Advertisment

ତୀରନ୍ଦାଜିରେ ପଦକ ଜିତିବା ସ୍ୱପ୍ନ ଅଧାରେ ରହିଲା, ଶେଷ ଖେଳାଳି ଦୀପିକା ବି ହାରିଲେ

ଆଜି କ୍ୱାର୍ଟର ଫାଇନାଲରେ ଦୀପିକାଙ୍କ ମୁକାବିଲା ଦକ୍ଷିଣ କୋରିଆର ସୁ-ହେଓନଙ୍କ ସହ ହୋଇଥିଲା। ଦୀପିକା ଆଗରେ ଥିଲେ ମଧ୍ୟ ଶେଷରେ ମ୍ୟାଚ୍‌ ହାରି ବାହାରର ରାସ୍ତା ଦେଖିଛନ୍ତି।

Deepika Kumari

Deepika Kumari

Advertisment

ତୀରନ୍ଦାଜିରୁ ଅଲିମ୍ପିକ୍ସ ପଦକ ପାଇଁ ଦୀର୍ଘ ୩୬ ବର୍ଷ ହେଲା ଭାରତ କରିଥିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ପ୍ୟାରିସ ଅଲିମ୍ପିକ୍ସରେ ଭାରତର ସମସ୍ତ ତୀରନ୍ଦାଜ ବିନା ପଦକରେ ନିଜର ଅଭିଯାନ ଶେଷ କରିଛନ୍ତି।

Advertisment

ପୁରୁଷ ଏକକ, ମହିଳା ଏକକ, ପୁରୁଷ ଟିମ, ମହିଳା ଟିମ, ମିକ୍ସଡ ଟିମ ଭଳି ଇଭେଣ୍ଟରେ ଭାରତ ଭାଗ ନେଇଥିଲେ ହେଁ ସବୁ ଥରେ ଦେଶକୁ ନିରାଶ ହେବାକୁ ପଡ଼ିଛି। ଧୀରଜ ଓ ଅଙ୍କିତା ଯୋଡ଼ି ସେମି ଫାଇନାଲ ଯାଏ ଯାଇଥିଲେ ହେଁ ଶୁକ୍ରବାର ବିନା ପଦକରେ ନିଜର ଅଭିଯାନ ଶେଷ କରିଥିଲେ।

ମିକ୍ସଡ ଟିମରେ ଏମାନେ ହାରିବା ପରେ ଆଜି ଷ୍ଟାର ଖେଳାଳି ଦୀପିକା କୁମାରୀଙ୍କ ଉପରେ ସାରା ଦେଶର ନଜର ଥିଲା। ହେଲେ ସେ ମଧ୍ୟ କ୍ୱାର୍ଟର ଫାଇନାଲରେ ହାରି ସମସ୍ତଙ୍କୁ ନିରାଶ କରିଛନ୍ତି। ଦୀପିକାଙ୍କ ପରାଜୟ ସହ ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ତୀରନ୍ଦାଜି ଅଭିଯାନ ଶେଷ ହୋଇଛି। ବିନା ପଦକରେ ଦଳକୁ ସ୍ୱଦେଶ ଫେରିବାକୁ ପଡ଼ିଛି।

Advertisment

ଆଜି କ୍ୱାର୍ଟର ଫାଇନାଲରେ ଦୀପିକାଙ୍କ ମୁକାବିଲା ଦକ୍ଷିଣ କୋରିଆର ସୁ-ହେଓନଙ୍କ ସହ ହୋଇଥିଲା। ଦୀପିକା ଆଗରେ ଥିଲେ ମଧ୍ୟ ଶେଷରେ ମ୍ୟାଚ୍‌ ହାରି ବାହାରର ରାସ୍ତା ଦେଖିଛନ୍ତି। ଗୁରୁତ୍ୱପୂର୍ଣ୍ଣ ୫ମ ସେଟରେ ସେ ୨୭-୨୯ରେ ସୁଙ୍କ ଠାରୁ ହାରିଥିଲେ। ସୁ ୬-୪ରେ ମ୍ୟାଚ ଜିତି ସେମିରେ ପ୍ରବେଶ କରିଛନ୍ତି।

ପ୍ରଥମ ସେଟକୁ ଦୀପିକା ବେଶ ଚମତ୍କାର ଢଙ୍ଗରେ ୨୮-୨୬ରେ ଜିତିଥିଲେ। ଦ୍ୱିତୀୟ ସେଟକୁ ସୁ ୨୮-୨୫ରେ କବଜା କରିଥିଲେ। ତୃତୀୟ ସେଟ ଦୀପିକା ପୁଣି ୨୯-୨୮ରେ ଜିତିଥିଲେ। ଏଥିସହ ବ୍ୟବଧାନକୁ ୪-୨ କରି ଦେଇଥିଲେ। କିନ୍ତୁ ସୁ ଦମଦାର କମବ୍ୟାକ କରି ୪ର୍ଥ ସେଟକୁ ୨୯-୨୭ ଓ ୫ମ ସେଟକୁ ୨୯-୨୭ରେ ଜିତି ସେମିରେ ପ୍ରବେଶ କରିଥିଲେ।

Dipika Paris Olympic Paris Olympics Olympics 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe