Advertisment

ପଦକ ମ୍ୟାଚରେ ହାରିଲେ ଦୀପକ ପୁନିଆ

ଟୋକିଓ: ଭାରତୀୟ ରେସଲର୍ ଦୀପକ ପୁନିଆ ଟୋକିଓ ଅଲିମ୍ପିକ୍ସର ପୁରୁଷ ଫ୍ରିଷ୍ଟାଇଲ୍ ୮୬ କେଜି ଓଜନ ବର୍ଗର ପଦକ ମୁକାବିଲାରେ ହାରିଯାଇଛନ୍ତି। ସେମିଫାଇନାଲରେ ହାରିଥିବା ଦୀପକ ଆଜି ବ୍ରୋଞ୍ଜ ପଦକ ପାଇଁ ସାନ୍ ମାରିନୋର ମାଇଲ୍ସ ଅମିନଙ୍କୁ ଭେଟିଥିଲେ। କିନ୍ତୁ ଏହି ମୁକାବିଲାରେ ଦୀପକ ୨-୪ ପଏଣ୍ଟରେ ପରାସ୍ତ ହୋଇଛନ୍ତି। ଦୀପକ ବୁଧବାର ଖେଳାଯାଇଥିବା ସେମିଫାଇନାଲରେ ଆମେରିକାର ଡେଭିଡ୍ ଟେଲରଙ୍କ ନିକଟରୁ ୦-୧୦ ପଏଣ୍ଟରେ ପରାସ୍ତ ହୋଇଥିଲେ। କିନ୍ତୁ ଦୀପକଙ୍କ ପାଖରେ ବ୍ରୋଞ୍ଜ ପଦକ ଜିତିବାର ଭଲ […]

ପଦକ ମ୍ୟାଚରେ ହାରିଲେ ଦୀପକ ପୁନିଆ

deepak-punia

Advertisment

ଟୋକିଓ: ଭାରତୀୟ ରେସଲର୍ ଦୀପକ ପୁନିଆ ଟୋକିଓ ଅଲିମ୍ପିକ୍ସର ପୁରୁଷ ଫ୍ରିଷ୍ଟାଇଲ୍ ୮୬ କେଜି ଓଜନ ବର୍ଗର ପଦକ ମୁକାବିଲାରେ ହାରିଯାଇଛନ୍ତି। ସେମିଫାଇନାଲରେ ହାରିଥିବା ଦୀପକ ଆଜି ବ୍ରୋଞ୍ଜ ପଦକ ପାଇଁ ସାନ୍ ମାରିନୋର ମାଇଲ୍ସ ଅମିନଙ୍କୁ ଭେଟିଥିଲେ। କିନ୍ତୁ ଏହି ମୁକାବିଲାରେ ଦୀପକ ୨-୪ ପଏଣ୍ଟରେ ପରାସ୍ତ ହୋଇଛନ୍ତି।

Advertisment

ଦୀପକ ବୁଧବାର ଖେଳାଯାଇଥିବା ସେମିଫାଇନାଲରେ ଆମେରିକାର ଡେଭିଡ୍ ଟେଲରଙ୍କ ନିକଟରୁ ୦-୧୦ ପଏଣ୍ଟରେ ପରାସ୍ତ ହୋଇଥିଲେ। କିନ୍ତୁ ଦୀପକଙ୍କ ପାଖରେ ବ୍ରୋଞ୍ଜ ପଦକ ଜିତିବାର ଭଲ ସୁଯୋଗ ଥିଲା। ହେଲେ ଏଥିରେ ହାରିବା ସହ ତାଙ୍କର ବ୍ରୋଞ୍ଜ ପଦକ ଜିତିବାର ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି।

ବ୍ରୋଞ୍ଜ ପଦକ ମୁକାବିଲାର ପ୍ରଥମ ପିରିୟଡରେ ଦୀପକ ପ୍ରାରମ୍ଭିକ ଦୁଇ ପଏଣ୍ଟ ହାସଲ କରିନେଇଥିଲେ, କିନ୍ତୁ ଅମିନ୍ ମଧ୍ୟ ୧ ପଏଣ୍ଟ ହାସଲ କରିଥିଲେ। ଏହା ସହ ଦୀପକ ପ୍ରଥମ ପିରିୟଡରେ ଅମୀନଙ୍କ ଉପରେ ଭାରୀ ପଡ଼ିଥିଲେ ଏବଂ ୨-୧ର ଲିଡ୍ ହାସଲ କରିଥିଲେ।

Advertisment

ଦ୍ୱିତୀୟ ପିରିୟଡରେ ଅମୀନ କମବ୍ୟାକ୍ କରି ଦୁଇ ପଏଣ୍ଟ ହାସଲ କରି ୩-୨ରେ ଆଗୁଆ ହୋଇଥିଲେ। ଏହା ପରେ ସେ ପୁଣିଥରେ ଦୀପକଙ୍କୁ ଚିତ କରି ୧ ପଏଣ୍ଟ ସଂଗ୍ରହ କରିଥିଲେ ଏବଂ ୪-୨ରର ଅଗ୍ରଣୀ ସହ ମୁକାବିଲାକୁ ଜିତି ବ୍ରୋଞ୍ଜ ପଦକ ନିଜ ନାଁରେ କରିଥିଲେ।

Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe