Advertisment

ଦୀପ ଗ୍ରେସ ଏକ୍କାଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା

ସୁନ୍ଦରଗଡ଼ ଜିଲ୍ଲା ଲୁଲକିଡିହିର ୨୮ ବର୍ଷୀୟା ଦୀପ ଗ୍ରେସ ଏକ୍କା ୨୦୧୧ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ।

author-image
Jitendra Garnayak
Deep Grace Ekka

Deep Grace Ekka

ହକି ଖେଳାଳି ଦୀପ ଗ୍ରେସ ଏକ୍କାଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶନିବାର ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ବ୍ରୋଞ୍ଜ ପଦକ ଜିତିବା ପରେ ମୁଖ୍ୟମନ୍ତ୍ରୀ ଆଜି ଏହି ଘୋଷଣା କରିଛନ୍ତି। ଦୀପ ଗ୍ରେସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ମହିଳା ହକି ଦଳର ସଦସ୍ୟ ଥିଲେ।

Advertisment

ଏହି ସଫଳତା ପାଇଁ ଦୀପ ଗ୍ରେସଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇବା ସହିତ ସେ ରାଜ୍ୟର ଯୁବବର୍ଗ ପାଇଁ ପ୍ରେରଣାର ଉତ୍ସ ବୋଲି କହିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଲୁଲକିଡିହିର ୨୮ ବର୍ଷୀୟା ଦୀପ ଗ୍ରେସ ଏକ୍କା ୨୦୧୧ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ସେ ଏଯାବତ ଭାରତୀୟ ମହିଳା ହକି ଦଳ ପାଇଁ ୨୫୦ରୁ ଅଧିକ ମ୍ୟାଚ୍ ଖେଳି ସାରିଲେଣି। ସେ ୨୦୧୬ ରିଓ ଓ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଖେଳିଥିଲେ।

ଗତକାଲି ଭାରତୀୟ ମହିଳା ହକି ଦଳ ବ୍ରୋଞ୍ଜ ଜିତିବା ପରେ ହକି ଇଣ୍ଡିଆ ଦଳର ସମସ୍ତ ସଦସ୍ୟଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଥିଲା। ସେହିପରି ସପୋର୍ଟ ଷ୍ଟାଫଙ୍କୁ ଦେଢ଼ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଥିଲା।

Advertisment

ଦୀପଗ୍ରେସଙ୍କ ପୂର୍ବରୁ ଏସୀୟ କ୍ରୀଡ଼ାରେ ପଦକ ହାସଲ କରିଥିବା ଆଉ ଦୁଇ ଜଣ ଓଡ଼ିଆ ଖେଳାଳି ଅମିତ ରୋହିଦାସ (ପୁରୁଷ ହକି ଟିମ୍‌ର ସଦସ୍ୟ) ଓ କିଶୋର ଜେନାଙ୍କୁ ଦେଢ଼ କୋଟି ଟଙ୍କା ଲେଖାଏଁ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ହକି ଦଳ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଅମିତ ରୋହିଦାସ ଏହାର ସଦସ୍ୟ ଥିଲେ। ସେହିପରି ଜାଭେଲିନରେ କିଶୋର ଜେନା ରୌପ୍ୟ ପଦକ ଜିତିଛନ୍ତି। ଭାରତୀୟ ପୁରୁଷ ହକି ଟିମ୍‌ର ସମସ୍ତ ସଦସ୍ୟ ଓ ସପୋର୍ଟ ଷ୍ଟାଫଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ।

Hockey Asian Games Deep Grace Ekka