Deepak Punia
ଚଳିତ ଏସୀୟ କ୍ରୀଡ଼ାରେ କୁସ୍ତିରେ ଭାରତକୁ ମିଳିଛି ପ୍ରଥମ ରୌପ୍ୟ ପଦକ। ଆଜି ଏହି ପଦକ ପାଇଛନ୍ତି ଦୀପକ ପୁନିଆ।
୬୮ କେଜି ଫ୍ରୀଷ୍ଟାଇଲ ଫାଇନାଲରେ ପହଞ୍ଚିଥିଲେ ଦୀପକ। ସ୍ୱର୍ଣ୍ଣ ପଦକ ପାଇଁ ଇରାନର ହାସନ ୟାଜଦାନିଙ୍କ ସହିତ ଲଢ଼ିଥିଲେ ଦୀପକ।
ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ତଥା ୩ ଥର ବିଶ୍ୱ ଚାମ୍ପିୟନ ହୋଇଥିବା ହାସନ ପ୍ରଥମରୁ ଦୀପକଙ୍କୁ ସୁଯୋଗ ଦେଇ ନଥିଲେ। ସେ ୧୦-୦ରେ ଦୀପକଙ୍କୁ ପରାସ୍ତ କରିଥିଲେ।
କୁସ୍ତିରେ ଏଥର ଅମନ ଶେରାୱ, କିରଣ ବିଷ୍ଣୋଇ, ସୋନମ ମଲ୍ଲିକ, ଅନ୍ତିମ ପଙ୍ଘଲ ଓ ସୁନୀଲ କୁମାର ନିଜ ନିଜ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ। ଅନ୍ୟପକ୍ଷରେ ୨୦୨୦ ଟୋକିଓ ଅଲିମ୍ପିକ୍ସରେ କୁସ୍ତିରେ ବ୍ରୋଞ୍ଜ ପଦକ ଜିତିଥିବା ବଜରଙ୍ଗ ପୁନିଆ ଚଳିତ ଏସୀୟ କ୍ରୀଡ଼ାରେ ନିରାଶ କରିଛନ୍ତି। ସେ ବ୍ରୋଞ୍ଜ ପଦକ ମଧ୍ୟ ଜିତିବାକୁ ସକ୍ଷମ ହୋଇନାହାନ୍ତି।
ଭାରତ ୧୦୫ ପଦକ ଜିତିସାରିଥିବା ବେଳେ ତା’ ମଧ୍ୟରେ ରହିଛି ୨୮ଟି ସ୍ୱର୍ଣ୍ଣ, ୩୬ଟି ରୌପ୍ୟ ଓ ୪୧ଟି ବ୍ରୋଞ୍ଜ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1696674770.jpg)