Advertisment

ତୀରନ୍ଦାଜି ବିଶ୍ୱକପ ଫାଇନାଲରେ ୫ମ ରୌପ୍ୟ ପଦ ହାସଲ କଲେ ଦୀପିକା

ଦୀପିକା ୯ମଥର ପାଇଁ ଚଳିତ ବର୍ଷ ବିଶ୍ୱକପ ଫାଇନାଲରେ ନଜର ଆସିଥିଲେ। ସେ ୫ଥର ରୌପ୍ୟ ପଦକ ଜିତିଥିବା ବେଳେ ଗୋଟିଏ ଥର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

Deepika

Deepika

Advertisment

ମେକ୍ସିକୋରେ ଚାଲିଥିବା ତୀରନ୍ଦାଜି ବିଶ୍ୱକପ ଫାଇନାଲ ୨୦୨୪ରେ କମାଲ କରିଛନ୍ତି ଭାରତର ଦୀପିକା କୁମାର। ସେ ବିଶ୍ୱକପ ଫାଇନାଲରେ ହାତେଇଛନ୍ତି ନିଜର ୫ମ ରୌପ୍ୟ ପଦକ। ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ରେ ଦୀପିକା ଚାଇନାର ଲି ଜିଆମନଙ୍କ ଠାରୁ ୦-୬ରେ ହାରିବାରୁ ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

Advertisment

ରିକର୍ଭ ତୀରନ୍ଦାଜ ଭାବେ ସାରା ବିଶ୍ୱରେ ଚହଳ ସୃଷ୍ଟି କରିଥିବା ୩ ବର୍ଷ ପରେ ବିଶ୍ୱକପ ଫାଇନାଲ ଖେଳିବାକୁ ମୈଦାନକୁ ଓହ୍ଲାଇଥିଲେ। ୨୦୨୨ରେ ସେ କନ୍ୟା ସନ୍ତାନର ଜନନୀ ହୋଇଥିଲେ। ଏହାର ପ୍ରାୟ ବର୍ଷକ ପୂର୍ବରୁ ସେ ଖେଳ ଠାରୁ ଦୂରେଇ ଯାଇଥିଲେ। ହେଲେ ଦୀପିକା ଅଲିମ୍ପିକ୍ସ ୨୦୨୪ରୁ ପୁଣି ମୈଦାନକୁ ଓହ୍ଲାଇଥିଲେ। ଏବେ ସେ ବିଶ୍ୱକପ ଫାଇନାଲରେ ରୌପ୍ୟ ପଦକ ହାତେଇଛନ୍ତି।

ଟପ୍‌ ୩ ସିଡ୍‌ ଦୀପିକା ସେମି ଫାଇନାଲରେ ବେଶ ଚତ୍ମକାର ପ୍ରଦର୍ଶନ କରିଥିଲେ। ହେଲେ ସ୍ୱର୍ଣ୍ଣ ପଦକ ମୁକାବିଲାରେ ସେ ସମ୍ଭବତଃ ଚାପ ଅନୁଭବ କରିଥିଲେ। ଫଳରେ ତାଙ୍କୁ ୪ର୍ଥ ସିଡ୍‌ ଜିଆମନଙ୍କ ଠାରୁ ହାରିବାକୁ ପଡ଼ିଥିଲା। ପ୍ୟାରିସ ଅଲିମ୍ପିକ୍ସରେ ଚାଇନା ତୀରନ୍ଦାଜିରେ ଜିତିଥିବା ରୌପ୍ୟ ପଦକ ମହିଳା ଟିମରେ ଜିଆମନ ରହିଥିଲେ।

Advertisment

ଦୀପିକା ୯ମଥର ପାଇଁ ଚଳିତ ବର୍ଷ ବିଶ୍ୱକପ ଫାଇନାଲରେ ନଜର ଆସିଥିଲେ। ସେ ୫ଥର ରୌପ୍ୟ ପଦକ ଜିତିଥିବା ବେଳେ ଗୋଟିଏ ଥର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ତୀରନ୍ଦାଜି ବିଶ୍ୱକପ ଫାଇନାଲରେ ଏକମାତ୍ର ଭାରତୀୟ ଭାବେ ଡୋଲା ବାନାର୍ଜୀ ୨୦୦୭ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେବେଠାରୁ ଭାରତ କେବେ ବି ସ୍ୱର୍ଣ୍ଣ ପଦକ ହାସଲ କରିପାରି ନାହିଁ। ଦୀପିକା ୫ଥର ଫାଇନାଲକୁ ଯାଇଥିଲେ ହେଁ ଏଯାଏ ସ୍ୱର୍ଣ୍ଣ ହାତେଇ ପାରି ନାହାନ୍ତି।

ଅନ୍ୟପକ୍ଷରେ ପୁରୁଷ ରିକର୍ଭ ଇଭେଣ୍ଟରେ ଭାରତର ଧୀରଜ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ତାଙ୍କର ମୁକାବିଲା ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଦକ୍ଷିଣ କୋରିଆର ଲି ୱ ସେଓକଙ୍କ ସହ ହୋଇଥିଲା। ଏକଦା ଧୀରଜ ୪-୨ରେ ଆଗରେ ରହିଥିଲେ। କିନ୍ତୁ ଲି କମବ୍ୟାକ କରିବ ଧୀରଜଙ୍କୁ ୬-୪ରେ ହରାଇ ପୂରା ଟୁର୍ଣ୍ଣାମେଣ୍ଟରୁ ବିଦା କରିଛନ୍ତି।

Archery Deepika Kumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe