Advertisment

ପାରା ଅଲିମ୍ପିକ୍ସ: ଭାରତକୁ ବ୍ରୋଞ୍ଜ ଦେଲେ ଦୀପ୍ତି

ସେ ୫୫.୮୨ ସେକେଣ୍ଡରେ ୪୦୦ ମିଟର ଦୂରତା ଅତିକ୍ରମ କରି ତୃତୀୟ ସ୍ଥାନରେ ରହିବାକୁ ସକ୍ଷମ ହୋଇଛନ୍ତି।

Deepthi Jeevanji

Deepthi Jeevanji

Advertisment

ପାରା ଅଲିମ୍ପିକ୍ସର ଦୌଡ଼ କୁଦରୁ ଭାରତକୁ ଆଉ ଏକ ବ୍ରୋଞ୍ଜ ପଦକ ମିଳିଛି। ଭାରତର ଦୀପ୍ତି ଜୀବନଜୀ ୪୦୦ ମିଟର ଟି୨୦ ଫାଇନାଲରେ ଦେଶ ପାଇଁ ଏହି ସଫଳତା ଆଣିଛନ୍ତି।

Advertisment

ସେ ୫୫.୮୨ ସେକେଣ୍ଡରେ ୪୦୦ ମିଟର ଦୂରତା ଅତିକ୍ରମ କରି ତୃତୀୟ ସ୍ଥାନରେ ରହିବାକୁ ସକ୍ଷମ ହୋଇଛନ୍ତି। ଏହି ଇଭେଣ୍ଟରେ ୟୁକ୍ରେନର ଶୁଲିଆର ସ୍ୱର୍ଣ୍ଣ ଓ ତୁର୍କୀର ଆୟସେଲ ଓଣ୍ଡେର ରୌପ୍ୟ ପଦକ କବଜା କରିଛନ୍ତି।

ଦୀପ୍ତିଙ୍କ ଠାରୁ ଭାରତ ସ୍ୱର୍ଣ୍ଣ ପଦକର ଆଶା ରଖିଥିଲେ ହେଁ ବ୍ରୋଞ୍ଜରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେ ଯୋଗ୍ୟତା ପର୍ଯ୍ୟାୟର ହିଟ୍‌ ୧ରେ ଭାଗ ନେଇ ୧ ନଂ ସ୍ଥାନରେ ରହିଥିଲେ। ତାଙ୍କ ଟାଇମିଂ ୫୫.୪୫ ସେକେଣ୍ଡ ରହିଥିଲା। ହେଲେ ଆଜି ରେସ ଶେଷ କରିବାକୁ ତାଙ୍କୁ ୫୫.୮୨ ସେକେଣ୍ଡ ଲାଗିଛି। ପ୍ରଥମ ସ୍ଥାନରେ ଥିବା ଶୁଲିଆର ୫୫.୧୬ ସେକେଣ୍ଡରେ ରେସ ଶେଷ କରିଥିଲେ। 

Advertisment

ଦୀପ୍ତିଙ୍କ ସଫଳତାକୁ ମିଶାଇ ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି। ସୋମବାର ଭାରତ ଗୋଟିଏ ଦିନରେ ୮ଟି ପଦକ ଜିତି ରେକର୍ଡ କରିଥିଲା। ଏଥିରେ ୨ଟି ସ୍ୱର୍ଣ୍ଣ ରହିଥିଲା। 

Paris Paralympics 2024 Paris Paralympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe