Advertisment

କ୍ୱାର୍ଟର ଫାଇନାଲରେ ଦୀପିକା, ଶୁଟ ଅଫରେ ହାରିଗଲେ ଭଜନ କୌର

ଦେଶର ଷ୍ଟାର ତୀରନ୍ଦାଜ ଦୀପିକା କୁମାରୀ ଦମଦାର ଢଙ୍ଗରେ ନିଜର ମ୍ୟାଚ୍‌ ଜିତି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

Dipika

Dipika

Advertisment

ପ୍ୟାରିସ ଅଲିମ୍ପିକ୍ସର ତୀରନ୍ଦାଜି ଇଭେଣ୍ଟରୁ ଭାରତ ପାଇଁ ଆସିଛି ମିଶ୍ରିତ ଫଳ। ଦେଶର ଷ୍ଟାର ତୀରନ୍ଦାଜ ଦୀପିକା କୁମାରୀ ଦମଦାର ଢଙ୍ଗରେ ନିଜର ମ୍ୟାଚ୍‌ ଜିତି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

Advertisment

କିନ୍ତୁ ଭାରତର ଅନ୍ୟତମ ଯୁବ ତୀରନ୍ଦାଜ ଭଜନ କୌର ପ୍ରି-କ୍ୱାର୍ଟର ଫାଇନାଲରେ ହାରି ଯାଇଛନ୍ତି। ସେ ଦମଦାର ପ୍ରଦର୍ଶନ କରିଥିଲେ ହେଁ ଶୁଟ ଅ‍ଫରେ ଇଣ୍ଡୋନେସିଆର ଦିୟାନନ୍ଦା ଠାରୁ ହାରି ଯାଇଛନ୍ତି।

ପ୍ରି-କ୍ୱାର୍ଟର ପ୍ରଥମ ସେଟକୁ ଇଣ୍ଡୋନେସିଆର ଦିୟାନନ୍ଦା ୨୯-୨୮ରେ ଜିତିଥିଲେ। ଦ୍ୱିତୀୟ ସେଟରେ ଭଜନ କମବ୍ୟାକ କରି ୨୭-୨୫ରେ ବାଜି ମାରି ନେଇଥିଲେ। ତୃତୀୟ ସେଟ ଦିୟାନନ୍ଦାଙ୍କ ସପକ୍ଷରେ ଯାଇଥିଲା।

Advertisment

୪ର୍ଥ ସେଟ ଟାଇ ହୋଇଥିଲା। ୫ମ ସେଟରେ ଭଜନ କୌର ଚମତ୍କାର ପ୍ରଦର୍ଶନ କରି ୨୭-୨୬ରେ ଜିତି ନେଇଥିଲେ। ଫଳରେ ଉଭୟଙ୍କ ୫ ପଏଣ୍ଟ ହୋଇଯାଇଥିଲା। ଫଳରେ ମ୍ୟାଚ୍‌ ଶୁଟ ଅଫକୁ ଯାଇଥିଲା। ଶୁଟ ଅଫରେ ଦୟାନନ୍ଦା ୯ ପଏଣ୍ଟ ହାସଲ କରିବାରୁ ଭଜନଙ୍କ ପାଖରେ ମ୍ୟାଚ୍‌ କବଜା କରିବାକୁ ସୁଯୋଗ ରହିଥିଲା। କିନ୍ତୁ ସେ ମାତ୍ର ୮ ପଏଣ୍ଟକୁ ହିଟ କରିଥିଲେ। ଫଳରେ ଦିୟାନନ୍ଦା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

ଏହାପୂର୍ବରୁ ସମାନ ମହିଳା ଏକକ ବର୍ଗର ଆଉ ଏକ କ୍ୱାର୍ଟର ଫାଇନାଲରେ ଭାରତର ଦୀପିକା କୁମାରୀ ୬-୪ରେ ଜର୍ମାନୀର ମିଚେଲ କ୍ରୋପେନଙ୍କୁ ପରାସ୍ତ କରିଥିଲେ। ଦୀପିକା ପ୍ରଥମ ସେଟକୁ ୨୭-୨୪ରେ ଜିତିଥିବା ବେଳେ ଦ୍ୱିତୀୟ ସେଟ ୨୭-୨୭ରେ ଟାଇ ହୋଇଥିଲା।

ତୃତୀୟ ସେଟକୁ ଦୀପିକା ୨୬-୨୧୫ରେ ପୁଣି ଜିତିଥିଲେ। ୪ର୍ଥ ସେଟକୁ ୨୯-୨୭ରେ ଜିତି ନେଇଥିଲେ କ୍ରୋପେନ। ୫ମ ସେଟ ୨୭-୨୭ରେ ଟାଇ ହେବାକୁ ଦୀପିକା ୬-୪ରେ ମ୍ୟାଚ୍‌ ଜିତି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

ଏବେ ତାଙ୍କର ମୁକାବିଲା ଭଜନଙ୍କୁ ହରାଇଥିବା ଇଣ୍ଡୋନେସିଆର ଦୟାନନ୍ଦାଙ୍କ ସହ ହେବ।

Paris Olympics Olympics 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe