Advertisment

ଅଧିନାୟକ ପନ୍ତ ଓ କୋଚ ପ୍ରବିଣଙ୍କୁ ୧୦୦ ପ୍ରତିଶତ ଜରିମାନା

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ ରିଷଭ ପନ୍ତଙ୍କୁ ୧୦୦ ପ୍ରତିଶତ ମ୍ୟାଚ୍ ଦେୟ ଜରିମାନା କରାଯାଇଛି। ମୁମ୍ବାଇର ଓ୍ୱାନକେଡେ ଷ୍ଟାଡିୟମରେ ଖେଳାଯାଇଥିବା ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଆଇପିଏଲ୍ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ନେଇ ଏହି ଜରିମାନା କରାଯାଇଛି। ଏନେଇ ଅଫିସିଆଲ କର୍ତ୍ତୃପକ୍ଷ ସୂଚନା ଜାରି କରିଛନ୍ତି। ସେହିପରି ପନ୍ତଙ୍କ ଟିମ୍ ସଦସ୍ୟ ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁରଙ୍କୁ ମ୍ୟାଚ୍ ଦେୟ ୫୦ ପ୍ରତିଶତ ଜରିମାନା କରାଯାଇଛି। ଦିଲ୍ଲୀ କ୍ୟାପିଟାଲ୍ସର ସହକାରୀ କୋଚ୍ ପ୍ରବିଣ ଆମ୍ରେଙ୍କୁ ମ୍ୟାଚର […]

ଅଧିନାୟକ ପନ୍ତ ଓ କୋଚ ପ୍ରବିଣଙ୍କୁ ୧୦୦ ପ୍ରତିଶତ ଜରିମାନା

pant

Advertisment

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ ରିଷଭ ପନ୍ତଙ୍କୁ ୧୦୦ ପ୍ରତିଶତ ମ୍ୟାଚ୍ ଦେୟ ଜରିମାନା କରାଯାଇଛି। ମୁମ୍ବାଇର ଓ୍ୱାନକେଡେ ଷ୍ଟାଡିୟମରେ ଖେଳାଯାଇଥିବା ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଆଇପିଏଲ୍ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ନେଇ ଏହି ଜରିମାନା କରାଯାଇଛି। ଏନେଇ ଅଫିସିଆଲ କର୍ତ୍ତୃପକ୍ଷ ସୂଚନା ଜାରି କରିଛନ୍ତି। ସେହିପରି ପନ୍ତଙ୍କ ଟିମ୍ ସଦସ୍ୟ ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁରଙ୍କୁ ମ୍ୟାଚ୍ ଦେୟ ୫୦ ପ୍ରତିଶତ ଜରିମାନା କରାଯାଇଛି। ଦିଲ୍ଲୀ କ୍ୟାପିଟାଲ୍ସର ସହକାରୀ କୋଚ୍ ପ୍ରବିଣ ଆମ୍ରେଙ୍କୁ ମ୍ୟାଚର ୧୦୦ ପ୍ରତିଶତ ଦେୟ ଜରିମାନା କରାଯାଇଛି। ଏଥିସହ ତାଙ୍କୁ ଗୋଟିଏ ମ୍ୟାଚରୁ ବାସନ୍ଦ କରାଯାଇଛି।

Advertisment

ସୂଚନା ଥାଉକି, ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ରାଜସ୍ଥାନ ରୟାଲ୍ସ କରିଥିବା ବିଶାଳ ସ୍କୋର ୨୨୩ ରନର ପିଛା କରି ଶେଷ ଓଭରରେ ଦିଲ୍ଲୀ କ୍ୟାପିଟାଲ ୩୬ ରନ ଆବଶ୍ୟକ କରୁଥିଲା। ରାଜସ୍ଥାନର ଦ୍ରୁତ ବୋଲାର ଓବେଡ ମ୍ୟାକକୋଇଙ୍କ ଏକ ଫୁଲଟସ୍ ବଲକୁ ରୋଭମାନ ପାଓ୍ୱେଲ ଛକା ମାରିଥିଲେ। କିନ୍ତୁ ଦିଲ୍ଲୀ କ୍ୟାପିଟାଲ ଟିମ୍ ଏହାକୁ ଏକ ନୋ’ ବଲ ବୋଲି ଭାବି ଥିଲା। ଯାହା ପରେ ପନ୍ତ ତାଙ୍କ ଦଳର ଦୁଇ ବ୍ୟାଟର ପାଓ୍ୱେଲ ଓ କୁଲଦୀପଙ୍କ ପାଖରେ ପହଞ୍ଚି ଥିଲେ। କୋଚ ଆମ୍ରେ ପରେ ଫିଲ୍ଡ ମଧ୍ୟକୁ ଆସି ଫିଲ୍ଡ ଅମ୍ପାୟାର ନୀତିନ ମେନନଙ୍କ ସହ କଥା ହୋଇଥିଲେ। ଏହି ସମୟରେ ରାଜସ୍ଥାନ ରୟାଲ୍ସ ବ୍ୟାଟର ଜୋସ୍ ବଟଲରଙ୍କ ସହ ପନ୍ତଙ୍କ ଉଚ୍ଚବାଚ ହୋଇଥିଲା। ଯାହାକୁ ନେଇ ବିବାଦ ଦେଖାଦେଇଥିଲା। ତେବେ ଶେଷରେ ରାଜସ୍ଥାନ ରୟାଲ୍ସ ଏହି ମ୍ୟାଚକୁ ୧୫ ରନରେ ଜିତି ନେଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe