଦକ୍ଷିଣ ଆଫ୍ରିକା ମାତ୍ର ୨୨୦ ରନ୍‌ରେ ଅଲଆଉଟ ହୋଇଯାଇଛି। ଦଳ ପକ୍ଷରୁ ଡିନ ଏଲଗାର ସର୍ବାଧିକ ୫୮ ରନ୍‌ କରିଥିବା ବେଳେ ସ୍ପିନର ଜର୍ଜ ଲିଣ୍ଡେ ୩୫ ରନ୍‌ କରିଛନ୍ତି।

ପାକିସ୍ତାନ ପ୍ରଥମ ଇନିଂସ୍‌ରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଷ୍ଟମ୍ପ ଅପସାରଣ ବେଳକୁ ପାକିସ୍ତାନ ୪ ୱିକେଟ ହରାଇ ମାତ୍ର ୩୩ ରନ୍‌ କରିଛି।